ନମସ୍କାର ବନ୍ଧୁଗଣ,ଆପଣଙ୍କୁ ଆମ ୱେବପୋର୍ଟାଲ ରେ ସ୍ୱାଗତ।ବନ୍ଧୁଗଣ,ଆମ ରୋଷେଇ ଘରେ ମସଲା ପାଇଁ ସବୁବେଳେ ବ୍ୟବହାର ହେଉଥିବା ପିଆଜ ବହୁତ ଆବଶ୍ୟକ ହୋଇଥାଏ। ପିଆଜର ଔଷଧୀୟ ଗୁଣ ବିଷୟରେ ତ ଆପଣ ପୂର୍ବରୁ ଅବଗତ ଥିବେ।କିଛି ଲୋକଙ୍କୁ ପିଆଜ ଖାଇବା ଖୁବ୍ ଅଧିକ ସଉକ ରହିଥାଏ, କିନ୍ତୁ ଅଧିକାଂଶ ଲୋକ ପିଆଜ ଚୋପାକୁ ଫୋପାଡି ଦିଅନ୍ତ। କ’ଣ ଜାଣନ୍ତି କି? ପିଆଜ ଚୋପାର ଖୁବ୍ ଫାଇଦା ରହିଛି। ଏଥିରେ ଥିବା ପୋଷକ ତତ୍ତ୍ବ ଆମର ସ୍ବାସ୍ଥ୍ୟ ଏବଂ ତ୍ବଚାକୁ ସୁନ୍ଦର କରିବାରେ ସହାୟକ ହୋଇଥାଏ। ତେବେ ଆସନ୍ତୁ ଜାଣିବା ପିଆଜ ଚୋପାକୁ କିଭଳି ବ୍ୟବହା କରିବା।
ପିଆଜ ଚୋପାରେ ରୋଗପ୍ରତିରୋଧକ ଶକ୍ତି ବଢିବା ପାଇଁ ବ୍ୟବହାର କରିପାରିବେ। ଏଥିରେ ଆଣ୍ଟି ଅକ୍ସିଡେଣ୍ଟ ରହିଥାଏ, ଯାହାକି ରୋଗ ପ୍ରତିରୋଧକ ଶକ୍ତି ବଢାଇବାରେ ସହାୟକ। ଏହା ସହିତ ପିଆଜ ରସ୍ ମଧ୍ୟ ଖୁବ୍ ଉପକାରୀ। ଏକ ଷ୍ଟଡି ଅନୁସାରେ, ପିଆଜ ଚୋପାରେ ପ୍ରଚୁର ପରିମାଣରେ ଫାଇବର ରହିଥାଏ। ଏହା ସହିତ ସେଥିରେ ଫ୍ଲାଭୋନାଏଡ୍, କେରେସୋଟିନ୍ ଓ ଫିନୋଲିକ୍ ଶରୀରରେ କୌଣସି ସ୍ଥାନରେ ଫୁଲା ଓ କ୍ୟାନସର ଭଳି ସମସ୍ୟାରୁ ରକ୍ଷା କରିବାରେ ଭଲ ପ୍ରମାଣିତ ହୋଇଥାଏ।
ଯଦି ପିଆଜା ଚୋପାକୁ ଚା’ ସହିତ ଗରମ କରି ପିଆଯା, ତେବେ ବିଭିନ୍ନ ପ୍ରକାର ଗଳା ସମ୍ପର୍କିତ ରୋଗରୁ ମୁକ୍ତି ମିଳିଥାଏ। ଥଣ୍ଡା, କାଶରୁ ମଧ୍ୟ ମୁକ୍ତି ମିଳିଥାଏ । କେଶ ଯଦି ବଢୁନି ତେବେ ପିଆଜ ଚୋପାର ରସକୁ ବ୍ୟବହାର କରିପାରିବେ। ଯଦି କେଶ ରୁକ୍ଷା ତେବେ ପାଣିରେ ପିଆଜ ରସ ପକାଇ ଗରମ କରି ନିଅନ୍ତୁ ଓ ସାମ୍ପୋ କରିବା ପରେ ଏହି ପାଣିକୁ କେଶକୁ ଧୂଅନ୍ତୁ। ଚେହରାରେ କୌଣସି ଦାଗ ଥିଲେ ପିଆଜ ରସକୁ ହଳଦୀ ସହିତ ମିଶାଇ ଲଗାଇ ପାରିବେ। ପିଆଜ ଚୋପର ରସ୍ ଡେଡ୍ ସ୍କିନକୁ ବାହାର କରିବାରେ ସହାୟକ ହୋଇଥାଏ। ତେବେ ବନ୍ଧୁଗଣ ଆମେ ଆଶା କରୁଅଛୁ ଯେ ଆପଣଙ୍କୁ ଏହି ପୋଷ୍ଟ ଟି ପସନ୍ଦ ଆସିଥିବ। ତେବେ ଏହାକୁ ସେୟାର୍ କରି ଅଧିକରୁ ଅଧିକ ଲୋକଙ୍କ ନିକଟରେ ପହଞ୍ଚାଇବାକୁ ଚେଷ୍ଟା କରନ୍ତୁ।ଏଭଳି ଅଧିକ ସୂଚନା ପାଇଁ ଆମକୁ ଲାଇକ ଏବଂ ଫଲୋ ନିଶ୍ଚିତ କରନ୍ତୁ।ଧନ୍ୟବାଦ।