konark

ଜାଣନ୍ତୁ କୋଣାର୍କ ମନ୍ଦିରର ଚୁମ୍ବକର ରହସ୍ୟ ଓ କାହିଁକି ସେ ମନ୍ଦିରରେ ଏପର୍ଯ୍ୟନ୍ତ ପୂଜା ହେଉ ନାହିଁ ।

HEALTH

ହିନ୍ଦୁ ଧର୍ମ ରେ ପ୍ରାୟ ଲୋକ ଗାଧୋଇ ସାରିବା ପରେ ସୁର୍ଯ୍ୟ ଙ୍କୁ ଜଳାର୍ଘ ପ୍ରଦାନ କରିଥାନ୍ତି।ସୂର୍ଯ୍ୟ ଦେବତା ସବୁଦେବତାଙ୍କ ଠାରୁ ଅଧିକ ତେଜସ୍ଵୀ ବୋଲି ମଣାଯାଏ।ଏହିପରି କୁହାଯାଏ କି ସୂର୍ଯ୍ୟ ଦେବଙ୍କ ଦିବ୍ୟରଶ୍ମି ଆଉ ତାଙ୍କ ଆଶୀର୍ବାଦ ଯଉଁ ବ୍ୟକ୍ତି ଉପରେ ପଡିଥାଏ ତା ଭାଗ୍ୟ ସମୂର୍ଣ୍ଣ ରୂପେ ବଦଳି ଯାଏ।ସୂର୍ଯ୍ୟ ଦେବ ଲୋକଙ୍କ ଭାଗ୍ୟ ଚମକାଇବା ପାଇଁ ମଧ୍ୟ ଜଣାଯା’ନ୍ତି ।ସେଥିପାଇଁ ଓଡ଼ିଶାର ଜଣେ ରାଜା ସୂର୍ଯ୍ୟ ଦେବଙ୍କର ଏପରି ଏକ ଭବ୍ୟ ମନ୍ଦିର ନିର୍ମାଣ କରିଥିଲେ ଯାହା ସୂର୍ଯ୍ୟ ଦେବତାଙ୍କ କାଳ୍ପନିକ ରଥର ଆକୃତି ଭଳି।ଯେଉଁ ରଥକୁ ସୂର୍ଯ୍ୟ ଦେବଙ୍କ ସାତ ରଙ୍ଗର ପରି ସାତଟି ଘୋଡ଼ା ଟାଣି ଥାନ୍ତି।ଯେଉଁଥିରେ ସମୟ ଚକ୍ରର ଚକ ପରି ୨୪ ଟି ଚକ ରହିଛି।ତେବେ ସେହି ଭବ୍ୟ ମନ୍ଦିର କୁ କେମିତି ନିର୍ମାଣ କରା ଯାଇ ଥିଲା ?କାହିଁକି ସେ ମନ୍ଦିରରେ ଏପର୍ଯ୍ୟନ୍ତ ପୂଜା ହେଉ ନାହିଁ?କିଏ ସେହି ମନ୍ଦିର ରୁ ୫୨ ଟନ ଭାରୀ ଚୁମ୍ବକ କୁ କାଢ଼ି ନେଇ ଥିଲେ ଆସନ୍ତୁ ଜାଣିବା ଆଜିର ଏହି ଆର୍ଟିକିଲ ମାଧ୍ୟମରେ।ଏହି ମନ୍ଦିରଟି ଗଢ଼ି ଉଠିଥିଲା ପ୍ରାଚୀ ନଦୀ ଓ ବଙ୍ଗୋପସାଗର ର ସଙ୍ଗମ ସ୍ଥଳରେ।

konark

ସେତେବେଳେ ଏଠାରେ ଏକ ପୋତାସହି ବନ୍ଦର ଥିଲା,ଯାହାର ନାମ କୋଣଗର।ଗର୍ଭ ଗୃହ ଯୁକ୍ତ ମୁଖ୍ୟ ମନ୍ଦିରଟି ପ୍ରାୟ ୨୨୯ ଫୁଟ ଉଚ୍ଚ ଏବଂ ମୁଖଶାଳା ପ୍ରାୟ ୧୨୮ ଫୁଟ ଉଚ୍ଚ।ପୁରା ପରିସର ୮୫୭ ଫୁଟ ଲମ୍ବା ଓ ୫୪୦ ଫୁଟ ଚଉଡ଼ା।ଦେଉଳକୁ ଲୁହାର ବିମ ଦେଇ ମଜବୁତ କରା ଯାଇଥିଲା।ମନ୍ଦିର ର ଦଧିନଉତି ପ୍ରାୟ ୫୨ ଟନ ଚୁମ୍ବକ ରେ ନିର୍ମାଣ କରାଯାଇଥିଲା।ସୂର୍ଯ୍ୟ ଦେବଙ୍କ ଭବ୍ୟ ପ୍ରତିମା ଯାହା ଅଷ୍ଟ ଧାତୁରେ ନିର୍ମିତ ହୋଇଥିଲା,ତାହା କୌଣସି ସିଂହାସନ ରେ ବସି ନଥିଲା,ଖଞ୍ଜା ଯାଇଥିବା ଅନେକ ଚୁମ୍ବକର ଶକ୍ତି ବଳରେ ଏହା ଶୂନ୍ୟରେ ଭାସ୍ୟମାନ ହୋଇଥିଲା।ଏହି ମନ୍ଦିରକୁ ଏମିତି ନିର୍ମାଣ କରାଯାଇଥିଲା, ଯେପରିକି ସୂର୍ଯ୍ୟ ଦେବଙ୍କ ପ୍ରଥମ କିରଣ ନାଟ ମନ୍ଦିର ଦେଇ ଗର୍ଭ ଗୃହସ୍ଥ ମୁଖ୍ୟ ପ୍ରତିମାଙ୍କ ନାଭିରେ ଖଞ୍ଜା ଯାଇଥିବା ଏକ ହୀରାରେ ପ୍ରତିଫଳିତ ହେଉଥିଲା।ଏହା ସକାଳୁ ସକାଳୁ ଅଳ୍ପ କେତେକ ମିନିଟ ପାଇଁ ଦେଖିବାକୁ ମିଳିଥିଲା।

