tualasi

ତୁଳସୀ ଗଛ ଶୁଖିଗଲେ କଣ ହୁଏ? ମିଳିଥାଏ ଏହି ସଂକେତ ଘଟିପାରେ ଏହି ଘଟଣା |

FACT

ନମସ୍କାର ବନ୍ଧୁଗଣ ଆପଣଙ୍କୁ ଆମ ୱେବପୋର୍ଟାଲ ରେ ସ୍ୱାଗତ। ବନ୍ଧୁଗଣ।ତୁଳସୀ କୁ ମାଆ ବୃନ୍ଦାବତୀ କୁହାଯାଏ। ହିନ୍ଦୁ ଧର୍ମରେ ତୁଳସୀ ଗଛ ଖୁବ୍ ପବିତ୍ର ମନେକରାଯାଏ। ମାନ୍ୟତା ରହିଛି ଯେ ଘରର ଅଗଣାରେ ତୁଳସୀ ଗଛ ଲଗାଇବା ଦ୍ବାରା ସକାରତ୍ମକ ଶକ୍ତି ମିଳିଥାଏ। ପ୍ରତିଦିନ ତୁଳସୀ ଗଛରେ ପାଣି ଦେଲେ ଇଶ୍ବରଙ୍କ କୃପା ରହିଥାଏ। କିନ୍ତୁ ଯଦି ତୁଳସୀ ଗଛ ସୁଖିବାକୁ ଲାଗୁଥାଏ ତେବେ ଘର ଉପରେ ଏହାର ଖରାପ ପ୍ରଭାବ ପଡିପାରେ। କେବଳ  ତୁଳସୀ ଗଛ ଲଗାଇଦେଲେ ହେବନି ପୂଜା-ପାଠ କରିବାର ମଧ୍ୟ କିଛି ନିୟମ ରହିଛି। ଯାହାର ପାଳନ କରିବା ଜରୁରୀ ହୋଇଥାଏ। ନହେଲେ ଘରେ ବହୁ ବିପତ୍ତି ଆସିପାରେ। ତେବେ ଆସନ୍ତୁ ଜାଣିବା ତୁଳସୀ ଗଛ ସମ୍ପର୍କରେ କିଛି ପଦକ୍ଷେପ ଏବଂ ବିଶେଷ କଥା ।

tulsii

ଯଦି ଘରେ ତୁଳସୀ ଗଛ ଶୁଖିକି କଳା ପଡିଯାଏ ତେବେ ଜାଣିନିଅନ୍ତୁ ଆପଣଙ୍କ ଦ୍ବାରା କିଛି ନା କିଛି ଭୁଲ ହୋଇଛି।  ଶୁଖିଯାଇଥିବା ଗଛକୁ ଏପଟ ସେପଟେ ପକାନ୍ତୁ ନାହିଁ ବରଂ ନଦୀରେ ପ୍ରବାହିତ କରିଦିଅନ୍ତୁ। ନୂଆ ଗଛ ଲଗାଇବା ପୂର୍ବରୁ ଦେବୀ ତୁଳସୀଙ୍କୁ ନିଜର ଭୁଲ ପାଇଁ କ୍ଷମା ମାଗନ୍ତୁ।ପ୍ରତିଦିନ ପାଣି ଦେବା ସହ ତୁଳସୀ ଗଛ ପାଖରେ ଦୀପ ଲଗାନ୍ତୁ।

ରବିବାର, ଏକାଦଶୀ ଓ ସୂର୍ଯ୍ୟ କିମ୍ବା ଚନ୍ଦ୍ର ଗ୍ରହଣ ଦିନ ତୁଳସୀ ଗଛରେ ଭୁଲରେ ପାଣି ଦିଅନ୍ତୁ ନାହିଁ କିମ୍ବା ହାତ ଲଗାନ୍ତୁ ନାହିଁ। କାରଣ ରବିବାର ଦେବୀ ତୁଳସୀ ଭଗବାନ ବିଷ୍ଣୁଙ୍କ ଆରାଧନାରେ ଲୀନ ରହିଥାନ୍ତି।ଭୁଲରେ ସୂର୍ଯ୍ୟାସ୍ତ ପରେ ତୁଳସୀ ପତ୍ରକୁ ଛିଡାନ୍ତୁ ନାହିଁ। ଏହାଦ୍ବାରା ତୁଳସୀଙ୍କ ସହ ଅନ୍ୟ ଦେବାଦେବୀ ଅସନ୍ତୁଷ୍ଟ ହୋଇଥାନ୍ତି।

