ହାଲୋ ହାଏ ଆପଣମାନଙ୍କୁ ଆମର ଏହି ଓଡ଼ିଆ ପୋର୍ଟାଲକୁ ସ୍ୱାଗତ ଜଣାଉଛୁ ପୁଣି ଏକ ନୂଆ ଟପିକ ସହିତ ଆଶା କରୁଛି ଆପଣମାନେ ସମସ୍ତେ ଭଲରେ ଥିବେ ତେବେ ଚାଲନ୍ତୁ ଜାଣିବା ଆଜିର ଏହି ଟପିକ। ବନ୍ଧୁଗଣ କରୋନା ପାଇଁ ରାଜ୍ୟରେ ଦୀର୍ଘ ୭ମାସ ହେଲା ସମସ୍ତ ସ୍କୁଲ, କଲେଜ ବନ୍ଦ ରହିଛି। ଏବେ ରାଜ୍ୟରେ କରୋନା ଗ୍ରାଫ୍ରେ ସାମାନ୍ୟ ହ୍ରାସ ପରେ ଗଣଶିକ୍ଷା ବିଭାଗ ଏବେ ସ୍କୁଲ ଖୋଲିବା ନେଇ ଚିନ୍ତା କରୁଛନ୍ତି। କିନ୍ତୁ ଏ ବାବଦରେ କୌଣସି ଚୂଡ଼ାନ୍ତ ନିଷ୍ପତ୍ତି ନିଆଯାଇପାରୁନାହିଁ। ନଭେମ୍ଵର ୧୬ ପରେ ସ୍କୁଲ ଖୋଲିବା ପାଇଁ ବିଭାଗ ଘୋଷଣା କରିଥିଲା। କିନ୍ତୁ ସ୍ଵତନ୍ତ୍ର ରିଲିଫ୍ କମିସନର ଏକ ସାନି ନିର୍ଦ୍ଦେଶାବଳୀ ଜାରି କରି ଏହି ନିଷ୍ପତ୍ତିରେ ପରିବର୍ତ୍ତନ ଆଣିଛନ୍ତି।
ସ୍ଵତନ୍ତ୍ର ରିଲିଫ୍ କମିସନରଙ୍କ ନିର୍ଦ୍ଦେଶାବଳୀ ଅନୁସାରେ ନଭେମ୍ଵର ୩୦ ପର୍ଯ୍ୟନ୍ତ ରାଜ୍ୟରେ ସମସ୍ତ ସ୍କୁଲ ବନ୍ଦ ରହିବ। ନଭେମ୍ଵର ୧୫ ପରେ ଗଣଶିକ୍ଷା ବିଭାଗ ପରିଚାଳନା ଓ ନିୟନ୍ତ୍ରଣ ବିଷୟରେ ବିଚାର କରି ସ୍କୁଲ ଖୋଲିବା ନେଇ ନୂଆ ଏସ୍ଓପି ଜାରି କରିବ। କିନ୍ତୁ ଏହି ସମୟ ମଧ୍ୟରେ ସମସ୍ତ ପରୀକ୍ଷା କରାଯାଇ ପାରିବ। ଅନଲାଇନ୍ ଏବଂ ଡିଷ୍ଟାଣ୍ଟ କ୍ଲାସ କରାଯାଇପାରିବ। କଣ୍ଟେନମେଣ୍ଟ ଜୋନ ବାହାରେ ଟିଚିଙ୍ଗ ଏବଂ ନନ୍ ଟିଚିଙ୍ଗ ଷ୍ଟାଫ୍ମାନେ ସ୍କୁଲ ଆସିପାରିବେ। ପିଜି ଏବଂ ପିଏଚ୍ଡି ପିଲାଙ୍କ ପାଇଁ ପରୀକ୍ଷାଗାର ଲାବ୍ରୋଟାରୀ ଖୋଲାଯାଇପାରିବ।
ଶନିବାର ଅନ୍ଲକ-୬ ଗାଇଲାଇନ୍ରେ ଗଣଶିକ୍ଷା ବିଭାଗ ନଭେମ୍ଵର ୧୬ ପରେ ରାଜ୍ୟରେ ସମସ୍ତ ସ୍କୁଲ ଖୋଲିବା ପାଇଁ ଘୋଷଣା କରିଥିଲେ। କେବଳ ନବମରୁ ଦ୍ଵାଦଶ ଶ୍ରେଣୀ ପିଲାଙ୍କୁ ସ୍କୁଲ ଆସିବାକୁ ଅନୁମତି ଦିଆଯାଇଥିଲା। କିନ୍ତୁ ଏହାର କିଛି ସମୟ ପରେ ସ୍ଵତନ୍ତ୍ର ରିଲିଫ୍ କମିସନର ଏଥିରେ ପରିବର୍ତ୍ତନ ଆଣି ଏକ ନୂଆ ନିର୍ଦ୍ଦେଶାନାମା ଜାରି କରିଛନ୍ତି। ମୁ ଆଶା କରୁଛି ଆମର ଏହି ଖବରଟି ଆପଣଙ୍କୁ ଭଲ ଲାଗିଥିବ ଯଦି ଟିକିଏ ଭଲ ଲାଗିଥାଏ ଆମକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ଏବଂ ତଳ ପେଜରେ ଲାଇକଟିଏ କରିଦିଅନ୍ତୁ ଧନ୍ୟବାଦ।