ନମସ୍କାର ବନ୍ଧୁଗଣ ଆପଣଙ୍କୁ ଆମ ୱେବପୋର୍ଟାଲ ରେ ସ୍ୱାଗତ। ବନ୍ଧୁଗଣ, ଆମେ ଶୋଇବା ସମୟରେ ଏମିତି ଅନେକ ସ୍ୱପ୍ନ ଦେଖିଥାଉ ଯାହା କି ଆମ ଜୀବନରେ ଆମକୁ ଅନେକ ସଂକେତ ଦେଇଥାଏ। ଶୋଇବା ବେଳେ ସ୍ବପ୍ନରେ ଆମେ ବହୁତ କିଛି ଜିନିଷ ଦେଖିଥାଉ।ଆଜିର ଆର୍ଟିକିଲ୍ ରେ ଆମେ ଆପଣଙ୍କୁ ଏମିତି କିଛି ବିଶେଷ ସ୍ୱପ୍ନ ବିଷୟରେ କହିବୁ ଯାହା କି ଆମକୁ କିଛି ସ୍ୱତନ୍ତ୍ର ସଂକେତ ଦେଇଥାଏ।
ସ୍ବପ୍ନ ଭଲ ଓ ଖରାପ ମଧ୍ୟ ଥାଏ। ଆମେମାନେ ପରସ୍ପରକୁ ବହୁବାର ଏଭଳି କହୁଥାଉ ମୁଁ କାଲି ସ୍ବପ୍ନରେ ଦେଖିଲି କେଉଁ ଗୋଟେ ବଡ ସ୍ଥାନକୁ ଯାଇଥିଲି, କିମ୍ବା ଆକାଶରେ ଉଡୁଥଲି। ଏଭଳି ଅନେକ କିଛି ସ୍ବପ୍ନ ନେଇ ବାଖ୍ୟା କରନ୍ତି। ଯାହା ଆମକୁ ସବୁବେଳେ ସ୍ବପ୍ନରେ ଦେଖିଥାଉ ତାହା ମନରେ ଏକ ପ୍ରଶ୍ନ ହୋଇ ରହିଥାଏ। ଆମକୁ ଏହାର ଜବାବ୍ ମିଳିପାରିନଥାଏ। ସାମୁଦ୍ରିକ ଶାସ୍ତ୍ର ଅନୁସାରେ, ସ୍ବପ୍ନରେ ଦେଖିବାକୁ ମିଳୁଥିବା ଜିନିଷରୁ ବ୍ୟକ୍ତିର ଜୀବନ କିମ୍ବା ତା’ର ଭବିଷ୍ୟତ ସମ୍ପର୍କରେ ବହୁତ କିଛି ଜାଣିହୁଏ। ରାତିର ପ୍ରଥମ ପ୍ରହରରେ ଯେଉଁ ସ୍ବପ୍ନ ଦେଖାଯାଏ ତାହାର ଏକ ବର୍ଷ ଭିତରେ ଶୁଭଫଳ ମିଳିଥାଏ। ଯଦି ଦ୍ବିତୀୟ ପ୍ରହରରେ ଦେଖାଯା, ତେବେ ନ’ମାସ ଭିତରେ ଏହାର ଫଳ ମିଳିଥାଏ।
ଏଭଳି ଭାବରେ ରାତିର ତୃତୀୟ ପ୍ରହରରେ ସ୍ବପ୍ନ ଦେଖିଲେ ତିନି ମାସ ଭିତରେ ଓ ଚତୁର୍ଥ ପ୍ରହରରେ ଦେଖିଲେ ୧ ମାସ ଭିତରେ ତାହାର ଫଳ ମିଳିଥାଏ। ରାତି ଶେଷ ହେବାକୁ ଯଦି ମାତ୍ର କିଛି ସମୟ ଥାଏ ଆଉ ସ୍ବପ୍ନ ଦେଖନ୍ତି ତାହା ୧୦ ଦିନ ଭିତରେ ଓ ଭୋର ଅର୍ଥାତ ସକାଳୁ ସ୍ବପ୍ନ ଦେଖିଲେ ତୁରନ୍ତ ତାହାର ଫଳ ମିଳିଥାଏ। ସାମୁଦ୍ରିକ ଶାସ୍ତ୍ର ଅନୁସାରେ, ସମସ୍ତ ସ୍ବପ୍ନର ନିଜର ଏକ ଅଲଗା ଓ ବିଶେଷ ମହତ୍ବ ରହିଛି। ସ୍ବପ୍ନ ମୁଖ୍ୟତଃ ଦୁଇପ୍ରକାରର ହୋଇଥାଏ। ପ୍ରଥମଟି ପଜିଟିଭ ଓ ଦ୍ବିତୀୟଟି ନେଗେଟିଭ। ଯଦି ସ୍ବପ୍ନରେ ଆପଣ ନିଜକୁ କୌଣସି ନଦୀ କିମ୍ବା ପୋଖରୀରେ ପହଁରୁଥିବାର ଦେଖନ୍ତି କିମ୍ବା ଆକାଶରେ ଉଡୁଥିବାର ଦେଖିନ୍ତି।
ଏହା ସହିତ ସୂର୍ଯ୍ୟ ଉଦୟ, କୌଣସି ବଡ ମହଲ, ମନ୍ଦିର କିମ୍ବା ଶିବାଳୟକୁ ନିଜେ ଚଢୁଥିବାର ଦେଖିନ୍ତୁ ତେବେ ଏହାର ଅର୍ଥ ହେଉଛି ଆପଣଙ୍କର ସବୁ କାର୍ଯ୍ୟ ସିଦ୍ଧି ହେବ। ସ୍ବପ୍ନରେ ଦହି-ଭାତ ଖାଇବା ଖୁବ୍ ଶୁଭ ଓ ଲାଭଦାୟକ।ଆପଣଙ୍କ ବ୍ୟବସାୟ ଆଗକୁ ବଢିବାକୁ ଯାଉଛି ବୋଲି ଜାଣନ୍ତୁ। ତେବେ ବନ୍ଧୁଗଣ ଆମେ ଆଶା କରୁଅଛୁ ଯେ ଆପଣଙ୍କୁ ଏହି ପୋଷ୍ଟ ଟି ପସନ୍ଦ ଆସିଥିବ। ତେବେ ଏହାକୁ ସେୟାର୍ କରି ଅଧିକରୁ ଅଧିକ ଲୋକଙ୍କ ନିକଟରେ ପହଞ୍ଚାଇବାକୁ ଚେଷ୍ଟା କରନ୍ତୁ।ଏଭଳି ଅଧିକ ସୂଚନା ପାଇଁ ଆମକୁ ଲାଇକ ଏବଂ ଫଲୋ ନିଶ୍ଚିତ କରନ୍ତୁ।ଧନ୍ୟବାଦ।