ତୁଳସୀ ପୂଜା ପରେ ଆରତୀ କରିବାକୁ ଭୁଲନ୍ତୁ ନାହିଁ।ଘରେ ଶୁଖିଲା ତୁଳସୀ ଗଛ ରଖନ୍ତୁ ନାହିଁ, ବଡ ବିପଦ ଆସିପାରେ। ଶିବଙ୍କ ପୂଜାରେ ତୁଳସୀ  ବ୍ୟବହାର କରନ୍ତୁ ନାହିଁ।ପ୍ରତିଦିନ ତୁଳସୀ ପୂଜା କରିବା ଦ୍ବାରା ଘରେ କେ​‌ବେ ଦାରିଦ୍ର୍ୟତା ଆସିନଥାଏ କାରଣ ତୁଳସୀକୁ ମାତା ଲକ୍ଷ୍ମୀଙ୍କ ସ୍ବରୂପ ମନେକରାଯାଇଥାଏ। କୁହାଯାଏ ତୁଳସୀ ଗଛ ମୂଳରେ ସମସ୍ତ ତୀର୍ଥ, ମଧ୍ୟ ଭାଗରେ ସମସ୍ତ ଦେବଦେବୀ ଓ ଉପର ଭାଗର ଶାଖାରେ ୪ ବେଦ ରହିଛି। ତୁଳସୀ ପୂଜାରେ ଘରେ କେବଳ ଶୁଖ-ଶାନ୍ତି ଆସିନଥାଏ ବଂର ବ୍ୟକ୍ତିର ସ୍ବାସ୍ଥ୍ୟ ମଧ୍ୟ ଭଲ ରହିଥାଏ।

tulsiii

ତୁଳସୀଙ୍କ ପୂଜା କରିବା ବେଳେ ଭଗବାନ ଶାଳଗ୍ରାମଙ୍କୁ ସ୍ମରଣ ନିଶ୍ଚିତ କରନ୍ତୁ।ଘର ଅଗଣାରେ ତୁଳସୀ ଗଛ ରହିଲେ ବାସ୍ତୁ ଦୋଷ ଦୂର ହୋଇଥାଏ।ଯଦି ପ୍ରସାଦ କିମ୍ବା ଅନ୍ୟ କୌଣସି ଖାଦ୍ୟ ପେୟରେ ତୁଳସୀ ପତ୍ର ଚୋବେଇବା ସ୍ଥାନରେ ଗିଳିଦିଅନ୍ତି ତେବେ ଆପଣ ରୋଗମୁକ୍ତ ରହିବେ।ତୁଳସୀ ପତ୍ର ୧୧ ଦିନ ପର୍ଯ୍ୟନ୍ତ ବାସି ହୋଇନଥାଏ। ପ୍ରତିଦିନ ପାଣି ପକାଇ ଏହାର ବ୍ୟବହାର କରିପାରିବେ।

ତେବେ ବନ୍ଧୁଗଣ ଆମେ ଆଶା କରୁଅଛୁ ଯେ ଆପଣଙ୍କୁ ଏହି ପୋଷ୍ଟ ଟି ପସନ୍ଦ ଆସିଥିବ। ତେବେ ଏହାକୁ ସେୟାର୍ କରି ଅଧିକରୁ ଅଧିକ ଲୋକଙ୍କ ନିକଟରେ ପହଞ୍ଚାଇବାକୁ ଚେଷ୍ଟା କରନ୍ତୁ।ଏଭଳି ଅଧିକ ସୂଚନା ପାଇଁ ଆମକୁ ଲାଇକ ଏବଂ ଫଲୋ ନିଶ୍ଚିତ କରନ୍ତୁ।ଧନ୍ୟବାଦ।

Leave a Reply

Your email address will not be published. Required fields are marked *