ଶରୀରରେ କଳାଯାଇ ଥିବାର ଅର୍ଥ ଉଭୟ ଶୁଭ ଓ ଅଶୁଭ ସଙ୍କେତ ମାନ ପ୍ରଦାନ କରିଥାଏ।ଆଜି ଆମେ ଜାଣିବା ଆମ ଶରୀରରେ କଳାଯାଇ ରହିବାର କଣ ଅର୍ଥ ହୋଇଥାଏ।ଆପଣ ମାନେ ଦେଖିଥିବେ ବହୁତ ଜଣଙ୍କ ମୁହଁରେ କଳାଯାଇ ଥାଏ ଏହା ପ୍ରାୟତଃ ନାଲି କିମ୍ବା କଳା ରଙ୍ଗର ହୋଇଥାଏ।ସାମୁଦ୍ରିକ ଶାସ୍ତ୍ର ଅନୁସାରେ କଳାଯାଇର ଆଲଗା ମହତ୍ୱ ରହିଥାଏ।ଆମ ଶରୀର ସହିତ ମୁହଁରେ ହେଉଥିବା କଳାଯାଇ ଆମ ଚରିତ୍ର ଓ ସ୍ୱଭାବକୁ ଦର୍ଶାଇଥାଏ।ଯେପରି ଆପଣଙ୍କ ମୁହଁରେ ଥିବା କଳାଯାଇ ଚିନ୍ହଟି କଣ କହୁଅଛି।
୧.ପ୍ରଥମରେ ମଥାରେ ଥିବା କପାଳର ଡାହାଣ ପଟରେ କଳା ଯାଇର ଚିନ୍ହଟିଏ ଥାଏ ତାଙ୍କର ଧନର ଅଭାବ ରହିନଥାଏ।ଧନ ସର୍ବଦା ବୃଦ୍ଧି ପାଇଥାଏ।କପାଳ ମଝିରେ ଥିବା କଳାଯାଇଟି ବହୁତ ଶୁଭ ବୋଲି ମନାଯାଇଥାଏ।ଏହି ବ୍ୟକ୍ତି ବହୁତ ଭାଗ୍ୟବାନ ଓ ନିର୍ମଳ ସ୍ୱଭାବର ହୋଇଥାନ୍ତି।ତାସହିତ କପାଳର ବାମ ପଟରେ ଥିବା କଳାଯାଇକୁ ଅଯଥା ଖର୍ଚ୍ଚର ଚିନ୍ହ ବୋଲି ମଣାଯାଇଥାଏ।
୨.ଦ୍ଵିତୀୟରେ ଜାଣିବା ଆଖିରେ କଳାଯାଇ ରହିବାର ଅର୍ଥ,ଯେଉଁ ମାନଙ୍କ ଆଖିରେ କଳା ଯାଇଥାଏ ସେମାନେ ଉଚ୍ଚ ବିଚାର ସମ୍ପର୍ଣ୍ଣର ବ୍ୟକ୍ତି ହୋଇଥାନ୍ତି।ଏହା ସହିତ ଏହି ଲୋକମାନେ ଅଳ୍ପ ଭାବ ପ୍ରବଣର ହୋଇଥାନ୍ତି।ଏହି ଲୋକମାନେ ପ୍ରାୟତଃ ସମସ୍ତଙ୍କର ଭଲ ଚିନ୍ତା ହିଁ କରିଥାନ୍ତି।ଆଉ ସେମାନେ ତାଙ୍କ ଜୀବନରେ ସବୁ ପ୍ରକାରର ସୁଖ ପାଇଥାନ୍ତି।
୩.ନାକରେ କଳାଯାଇର ଅର୍ଥ,ଯେଉଁମାନଙ୍କର ନାକର ଅଗ୍ର ଭାଗରେ କଳାଯାଇ ଥାଏ।ସେମାନେ ପ୍ରତ୍ୟକ କାମରେ ଲକ୍ଷ୍ୟ ନିର୍ଧାରଣ କରି ଚାଲିଥାଆନ୍ତି।ଆଉ ସେହି ବ୍ୟକ୍ତି ବିପରିତ ଲିଙ୍ଗ ପ୍ରତି ଆକର୍ଷିତ ହୋଇଥାନ୍ତି।ନାକ ତଳକୁ ଓଠ ଉପରକୁ କାହାର କଳାଯାଇ ଥାଏତ ସେ ଲୋକ ବିଳାସ ପ୍ରୀୟ ହୋଇଥାନ୍ତି।ନାକ ଡାହାଣ ପାଖରେ କଳାଯାଇଥିଲେ ବ୍ୟକ୍ତି ପାଖରେ ଧନ ସମ୍ପତିର କମ ହୋଇନଥାଏ।ନାକ ବାମ ପଟରେ ଥିବା କଳାଯାଇ ଜୀବନରେ ସଂଘର୍ଷକୁ ଦର୍ଶାଇଥାଏ।
