ହାଲୋ ହାଏ ଆପଣମାନଙ୍କୁ ଆମର ଏହି ଓଡ଼ିଆ ପୋର୍ଟାଲକୁ ସ୍ୱାଗତ ଜଣାଉଛୁ ପୁଣି ଏକ ନୂଆ ଟପିକ ସହିତ ଆଶା କରୁଛି ଆପଣମାନେ ସମସ୍ତେ ଭଲରେ ଥିବେ ତେବେ ଚାଲନ୍ତୁ ଜାଣିବା ଆଜିର ଏହି ଟପିକ। ବନ୍ଧୁଗଣ ଧର୍ମମାସ କାର୍ତ୍ତିକ ଆରମ୍ଭ ହୋଇସାରିଛି ଅନେକେ ଆମିଷ ତ୍ୟାଗ କରିବା ସହିତ ହବିଷିଆଳିମାନେ ତାଙ୍କର ବ୍ରତ ଆରମ୍ଭ କରିଦେଇଛନ୍ତି ହିନ୍ଦୁ ଶାସ୍ତ୍ରରେ ଏହି ମାସଟି ଖୁବ୍ ଗୁରୁତ୍ବପୂର୍ଣ୍ଣ। ତେଣୁ ଏପରି ପାଞ୍ଚଟି କାମ କାର୍ତ୍ତିକ ମାସରେ କରନ୍ତୁ ଯାହା ଆପଣଙ୍କୁ ପୁଣ୍ୟଫଳ ପ୍ରଦାନ କରିବ।
ଆରୋଗ୍ୟ ପ୍ରାପ୍ତି ଏବଂ ସ୍ବାସ୍ଥ୍ୟର ସୁରକ୍ଷା ଲାଗି ଏହି ମାସରେ ପ୍ରତିଦିନ ସୂେର୍ଯ୍ୟାଦୟ ପୂର୍ବରୁ ଗଙ୍ଗା, ଯମୁନା, ଗୋଦାବରୀ, କାବେରୀ ଆଦି ପବିତ୍ର ନଦୀରେ ସ୍ନାନ କରିବାକୁ ଗୁରୁତ୍ବ ଦିଆଯାଇଛି ସ୍ନାନ କରିବା ପରେ ବିଧିମୁତାବକ ଭଗବାନ ବିଷ୍ଣୁ ଏବଂ ଦେବୀ ଲକ୍ଷ୍ମୀଙ୍କ ପୂଜା କରନ୍ତୁ କାର୍ତ୍ତିକ ମାସ ଭଗବାନ ବିଷ୍ଣୁଙ୍କ ପୂଜା ଲାଗି ସମର୍ପିତ ସେ ବୃନ୍ଦା ବା ତୁଳସୀଙ୍କ ହୃଦୟରେ ଶାଳଗ୍ରାମ ରୂପେ ଅବସ୍ଥାନ କରନ୍ତି ତେଣୁ ଏହି ମାସରେ ସକାଳ ଓ ସନ୍ଧ୍ୟାରେ ତୁଳସୀ ମୂଳରେ ଶୁଦ୍ଧ ଘିଅର ଦୀପ ଜଳାଇ ପୂଜା କରନ୍ତୁ ଏବଂ ଭଗବାନଙ୍କୁ ଭୋଗ ଲଗାଇବା ବେଳେ ସେଥିରେ ତୁଳସୀ ଦଳ ନିଶ୍ଚୟ ଅର୍ପଣ କରିବେପବିତ୍ର ଏବଂ ଧର୍ମମାସ କାର୍ତ୍ତିକରେ ନିଜର ପବିତ୍ରତା ରକ୍ଷା ସହିତ ଆଚରଣର ଶୁଦ୍ଧତା ପ୍ରତି ଧ୍ୟାନ ଦିଅନ୍ତୁ।
ଆଚରଣ ପବିତ୍ର ରହିଲେ ମନ ଏବଂ ବୁଦ୍ଧିର ସମସ୍ତ ବିକାର ଦୂର ହୋଇଯାଏ। ଏପରି କୌଣସି କାମ କରନ୍ତୁ ନାହିଁ ଯାହା ଅନ୍ୟ ପ୍ରାଣୀଙ୍କୁ କଷ୍ଟ ଦେବ। ସାତ୍ତ୍ବିକ ଆହାର ଗ୍ରହଣ କରନ୍ତୁ।ବିଳାସପୂର୍ଣ୍ଣ ଜୀବନକୁ ତ୍ୟାଗ କରି ଭୂମିରେ ଶୟନ କରି ଶାରୀରିକ ଏବଂ ମାନସିକ ସ୍ବାସ୍ଥ୍ୟ ଲାଗି ପ୍ରାକୃତିକ ଧାରାରେ ଜୀବନ ଜିଇବା ଜରୁରୀକାର୍ତ୍ତିକ ମାସ ଋତୁ ପରିବର୍ତ୍ତନର ସମୟ ହୋଇଥିବାରୁ ଏହି ମାସରେ ଗରିଷ୍ଠ ଏବଂ ତେଲମସଲାଯୁକ୍ତ ଖାଦ୍ୟରୁ ଦୂରେଇ ରହନ୍ତୁ। ଡାଲି ବଦଳରେ ଜହ୍ନି, କୋବି, ଶିମ୍ବ, ମଟର, ମୂଳା, ପାଣିସିଙ୍ଗଡା, ଅଁଳା, ଆଖୁ, କନ୍ଦମୂଳ ଆଦି ଖାଇବା ଉଚିତ। ମୁ ଆଶା କରୁଛି ଆମର ଏହି ଖବରଟି ଆପଣଙ୍କୁ ଭଲ ଲାଗିଥିବ ଯଦି ଟିକିଏ ଭଲ ଲାଗିଥାଏ ଆମକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ଏବଂ ତଳ ପେଜରେ ଲାଇକଟିଏ କରିଦିଅନ୍ତୁ ଧନ୍ୟବାଦ।