karaja

ଋଣ ଏବଂ କରଜରୁ ମୁକ୍ତି ଚାହୁଁଥିଲେ କରନ୍ତୁ ଏହି ଉପାୟ ଶୀଘ୍ର କରଜରୁ ମିଳିବ ମୁକ୍ତି |

FACT

ନମସ୍କାର ବନ୍ଧୁଗଣ,ଆପଣଙ୍କୁ ଆମ ୱେବପୋର୍ଟାଲରେ ସ୍ୱାଗତ। ବନ୍ଧୁଗଣ, ଆଜିକାଲି ଆମେ ନିଜର ଆଶା ଆକାଂକ୍ଷା କୁ ପୂର୍ଣ କରିବା ପାଇଁ ଋଣ କରଜ ନେଉଛନ୍ତି କିନ୍ତୁ ପରବର୍ତ୍ତୀ ସମୟରେ ଏହି ଋଣ ର ଭାର ବୃଦ୍ଧି ଯୋଗୁଁ ଆମେ ଅସୁବିଧାରେ ପଡ଼ନ୍ତି। କୌଣସି ବି ଲୋକ ଋଣ ଭାରରେ ରହିବାକୁ ପସନ୍ଦ କରନ୍ତିନି। କିନ୍ତୁ ଅନେକ ଥର ପରିସ୍ଥିତି ଆଗରେ ହାର ମାନି ଋଣ ନେବାକୁ ପଡିଥାଏ। ସେହିପରି ଆର୍ଥିକ ସ୍ଥିତି ନହେବା କାରଣରୁ ଋଣରୁ ଜଲଦି ଛୁଟକାରା ମିଳିବା ବି ବହୁତ କଷ୍ଟକର ହୋଇଥାଏ। ବାସ୍ତୁ ଦୋଷ ମଧ୍ୟ ଏହାର ଗୋଟେ କାରଣ ହୋଇପାରେ।

laxmi1

ବାସ୍ତୁ ଦୋଷ ଅନୁଯାୟୀ ଅନେକ ତର ବ୍ୟକ୍ତି କରଜରେ ଏତେ ବୁଡିକି ରୁହନ୍ତି ଯେ ଗୋଟେ ଋଣ ସୁଝିବା ପୂର୍ବରୁ ଆଉଗୋଟେ ଋଣ କରିଦିଅନ୍ତି। ଏହି ପରିସ୍ଥିତି ନସୁଧୁରିବା କାରଣରୁ ବ୍ୟକ୍ତି ଚିନ୍ତାରେ ପଡିଯାନ୍ତି। ବାସ୍ତୁ ଅନୁଯାୟୀ ଯଦି ଛୋଟ ଛୋଟ କଥାକୁ ଆପଣ ଧ୍ୟାନ ରଖିବେ ତେବେ ଋଣ ବୋଝକୁ କମ୍ କରିପାରିବେ। ବାସ୍ତୁ ଅନୁଯାୟୀ ଘରେ ବାଥରୁମ ଦକ୍ଷିଣ-ପଶ୍ଚିମ ଭାଗରେ ରହିବା ଅନୁଚିତ। ଏହି ଦିଗରେ ବାଥରୁମ ରହିଲେ ଆପଣ ଋଣରେ ବୁଡିପାରନ୍ତି। କିନ୍ତୁ ଯଦି ଦକ୍ଷିଣ-ପଶ୍ଚିମ ଦିଗରେ ବାଥରୁମ ଥାଏ ତେବେ ଏହାର କୋଣରେ ଏକ ଗିନାରେ ଲୁଣ ଭରି ଥୋଇ ଦିଅନ୍ତୁ। ଏହାଦ୍ୱାରା ବାସ୍ତୁ ଦୋଷ ଦୂର ହୋଇଯାଏ।

ବାସ୍ତୁ ଅନୁଯାୟୀ ଯଦି ଆପଣ ଲୋନ ନେଇଛନ୍ତି, ତାହେଲେ ପ୍ରଥମ କିସ୍ତି ମଙ୍ଗଳବାରରେ ହିଁ ସୁଝିଦିଅନ୍ତୁ। ଏପରି କରିବା ଦ୍ୱାରା ବହୁତ ଜଲଦି ଋଣରୁ ମୁକ୍ତି ପାଇପାରିବେ। ଯଦି ଘରେ କିମ୍ବା ଦୋକାନରେ କାଚ ଲାଗିଥାଏ ତାହେଲେ ଏଥିପାଇଁ ସବୁବେଳେ ଉତ୍ତର-ପୂର୍ବ ଦିଗକୁ ବାଛନ୍ତୁ। ଏପରି କରିବା ଦ୍ୱାରା ଋଣ ବୋଝ ବଢ଼ିନଥାଏ। କିଛି ଲୋକ ଖାଦ୍ୟ ଖାଇବା ପରେ ଅଇଁଠା ବାସନକୁ ସେପରି ଛାଡିଦିଅନ୍ତି। ବାସ୍ତୁ ଅନୁଯାୟୀ ଏମିତି କରିବାକୁ ଅଶୁଭ ବୋଲି ଧରାଯାଏ। ଏହାଦ୍ୱାରା ଧନ ହାନି ହେବା ସହିତ ଘରେ ଦରିଦ୍ରତା ବଢ଼ିଥାଏ।ଏଣୁ ପ୍ରତିଦିନ ରାତିରେ ଅଇଁଠା ବାସନା ସଫା କରି ଶୋଇବା ଉଚିତ।

ନିଜ ଘରେ କିମ୍ବା ଦୋକାନରେ ଧନର ଦେବୀ ମା ଲକ୍ଷ୍ମୀ ତଥା ଧନର ଦେବତା କୁବେରଙ୍କ ପ୍ରତିମା ଉତ୍ତର ଦିଗରେ ସ୍ଥାପିତ କରିବା ପରେ ନିୟମିତ ରୂପରେ ତାଙ୍କର ପୂଜା କରିବା ଦ୍ୱାରା ଋଣ ଭାରରୁ ବହୁତ ଜଲଦି ମୁକ୍ତି ମିଳିଥାଏ। ତେବେ ବନ୍ଧୁଗଣ ଆମେ ଆଶା କରୁଅଛୁ ଯେ ଆପଣଙ୍କୁ ଏହି ପୋଷ୍ଟ ଟି ପସନ୍ଦ ଆସିଥିବ। ତେବେ ଏହାକୁ ସେୟାର୍ କରି ଅଧିକରୁ ଅଧିକ ଲୋକଙ୍କ ନିକଟରେ ପହଞ୍ଚାଇବାକୁ ଚେଷ୍ଟା କରନ୍ତୁ।ଏଭଳି ଅଧିକ ସୂଚନା ପାଇଁ ଆମକୁ ଲାଇକ ଏବଂ ଫଲୋ ନିଶ୍ଚିତ କରନ୍ତୁ।ଧନ୍ୟବାଦ।

Leave a Reply

Your email address will not be published. Required fields are marked *