ସବ୍ୟସାଚୀ ମିଶ୍ର ଯିଏକି ହେଉଛନ୍ତି ଆମର ଓଲିଉଡ ଇଣ୍ଡଷ୍ଟ୍ରିର ଜଣେ ମହାନ ଅଭିନେତା ଏବଂ ଜଣେ ପ୍ରତିଷ୍ଠିତ ହିରୋ ମଧ୍ୟ, ସେ ଅର୍ଚ୍ଚିତା ଙ୍କ ସହ ଦ୍ୱିତୀୟ ବିବାହ କରିଛନ୍ତି।ସବ୍ୟସାଚୀ ମିଶ୍ରଙ୍କୁ ଆପଣ ମାନେ ବେଶ ଭଲଭାବରେ ଜାଣିଥିବେ।ପୁଣିଥରେ ହାତରୁ ଦି ହାତ ହୋଇଛନ୍ତି ଓଲିଉଡ୍ ର ଜଣାଶୁଣା ଅଭିନେତା ସବ୍ୟସାଚୀ ମିଶ୍ର। ରିଲ୍ ଲାଇଫରେ ତାଙ୍କ ହିରୋଇନ୍ ସାଜୁଥିବା ଅର୍ଚ୍ଚିତା ସାହୁଙ୍କୁ ସେ ଦ୍ୱିତୀୟ ବିବାହ କରିଛନ୍ତି। ରାଜସ୍ଥାନରେ ଗତ ସୋମବାର ଉଭୟଙ୍କର ବିବାହ ସମ୍ପନ୍ନ ହୋଇଛି। ବିବାହର ଫଟୋ ସୋସିଆଲ ମିଡିଆରେ ବେଶ ଭାଇରାଲ୍ ହେଉଛି। ତେବେ ଯେମିକି କି ପ୍ରଥମେ ଆପଣଙ୍କୁ କହିଲୁ ଯେ ସବ୍ୟସାଚୀଙ୍କ ଏହା ହେଉଛି ଦ୍ୱିତୀୟ ବାହାଘର। ପୂର୍ବରୁ ବିବାହ କରି ପ୍ରଥମ ସ୍ତ୍ରୀ ଙ୍କୁ ଛାଡପତ୍ର ଦେଇ ସାରିଛନ୍ତି ସବ୍ୟସାଚୀ।
ଯାହା ବିଷୟରେ ଆପଣ ମାନେ କେବେବି ଜାଣି ନଥିବେ।ଜାଣିଲା ମାତ୍ରେ ଆପଣ ମାନେ ଆଶ୍ଚର୍ଯ୍ୟ ହେବେଯେ ଆପଣଙ୍କର ପ୍ରିୟ ଅଭିନେତା ସବ୍ୟସାଚୀଙ୍କର ମଧ୍ୟ ଏମିତି କିଛି ଅଜଣା ତଥ୍ୟ ରହିଛି।ତେବେ ଆସନ୍ତୁ ଏହିସବୁ କଥାକୁ ଆମେ ମାନେ ଜାଣିବା।ସବ୍ୟସାଚୀ ମିଶ୍ରଙ୍କର ଜନ୍ମ ବୁର୍ଲାରେ ହୋଇଥିଲା।ଏହା ସହିତ ଆପଣ ମାନେ ଜାଣି ନଥିବେ ଯେ ତାଙ୍କର ବାପା ସୁରେନ୍ଦ୍ର ପ୍ରସାଦ ମିଶ୍ର ଜଣେ ଆଇଏସ ଅଫିସର।
ସବ୍ୟସାଚୀ ମିଶ୍ରଙ୍କର ମାଆଙ୍କର ନାମ ହେଉଛି ଡ଼ଃ ସୁଷମା ମିଶ୍ର।ସୁଷମା ହେଉଛନ୍ତି ଜଣେ କବି।ଏହାସହିତ ସବ୍ୟଙ୍କର ଜଣେ ଭାଇ ରହିଛନ୍ତି ଯାହାଙ୍କର ନାମ ହେଉଛି ସୌମ୍ୟକାନ୍ତ ମିଶ୍ର।ସୌମ୍ୟ ହେଉଛନ୍ତି ଜଣେ ଟେଲିକମ ଇଂଜିନିଅର।ପ୍ରଥମେ ସବ୍ୟସାଚୀ ମିଶ୍ର ଇଂଜିନିଅରିଙ୍ଗ ସାରି ସମ୍ବଲପୁର ଠାରେ କୌଣସି ଏକ ଇନଷ୍ଟିଚ୍ୟୁଟରେ ଭଲ ଚାକିରୀ କରିଥିଲେ।