ଆପଣ ନିଶ୍ଚୟ ଜାଣିଥିବେ ଯେ, ପ୍ରତ୍ୟେକ ସମସ୍ୟା ପଛରେ କିଛି ନା କିଛି କାରଣ ରହିଥାଏ। ଯେତେବେଳେ ଆମେ ଏହି କାରଣ କୁ ଖୋଜି ବାହାର କରିଦିଅନ୍ତି, ସେତେବେଳେ ସେହି ସମସ୍ୟା ର ସମାଧାନ ଅତି ସହଜ ରେ ହୋଇଯାଏ। ପ୍ରେତ୍ୟେକ ସାଇକୋଲୋଜିକାଲ ସମସ୍ୟା ପଛରେ, ଏକ ବିଜ୍ଞାନ ଲୁଚି ରହିଥାଏ ଏବଂ ଏହା ଶତ ପ୍ରତିଶତ ପ୍ରମାଣିତ ହୋଇଥାଏ। ଆପଣ ଏହା କୁ ଯେ କୌଣସି ସ୍ଥାନ ରେ ବ୍ୟବହାର କରି ପାରିବେ ଏବଂ ଏହା ର ଉତ୍ତର ଆପଣ ଙ୍କ ଖୁବ୍ ଶୀଘ୍ର ମିଳିଯିବ।ମୁଁ ଆଜି ଆପଣ ଙ୍କୁ ବିଭିନ୍ନ ଟ୍ରିକ୍ ଗୁଡ଼ିକ କହିବି। ତେବେ ଚାଲନ୍ତୁ ଜାଣିବା ସେଗୁଡିକ କଣ କଣ।
ଏହି କଥା ଟି ଆପଣ ଙ୍କ ପାଇଁ ଅତ୍ୟନ୍ତ ଆବଶ୍ୟକୀୟ।ଯଦି ଆପଣ କୌଣସି ରିଲେସନ ରେ ଅଛନ୍ତି, ତେବେ ଆପଣ ଙ୍କ ମଧ୍ୟ ରେ ଝଗଡ଼ା ହେବା ସାଧାରଣ କଥା।କିନ୍ତୁ ବେଳେ ବେଳେ ଏହି ଛୋଟ ଛୋଟ କଥା ଯୋଗୁଁ ଆପଣଙ୍କ ସମ୍ପର୍କ ଭାଙ୍ଗିଯାଏ। ଯଦି ଆପଣ ଚାହୁଛନ୍ତି, ଆପଣ ଙ୍କ ସମ୍ପର୍କ ପୂର୍ବ ଭଳି ରହୁ ଏବଂ ଆପଣ ଙ୍କ ମଧ୍ୟ ରେ ଝଗଡ଼ା ନ ହେଉ, ତେବେ ଏହି ଉପାୟ ଟି ଆପଣ ଙ୍କ ପାଇଁ ଉଦ୍ଦିଷ୍ଟ ଅଟେ। ଯାହା ଫଳରେ ଆପଣ ସମ୍ପର୍କ ରଖିବା ସହ, ତାଙ୍କର ତୁମ ପ୍ରତି ଥିବା ଭଲ ପାଇବା କୁ ବଢାଇପରିବେ। ଆପଣ ଙ୍କୁ ମନେ ରଖିବା କୁ ହେବା ଯେ ,ଆପଣ ଙ୍କ ର ଯେବେ ନିଜ ପାର୍ଟନର ଙ୍କ ସହ ଝଗଡ଼ା ହୁଏ, ତେବେ ଆପଣ ତାଙ୍କ ସାମ୍ନା ସମ୍ନି ଠିଆ ହୁଅନ୍ତୁ ନାହିଁ। ନଚେତ ଆପଣ ଙ୍କ ଝଗଡ଼ା କମ ହେବା ବଦଳ ରେ ଆହୁରି ବଢିଯିବ।