କିଛି ଇତିହାସକାର ଙ୍କ ଅନୁସାରେ ବଙ୍ଗାଲର ସୁଲତାନ ସୁଲେମାନ ଖାଁ କରାନୀ ୧୫୦୮ ରେ ଓଡ଼ିଶା ଉପରେ ଆକ୍ରମଣ କରିଥିଲେ।ସେ ଓଡ଼ିଶାର ଅନେକ ମନ୍ଦିର ସହିତ କୋଣାର୍କ ମନ୍ଦିର ଉପରେ ମଧ୍ୟ କ୍ଷତି ପହଞ୍ଚାଇଥିଲେ।ତାଙ୍କ ସେନା ଅଧ୍ୟକ୍ଷ ରୁଦ୍ରନାରାୟଣ ବା କଳା ପାହାଡ଼ ,କୋଣାର୍କ ମନ୍ଦିର ରେ ଲାଗିଥିବା ସେହି ୫୨ ଟନ ଚୁମ୍ବକୀୟ ପଥରକୁ ଏକା ଭାଙ୍ଗିଦେଲେ।ଯାହାଦ୍ୱାରା ମନ୍ଦିରର କାନ୍ଥ ଗୁଡ଼ିକ ଭୁଶୁଡ଼ି ପଡ଼ିଲା।ଏହାପରେ ପୁଣିଥରେ ସେହି ଭଙ୍ଗା ଚୁମ୍ବକ କୁ ମନ୍ଦିର ଚୂଳିରେ ଖଞ୍ଜା ଯାଇଥିଲା।ସେହି ଚୁମ୍ବକ ପଥର ଅଧା ଭାଙ୍ଗି ଯାଇଥିବା ହେତୁ,ସେହି ସମୁଦ୍ର କୁଳ ଦେଇ ଯାଉଥିବା ପର୍ତ୍ତୁଗାଲ ମାନଙ୍କ ଜହାଜ ରହସ୍ୟମୟ ଭାବେ ବୁଡ଼ିବାକୁ ଲାଗିଲା।ତେଣୁ ସେମାନେ ଏହାର ଚୁମ୍ବକ କୁ କାଢ଼ିନେଇ ନିଜ ଦେଶକୁ ନେଇଗଲେ।ତେଣୁ ମନ୍ଦିରର ମୁଖ୍ୟ କାନ୍ଥ ଗୁଡ଼ିକ ପୁଣିଥରେ ଭୁଶୁଡ଼ି ପଡ଼ିଲା।ପୁରୀର ପଣ୍ଡିତ ମାନେ ସେହି ମନ୍ଦିରକୁ ସୁରକ୍ଷା କରିବା ପାଇଁ ସୂର୍ଯ୍ୟ ଦେବଙ୍କ ପ୍ରତିମା ଙ୍କୁ ପୁରୀକୁ ନେଇଗଲେ ଓ ମନ୍ଦିରକୁ ଲୁଟେରାଙ୍କ କବଳରୁ ରକ୍ଷା କରିବା ପାଇଁ ବାଲି ରେ ପୋତିଦେଲେ।

ଯେଉଁ ମନ୍ଦିର କୁ ପର୍ତ୍ତୁଗାଲ ମାନେ ଭାଙ୍ଗି ଥିଲେ, ସେହି ମନ୍ଦିରକୁ ଇଂରେଜ ମାନେ ପୁନସ୍ଥାପିତ କଲେ। ୧୯୦୦ ମସିହାରେ ଲର୍ଡ଼ କର୍ଜନ ଓଡ଼ିଶାକୁ ବେପାର କରିବା ପାଇଁ ଆସିଥିଲେ।କେଜାଣି କେମିତି ସେ ୩୦୦ ବର୍ଷ ଧରି ବାଲିରେ ପୋତି ହୋଇଥିବା ସୂର୍ଯ୍ୟ ମନ୍ଦିର କୁ ଖୋଜି ବାହାର କଲେ।ଇଂରେଜ ମାନେ ତାକୁ ବାଲିରୁ ବାହାର କଲେ ଓ ମରାମତି କଲେ।ଏହାଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଗଲେ କି ବାଲିରେ ପୋତିହୋଇଥିବା ମନ୍ଦିର ର ଉଚ୍ଚତା ୨୨୯ ଫୁଟ।

ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ ।ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ।

Leave a Reply

Your email address will not be published. Required fields are marked *