୪.ଓଠରେ ଥିବା କଳାଯାଇ ଚିନ୍ହ,ଯେଉଁମାନଙ୍କ ଉପର ଓଠର ବାମ ପଟରେ କଳାଜାଇର ଚିନ୍ହ ଥାଏ ସେମାନେ ନିଜ ଜୀବନ ସାଥିକୁ ବହୁତ ଭଲ ପାଇବେ।ଡାହାଣ ପାଖରେ ଥିବା କଳାଯାଇ ବିବାଦକୁ ଦର୍ଶାଇଥାଏ।ତଳ ଓଠର ଡାହାଣ ପଟରେ ଯଦି କଳାଯାଇ ଚିନ୍ହ ଅଛି ତାହେଲେ ସେହି ବ୍ୟକ୍ତି ନିଜ ଜୀବନରେ ପ୍ରସଦ୍ଧି ଲାଭ କରିଥାନ୍ତି।ତଳ ଓଠର ବାମ ପାଖରେ କଳାଯାଇଥିଲେ ଏହା କିଛି ବିଶେଷ ରୋଗ ଲାଗି ରହିଥାଏ ।
୫.ବାମ ଗାଲରେ ଥିବା କଳାଯାଇ ଚିନ୍ହ ଏହା କହୁଛି ଏପରି ଅବ୍ୟକ୍ତି ବହୁତ ନିଧନ ବାନ ହୋଇଥାନ୍ତି।ତାପରେ ଗାଲରେ ଥିବା କଳାଯାଇ ସବୁ ଦୃଷ୍ଟିରୁ ଭଲ ହୋଇଥାଏ।
୬.ଡାହାଣ ଆଖି ପତାରେ କଳାଯାଇଥାଏ ତେବେ ଏ ପରି ବ୍ୟକ୍ତି ପ୍ରାୟ ଦୁର ଜାଗାକୁ ଭ୍ରମଣ କରିଥାନ୍ତି।ଆଉ ବାମ ପଟରେ ଥିବା କଳାଯାଇ ଦାମ୍ପତ୍ୟ ଜୀବନ ଦୁଃଖରେ କଟିଥାଏ।ଦୁଇଟି ଆଖି ମଝିରେ ଥିବା କଳାଯାଇ ବହୁତ ବୁଦ୍ଧିମାନ ହୋଇଥାନ୍ତି। ମାଢ଼ିରେ କଳାଯାଇ ଅତି ଶୁଭ ହୋଇଥାଏ,ଏମାନେ ସବୁ କ୍ଷେତ୍ରରେ ସଫଳତା ପାଇଥାନ୍ତି।
ଆମର ଉଦ୍ଦେଶ୍ୟ ଏଠାରେ ଜ୍ଞାନ ବୃଦ୍ଧି କରିବା ପାଇଁ, ଏଠାରେ ଆମେ ଅମୂଲ୍ୟ ଚିନ୍ତାଧାରା, ଓଡ଼ିଆ ଖବର, ସ୍ୱାସ୍ଥ୍ୟ ଟିପ୍ସ, ପ୍ରେରଣାଦାୟକ ଭକ୍ତି ଓଡ଼ିଆ ବିଚାର, ମୂଲ୍ୟବାନ ସୂଚନା ଏବଂ ଆକର୍ଷଣୀୟ ଖବର ସୂଚନା ମାଧ୍ୟମରେ ଜ୍ଞାନ ବୃଦ୍ଧି କରିବାକୁ ଚେଷ୍ଟା କରୁଛନ୍ତି। ଯଦି ଆପଣ ଏଥିରେ କୌଣସି ଭୁଲ ଦେଖନ୍ତି, ତୁରନ୍ତ ଆମକୁ ଜଣାନ୍ତୁ ଏବଂ ଆମେ ଏହାକୁ ଅପଡେଟ୍ କରିବୁ। ଆମକୁ ଲାଇକ ଏବଂ ଫଲୋ କରିବାକୁ ଆଦୌ ଭୁଲନ୍ତୁ ନାହିଁ। ତଳେ ନିଶ୍ଚୟ ଲାଇକ୍ କରନ୍ତୁ। ଧନ୍ୟବାଦ।