ଏମିତି ସମୟ ରେ କେବେ ବି ଆପଣ ତାଙ୍କ ଆଖି କୁ ଦେଖନ୍ତୁ ନାହିଁ।ସବୁଠାରୁ ଭଲ ହେବ ଆପଣ ତାଙ୍କ ପାଖରେ ଯାଇ ବସି ଯାଆନ୍ତୁ କିମ୍ବା ଆପଣ ଏପରି ଜାଗା ରେ ଯାଇ ବସି ଯାଆନ୍ତୁ , ଯେପରି ସେ ତୁମକୁ ଦେଖି ପାରିବେ ନାହିଁ। ଏମିତି କରିବା ଦ୍ଵାରା ଆପଣ ଙ୍କ ପାର୍ଟନର ଙ୍କ ରାଗ ଧୀରେ ଧୀରେ କମି ଯିବ। ରାଗ କମିଗଲା ପରେ , ଆପଣ ତାଙ୍କୁ କେତେ ଭଲ ପାଆନ୍ତି, ଝଗଡ଼ା ନ କରିବା ପାଇଁ ଆପଣ ତାଙ୍କ ପାଖରୁ ଦୂରକୁ ଚାଲିଗଲେ ଇତ୍ୟାଦି କଥା ତାଙ୍କ ମନ କୁ ଆସିବ, ଯାହା ଫଳରେ ତାଙ୍କର ତୁମ ପ୍ରତି ଥିବା ଭଲ ପାଇବା ଆହୁରି ବଢିଯିବ। ଆପଣ ଏହି ଉପାୟ ଦ୍ଵାରା ନିଜ ସମ୍ପର୍କ କୁ ବଞ୍ଚାଇ ପାରିବେ।
ପ୍ରତ୍ୟେକ ସଂପର୍କ ରେ ଝଗଡ଼ା ହେବା ସ୍ଵାଭାବିକ,କିନ୍ତୁ ସେହି ଝଗଡ଼ା ଏମିତି ରୂପ ନିଏ ଯେ, ଶେଷ ରେ ଆପଣ ଙ୍କୁ ପସ୍ତେଇବା କୁ ପଡେ।କଣ କଲେ ଝଗଡ଼ା ହେଲା ପରେ ବି ଆପଣ ନିଜ ରିଲେସନ କୁ ପୂର୍ବ ଭଳି ରଖି ପାରିବେ। ଆପଣ ଙ୍କ ଯାହା ସହ ଝଗଡ଼ା ହୋଇଛି, ତାଙ୍କ ପାଖକୁ ଯାଆନ୍ତୁ ଏବଂ ସ୍ନେହ ର ସହିତ କୁହନ୍ତୁ ମୋର ତୁମ ସାହାଯ୍ୟ ଦରକାର। ଆପଣ ଙ୍କୁ ଏହି କଥା ଅଜିବ ଲାଗିପାରେ, କିନ୍ତୁ ଏହା ଫଳଦାୟକ। ଏହା ଦ୍ବାରା ସେ ଜାଣିବ ଯେ, ଯାହା ସବୁ ଘଟିଛି, ସେଥିପାଇଁ ତୁମେ ଅନୂତପ୍ତ।
ସେ ଭାବିବ ଆପଣ ତାଙ୍କ ସମ୍ମାନ କରନ୍ତି।ଆପଣ ରାଗିକି ଯାହା ସବୁ କହିଛନ୍ତି,ସେ ସବୁ ମୁଁହ ରେ କହିଛନ୍ତି କିନ୍ତୁ ହୃଦୟ ରୁ କିଛି କହି ନାହାନ୍ତି। ଯେହେତୁ ଆପଣ ତାଙ୍କୁ ସାହାଯ୍ୟ ମାଗୁଛନ୍ତି, ଏଥିପାଇଁ ସେ କିଛି ନ ଭାବି ଆପଣ ଙ୍କୁ କ୍ଷମା କରିଦେବେ।