ନମସ୍କାର ବନ୍ଧୁଗଣ ଆପଣଙ୍କୁ ଆମ ୱେବପୋର୍ଟାଲରେ ସ୍ୱାଗତ। ବନ୍ଧୁଗଣ, ସକାଳୁ ଉଠିବ ମାତ୍ରେ ଅନେକ ଲୋକ ଚାହା ପିଇଥାନ୍ତି। ବନ୍ଧୁଗଣ କଣ ଆପଣ କେବେ ନିମ୍ବ ଚାହା ପିଇଛନ୍ତି? ନିମ୍ବ ଚାହା ପିଇବାର ଫାଇଦା ଅନେକ ରହିଛି। ଏହା ଆମ ଶରୀର କୁ ଡ଼ିଟକ୍ସ କରିଥାଏ। ରକ୍ତ କୁ ବିଶୋଧନ କରିଥାଏ। ଯଦି ଆପଣ ପ୍ରତିଦିନ ନିମ୍ବ ଚାହା ପିଅନ୍ତି ତେବେ ଆପଣଙ୍କ ଚର୍ମରେ ଏକ ପ୍ରକାର ଚମକ ଚାଲିଆସିଥାଏ। ଶରୀରର ରଙ୍ଗ ଗୋରା ହେବାକୁ ଲାଗେ। ମୁହଁ ବ୍ରଣ ସମସ୍ୟା ଥିଲେ ଏହା ମଧ୍ୟ ଦୂର ହୋଇଥାଏ। ନିମ୍ବ ପତ୍ର କୁ ଶୁଖାଇ ଗୁଣ୍ଡ କରି ରଖାଯାଏ ଏହାକୁ କେବଳ ପାଣିରେ ଅଦା ଏବଂ ଗୋଲମରିଚ ଦେଇ ଚାହା ପ୍ରସ୍ତୁତ କରି ପିଆଯାଏ।
ଥଣ୍ଡାଦିନେ ଚା’ ପିଇବାକୁ ଅନେକ ପସନ୍ଦ କରିଥାଆନ୍ତି । ହେଲେ ନିମ୍ବ ଚା’ ନାଁ ଶୁଣିଲେ ଅନେକ ଲୋକ ନାକ ଟେକି ଥାଆନ୍ତି । ଏହାର କାରଣ ହେଉଛି ଏହା ପିତା । ତେବେ ଏହା ଶରୀର ପକ୍ଷେ ଖୁବ୍ ଉପକାରୀ । ଏହାଦ୍ୱାରା ଶରୀରରେ ଥିବା ବ୍ୟାକ୍ଟେରିଆ ଓ ଭାଇରସ ମରି ଯାଇଥାଆନ୍ତି । ତେଣୁ ଏହା ଶରୀରକୁ ସୁସ୍ଥ ରଖିବାରେ ସହାୟକ ହୋଇଥାଏ ।ନିମ୍ବ ଚା’ ପିଇଲେ ମୁଖ ଦୁର୍ଗନ୍ଦ ଦୂର ହୋଇଥାଏ । ଏହା ପାଟିରେ ଥିବା ବ୍ୟାକ୍ଟେରିଆଙ୍କୁ ମାରି ଦେଇଥାଏ ।
ଯେଉଁମାନେ କୋଷ୍ଠ କାଠିନ୍ୟ ସମସ୍ୟାରେ ପୀଡ଼ିତ ସେମାନେ ନିମ୍ବ ଚା’ ପିଇଲେ ଏହା ଦୂର ହୋଇଥାଏ ।ନିମ୍ବ ଚା ଉପସ୍ତିତି ପାଇଁ ଏହାର ପତ୍ରକୁ ବ୍ୟବହାର କରନ୍ତୁ । ପାଣିରେ ନିମ୍ବ ପତ୍ରକୁ ୫-୭ ମିନିଟ ଫୁଟାଇବା ପରେ ଏଥିରେ ଲେମ୍ବୁ ରସ କିମ୍ବା ମହୁ ମିଶାଇ ପିଇ ପାରିବେ।ନିମ୍ବ ଚା’ ସମସ୍ତଙ୍କ ପାଇଁ ଲାଭଦାୟକ ହୋଇ ନ ଥାଏ । ବିଶେଷ କରି ଗର୍ଭବତୀ ଏହାକୁ ପିଇବା ଉଚିତ ନୁହେଁ । ଏହାସହ ଖୁବ୍ କମ୍ ପରିମାଣର ନିମ୍ବ ଚା’ ବ୍ୟବହାର ଶରୀର ପାଇଁ ଅହିତକର ।
ଆମେ ଆପଣଙ୍କ ପାଇଁ ଏମିତି ଖବର ପ୍ରତିଦିନ ଆଣିଥାଉ।ଏହି ପୋଷ୍ଟ ଆପଣଙ୍କୁ କିପରି ଲାଗିଲା, ଦୟାକରି ତଳେ କମେଣ୍ଟ କରନ୍ତୁ। ଏହି ପୋଷ୍ଟକୁ ନିଶ୍ଚୟ ସେୟାର୍ କରନ୍ତୁ ଏବଂ ଏହିଭଳି ଖବର ଜାଣିବା ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରିଦିଅନ୍ତୁ।