କିନ୍ତୁ ପରବର୍ତୀ ସମୟରେ ସବ୍ୟସାଚୀ ନିଜର ସୁନ୍ଦର ଚାକିରୀ ଛାଡି ନିଜର ଆକ୍ଟିଂଗ କ୍ୟାରିଅର ପ୍ରତି ଆଗ୍ରହ ଦେଇଥିଲେ।ସମୟ ଥିଲା ୨୦୦୨ ମସିହା।ଏହି ସମୟରେ ଓଲିଉଡ ଇଣ୍ଡଷ୍ଟ୍ରିରେ ଅନେକ କମ୍ପେଟିସନ ଚାଲିଥିଲା।ସେଥିପାଇଁ ସବ୍ୟସାଚୀ ଛୋଟରୁ ବଡ କଥାକୁ ଆପଣାଇ ଥିଲେ।ଏହା ପୂର୍ବରୁ ସେ ଛୋଟ ଛୋଟ ମ୍ୟୁଜିକ ଭିଡ଼ିଓରେ ଆକ୍ଟିଂଗ କରିଥିଲେ।ସବ୍ୟସାଚୀ ଅନେକ ପ୍ରକାରର ଅଲବମ ଭିଡ଼ିଓରେ ହିରୋ ଅଭିନୟ ମଧ୍ୟ କରିଥିଲେ।
ଏକ ଟିଭି ଇଣ୍ଟରଭ୍ୟୁରେ ସବ୍ୟସାଚୀ ଦେଇଥିବା ବାଇଟ୍ସ ଅନୁଯାୟୀ। ସବ୍ୟସାଚୀ ଇଂଜିନିୟରିଂ ପଢୁଥିବା ସମୟରେ ସୀମା ମିଶ୍ର ନାମକ ଝିଅକୁ ଭଲ ପାଉଥିଲେ। ଯିଏକି ସବ୍ୟସାଚୀଙ୍କ କ୍ଲାସମେଟ୍ ଥିଲେ। ପ୍ରେମ ସମ୍ପର୍କ ପରେ ଉଭୟେ ବର୍ଷ ୨୦୦୮ରେ ବିବାହ କରିଥିଲେ। ଏହାପରେ ସଂମ୍ପର୍କ ଭଲ ଚାଲିଥିବା ବେଳେ କିଛି ବର୍ଷ ପରେ ସଂମ୍ପର୍କରେ ଫାଟ ସୃଷ୍ଟି ହୋଇଥିଲା। ଯାହା କାରଣରୁ ୨୦୧୫ରେ ଉଭୟଙ୍କ ଆପସ ବୁଝାମଣାରେ ଛାଡପତ୍ର ହୋଇଥିଲା।ତେବେ ପରେ ଅର୍ଚ୍ଚିତାଙ୍କ ପାଇଁ ଉଭୟଙ୍କ ଛାଡପତ୍ର ହୋଇଥିବା ନେଇ ଚର୍ଚ୍ଚା ଜୋର୍ ଧରିଥିଲା। ଏବଂ ସବ୍ୟସାଚୀ ଅର୍ଚ୍ଚିତାଙ୍କୁ ଡେଟିଂ କରୁଥିବା ଶୁଣିବାକୁ ମିଳିଥିଲା ହେଲେ ସବ୍ୟସାଚୀ ଓ ଅର୍ଚ୍ଚିତା ଏହାକୁ ଖଣ୍ଡନ କରିଥିଲେ। ପରେ ସବ୍ୟସାଚୀ ଅର୍ଚ୍ଚିତା ଏକାଠି ଅନେକ ଫିଲ୍ମରେ ନଜର ଆସିଥିଲେ, ଓ ସଂମ୍ପର୍କକୁ ଲୁଚାଇ ରଖିଥିଲେ। ଅଶା କରୁଛୁ ଆପଣଙ୍କୁ ଏହି ପୋଷ୍ଟ ଟି ପସନ୍ଦ ଆସିଥିବ ତେବେ ଏହାକୁ ସେୟାର୍ କରି ନିଜ ବନ୍ଧୁ ପରିଜନ ଙ୍କ ନିକଟରେ ନିଶ୍ଚୟ ପହଞ୍ଚାନ୍ତୁ ଏଭଳି ଅଧିକ ସୂଚନା ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ ନିଶ୍ଚୟ କରନ୍ତୁ ଧନ୍ୟବାଦ।