labanga

ଘରର ଏହି ସ୍ଥାନରେ ଲବଙ୍ଗ ରଖିବା ଦ୍ୱାରା ଆପଣଙ୍କୁ ଧନର ପ୍ରାପ୍ତ ହେବ ।

FACT

ଆଜି କାଲି ସମସ୍ତେ ଚାହୁଁଛନ୍ତି ତାଙ୍କର ଘରେ ଧନ ଧାନ୍ୟରେ ପରିପୂର୍ଣ୍ଣ ରହୁ ଓ ତାଙ୍କ ଘରକୁ ସୁଖ ଓ ସଂବୃଦ୍ଧିରେ ପରି ପୁର୍ଣ୍ଣ ରହୁ ଓ ତାଙ୍କଘରେ ଯେପରି କୌଣସି ଜିନିଷର ଅଭାବ ନରହୁ।ଆଜି ଆମେ ଏକ ଏମିତି ଉପାୟ ବିଷୟରେ ଜାଣିବା ଯାହାଦ୍ୱାରା ଆପଣଙ୍କ ଘରେ ଧନର ବର୍ଷା ହେବାର ଲାଗିବ।ସେ ଉପାୟ ଟି ହେଉଛି ଆପଣ ନିଜ ଘରେ ଚୁପଚାପ ଗୋଟେ ଲବଙ୍ଗ ରଖି ଦିଅନ୍ତୁ।ଯାହାଦ୍ୱାର ଆପଣଙ୍କ ଘରେ ଟଙ୍କାର ଆମଦାନୀ ବଢି ଯିବ।

ଦୁନିଆରେ ସବୁଲୋକ ଟଙ୍କା ରୋଜଗାର କରିବାକୁ ଚାହୁଁଛନ୍ତି।ବହୁତ ଲୋକ ଅଛନ୍ତି ନିଜ ପରିଶ୍ରମ ବଳରେ ଅର୍ଥ ଉପାର୍ଜନ କରନ୍ତି ଆହୁରି ବହୁତ ଲୋକ ଅଛନ୍ତି ବିନା ପରିଶ୍ରମରେ ଟଙ୍କା ରୋଜଗାର କରିବାକୁ ଇଛା ପ୍ରକାଶ କରନ୍ତି କିନ୍ତୁ ଦେଖିବାକୁ ଗଲେ ଏହା ସମ୍ଭବ ହୋଇନଥାଏ।କଥାରେ ଅଛି କର୍ମ କଳେହିଁ ଫଳ ମିଳିଥାଏ କିନ୍ତୁ ଏମିତି ହୋଇଥାଏ ବହୁତ ଲୋକ ସମ୍ପୂର୍ଣ୍ଣ ଦିନରେ ଅଧିକରୁ ଅଧିକ ପରିଶ୍ରମ କରନ୍ତି କିନ୍ତୁ ତାଙ୍କୁ ତା ହିସାବରେ ଫଳ ମିଳିନଥାଏ।ଏହି ଉପାୟଟି ସେମାନଙ୍କ ପାଇଁ ଯେଉଁ ମାନେ ଅଧିକରୁ ଅଧିକ ପରିଶ୍ରମ କରନ୍ତି କିନ୍ତୁ ତାଙ୍କୁ ତାର ଫଳ ମିକିନଥାଏ।

ଆସନ୍ତୁ ଜାଣିବା ଲବଙ୍ଗକୁ ଘରର କେଉଁ ସ୍ଥାନରେ ରଖିବା ଦ୍ୱାରା ଘରେ ଧନର ଆଗମନ ବଢିବ।ଗୋଟେ କଥାକୁ ନିହାତି ଭାବରେ ଧ୍ୟାନ ରଖିବେ ଏହି ଉପାୟକୁ କରିବା ସମୟରେ ଆପଣଙ୍କ ମନରେ ବିଶ୍ୱାସ ରହିବା ଦରକାର କି ଏହି ଉପାୟ ଆପଣଙ୍କ ପାଇଁ ନିଶ୍ଚିତ ଫଳ ପ୍ରଦ ହେବ।ଏହାର କାରଣ ହେଲା ବିଶ୍ୱାସ ଦ୍ୱାରା ଆମ ମନରେ ଭକ୍ତି ଆସେ ଓ ଭକ୍ତି ଦ୍ୱାରା ଆମକୁ ପୁନ୍ୟ ପ୍ରାପ୍ତ ହୁଏ।କଥାରେ ଅଛି ବିଶ୍ୱାସ ଦ୍ୱାରା ପଥରରୁ ପାଣି ବାହାରି ଥାଏ।ସେଥିପାଇଁ ଏହି ଉପାୟକୁ ସମ୍ପୁର୍ଣ୍ଣ ବିଶ୍ୱାସ ସହିତ କରନ୍ତୁ।

ଆଉ ଏଇଟାର ନିଶ୍ଚିନ୍ତ ଧ୍ୟାନ ରଖିବେ ଏହି ଉପାୟ ବିଷୟରେ ଆପଣ ଯେମିତି କାହାକୁ କହିବେ ନାହିଁ।ଏବେ ଆସନ୍ତୁ ଜାଣିବା ଏହାର ଉପାୟ ବିଷୟରେ,ସର୍ଵ ପ୍ରଥମେ ଆପଣ ଏକ ଲବଙ୍ଗ ନିଅନ୍ତୁ,ଆଉ ଏକ ନାଲି କପଡା ନିଅନ୍ତୁ।ସେ ନାଲି କପଡ଼ାରେ ଲବଙ୍ଗକୁ ବାନ୍ଧି ଏକ ପୁଟୁଳି ବନେଇ ନିଅନ୍ତୁ।ଏହି ଉପାୟ କରିବା ସମୟରେ ମନରେ ମା ଲକ୍ଷ୍ମୀଙ୍କ ବିଷୟରେ ସ୍ମରଣ କରନ୍ତୁ।ତାପରେ ସେ ପୁଟୁଳିକୁ ମା ଲକ୍ଷ୍ମୀଙ୍କ ରୂପମାନି ସେ ସିନ୍ଦୁକରେ ରଖି ଦିଅନ୍ତୁ।ଆପଣ ଯଦି ଚାହିଁବେ ସେ ନାଲୀ ପୁଟୁଳିକୁ ପୂଜା କରି ପାରିବେ।

ତାପରେ ତାକୁ ନେଇ ନିଜ ପଇସା ରଖୁଥିବା ସ୍ଥାନରେ ଭଲ ଭବାରେ ରଖି ଦେବେ।ଆଉ ଆପଣ ଏହାକୁ ରଖିବାର ଅଳ୍ପ ଦିନ ଭିତରେ ଦେଖିବେକି ଆପଣଙ୍କୁ ଏହାର ଲାଭ ଫଳ ମିଳିବାକୁ ଲାଗିବ।ଆଉ ଯଦି ଆପଣ ପ୍ରତିଦିନ ପରିଶ୍ରମ କରୁଛନ୍ତି ଆପଣଙ୍କୁ ନିଶ୍ଚିନ୍ତ ସେ ଅନୁସାରେ ଆପଣଙ୍କୁ ଫଳ ମିଳିବାରେ ଲାଗିବ।

Leave a Reply

Your email address will not be published. Required fields are marked *