sani

ଶନିଦେବଙ୍କ ବକ୍ର ଦୃଷ୍ଟିର ଆରମ୍ଭ ଏହି ୩ଟି ରାଶି ପାଇଁ ହୋଇପାରେ ଅସୁବିଧା,କରନ୍ତୁ ଏହି ପ୍ରତିକାର ଉପାୟ |

FACT

ଜ୍ୟୋତିଷ ଶାସ୍ତ୍ରରେ ଶନିଦେବଙ୍କୁ ନ୍ୟାୟ ଦେବତା କୁହାଯାଏ। ତାଙ୍କୁ କର୍ମଫଳ ଦାତା ମଧ୍ୟ କୁହାଯାଏ। ତେବେ ଚଳିତ ବର୍ଷ ଶନି ମେ ୨୩ରେ ବକ୍ର ଅବସ୍ଥାରେ ରହିବେ। ଅର୍ଥାତ୍ ଓଲଟା ଦିଗରେ ଗତି କରିବେ। ତେବେ ପ୍ରତ୍ୟେକ ଗ୍ରହ ବକ୍ର ଅବସ୍ଥାରେ ୧୨ଟି ରାଶି ଉପରେ ଭିନ୍ନଭିନ୍ନ ପ୍ରକାରର ପ୍ରଭାବ ପକାଇଥାନ୍ତି।

sanii

ବକ୍ର ଗତି ସମୟରେ ଶନି ମଧ୍ୟ କିଛି ରାଶି ଉପରେ ସକାରାତ୍ମକ ଏବଂ ନକାରାତ୍ମକ ପ୍ରଭାବ ପକାଇବେ। ତେବେ ଏହି ସମୟରେ ମକର ଏବଂ କୁମ୍ଭ ରାଶି ଉପରେ ଶନି ସବୁଠୁ ଅଧିକ ଖରାପ ପ୍ରଭାବ ପକାଇବେ ବୋଲି କୁହାଯାଉଛି। ମେଷ ରାଶି : ବ୍ୟବସାୟ ରେ ମାନ୍ଦା ଅବସ୍ଥା ଦେଖାଦେବ। ପରିବାର ରେ ତିକ୍ତତା ମଧ୍ୟ ଦେଖାଯାଇ ପାରେ। ବାହାରେ ମାନ ସମ୍ମାନ ପାଇବାରୁ ବଞ୍ଚିତ ହୋଇ ପାରନ୍ତି।ଶନି ଙ୍କ ପ୍ରଭାବରୁ ମାନସିକ ସ୍ଥିତି ଭଲ ରହିବ ନାହିଁ। ମକର ରାଶି: ଧନ କ୍ଷେତ୍ରରେ ସଫଳତା ମିଳିବ ନାହିଁ ଧନ କିଛି କ୍ଷତି ମଧ୍ୟ ହୋଇପାରେ। ଚାକିରୀ କ୍ଷେତ୍ର ରେ କିଛି ବିଫଳତା ଦେଖିବାକୁ ମିଳିପାରିବ। ପତ୍ନୀ ଏବଂ ପରିବାର ସହ ମତାନ୍ତର ଦେଖିବାକୁ ମିଳିପାରେ।

କୁମ୍ଭ ରାଶି : ପ୍ରେମ କ୍ଷେତ୍ରରେ ଅସଫଳତା ମିଳିପାରେ। ସମ୍ପର୍କରେ ବାଧା ଏବଂ ଫାଟ ସୃଷ୍ଟି ହୋଇପାରେ। ପୁରୁଣା ରୋଗ ର ଉଥାନ ଅଥବା ସ୍ଵାସ୍ଥ୍ୟ ସମ୍ବନ୍ଧୀୟ ଅସୁସ୍ଥତା ଦେଖାଦେଇ ପାରେ। ଏହି ମାସ ପାଇଁ ଆର୍ଥିକ ସ୍ଥିତି ଏତେ ଭଲ ରହିବ ନାହିଁ। ଜ୍ୟୋତିଷବିଦଙ୍କ ଅନୁଯାୟୀ, ସାଢେ ସାତି କାରଣରୁ ଶନିଙ୍କ ଦୁଷ୍ପ୍ରଭାବ ବଢିଥାଏ। ଏଥିପାଇଁ ଶନି ତୁଳା ରାଶିରେ ଉଚ୍ଚ ଏବଂ ମେଷ ରାଶିରେ ନୀଚ୍ଚରେ ଥାନ୍ତି। ବକ୍ର ଅବସ୍ଥା ସମୟରେ ଶନି ତୁଳା ରାଶି ଉପରେ ସକାରାତ୍ମକ ଏବଂ ମେଷ ରାଶି ଉପରେ ନକାରାତ୍ମକ ପ୍ରଭାବ ପକାଇଥାନ୍ତି। କୌଣସି ବି ରାଶି ଉପରେ ସପ୍ତମ ଭାବ ଥିବା ସମୟରେ ଶନି ଶୁଭ ପରିଣାମ ଦିଅନ୍ତି ନାହିଁ।

ଯଦି ଜନ୍ମ କୁଣ୍ଡଳୀରେ ବକ୍ର ଶନି ଶୁଭ ସ୍ଥାନରେ ବିରାଜମାନ କରନ୍ତି ତେବେ ସେହି ଜାତକକୁ ସବୁ କ୍ଷେତ୍ରରେ ସଫଳତା ମିଳିଥାଏ। ଅପର ପକ୍ଷରେ ଯଦି ଶନି ଅଶୁଭ ସ୍ଥାନରେ ବିରାଜମାନ କରନ୍ତି ତେବେ ସବୁ କାମରେ ବାଧା ସୃଷ୍ଟି ହୋଇଥାଏ। ଧନ ହାନି ହୋଇଥାଏ। ଶନିଙ୍କ ଦୁଷ୍ପ୍ରଭାବରୁ ବର୍ତ୍ତିବା ପାଇଁ ଭଗବାନ ଭୈରବ ଏବଂ ହନୁମାନଙ୍କ ପୂଜା କରିବା ଉଚିତ୍। ଏତଦ୍ ବ୍ୟତୀତ ମହାମୃତ୍ୟୁଞ୍ଜୟ ଜପ କଲେ ଶନିଙ୍କ ପ୍ରକୋପରୁ ରକ୍ଷା ମିଳେ। ଶନିବାର ଦିନ ତେଲ, ଲୁହା ଏବଂ ଜୋତା ଦାନ କଲେ ମଧ୍ୟ ଶୁଭ ଫଳ ମିଳିଥାଏ। ତେବେ ବନ୍ଧୁଗଣ ଆମେ ଆଶା କରୁଅଛୁ ଯେ ଆପଣଙ୍କୁ ଏହି ପୋଷ୍ଟ ଟି ପସନ୍ଦ ଆସିଥିବ। ତେବେ ଏହାକୁ ସେୟାର୍ କରି ଅଧିକରୁ ଅଧିକ ଲୋକଙ୍କ ନିକଟରେ ପହଞ୍ଚାଇବାକୁ ଚେଷ୍ଟା କରନ୍ତୁ।ଏଭଳି ଅଧିକ ସୂଚନା ପାଇଁ ଆମକୁ ଲାଇକ ଏବଂ ଫଲୋ ନିଶ୍ଚିତ କରନ୍ତୁ।ଧନ୍ୟବାଦ।

Leave a Reply

Your email address will not be published. Required fields are marked *