krushna

ଗୀତାରେ ଭଗବାନ ଶ୍ରୀକୃଷ୍ଣ କହିଛନ୍ତି ସଫଳ ଜୀବନର ଏହି ୧୫ଟି ଅମୂଲ୍ୟ ମନ୍ତ୍ର।

FACT

ଆମ ଭାରତ ବର୍ଷରେ ଶ୍ରୀମଦଭାଗବତକୁ ସବୁଠୁ ପବିତ୍ର ଗ୍ରନ୍ଥ କୁହାଯାଏ ଓ ଏହି ଗ୍ରନ୍ଥରେ ଭଗବାନ ଶ୍ରୀ କୃଷ୍ଣଙ୍କ ଦ୍ଵାରା ଦିଆଯାଇଥିବା ଉପଦେଶ ଲିଖିତ ଅଛି । ମହାଭାରତ ଯୁଦ୍ଧ ସମୟରେ ଯେତେବେଳେ ଅର୍ଜୁନ ନିଜର ସମ୍ପର୍କୀୟ ଓ ଗୁରୁଙ୍କ ଉପରେ ଶସ୍ତ୍ର ଉଠାଇବା ପାଇଁ ମନା କରିଥିଲେ ତେବେ ଭଗବାନ ଶ୍ରୀ କୃଷ୍ଣ ଅର୍ଜୁନଙ୍କୁ କିଛି ଉପଦେଶ ଦେଇଥିଲେ ଓ ଏହି ଉପଦେଶରେ ଭଗବାନ ଶ୍ରୀ କୃଷ୍ଣ ଅର୍ଜୁନଙ୍କୁ ଜୀବନ ସମ୍ବନ୍ଧିତ କିଛି ସତ୍ୟତା କହିଥିଲେ । ଭଗବାନ ଶ୍ରୀ କୃଷ୍ଣଙ୍କ ଦ୍ଵାରା କୁହାଯାଇଥିବା ଉପଦେଶ ଗୁଡିକ ଗୀତାରେ ବର୍ଣ୍ଣିତ ହୋଇଛି । ସେହି ଗୁଡିକ ବିଷୟରେ ଆଜି ଆମେ ଆପଣଙ୍କୁ କହିବାକୁ ଯାଉଛୁ ଶ୍ରୀମଦଭାଗବତର ଅମୂଲ୍ୟ ବିଚାର ମୁଁ ଭଗବାନ ସମସ୍ତଙ୍କ ହୃଦୟରେ ବିଦ୍ୟମାନ ଅଛି ।ଜନ୍ମ ନେଇଥିବା ବ୍ୟକ୍ତିର ମୃତ୍ୟୁ ସେତିକି ନିଶ୍ଚିତ ଅଟେ, ଯେତିକି ମୃତ୍ୟୁ ହୋଇଥିବା ବ୍ୟକ୍ତିର ଜନ୍ମ ନେବା ।

ସେଥିପାଇଁ ଯାହା ଅପରିହାର୍ଯ୍ଯ ଅଟେ ତାହା ପାଇଁ ଦୁଃଖିତ ହୁଅନ୍ତୁ ନାହିଁ । କ୍ରୋଧ, ବାସନା ଓ ଲୋଭ ନର୍କର ୩ଟି ଦ୍ଵାର ଅଟେ ।କ୍ରୋଧ ଦ୍ଵାରା ଭ୍ରମ ଜନ୍ମ ହୋଇଥାଏ, ଭ୍ରମ ଜନ୍ମ ହେବା ଦ୍ଵାରା ବୁଦ୍ଧି ହଜିଯାଏ । ବୁଦ୍ଧି ହଜିଯିବା ଦ୍ଵାରା ତର୍କ ନଷ୍ଟ ହୋଇଯାଏ । ଯେତେବେଳେ ତର୍କ ନଷ୍ଟ ହୋଇଯାଏ ତେବେ ବ୍ୟକ୍ତିର ଅନ୍ତ ହୋଇଯାଏ ।ତୁମେ କେବଳ ନିଜ ଜୀବନରେ କର୍ମ କର ଓ ଫଳର ଚିନ୍ତା କର ନାହିଁ ।ଆତ୍ମାକୁ ନା ହିଁ କୌଣସି ଶସ୍ତ୍ର ମାରି ପାରିବ ଓ ନା ହିଁ ତାହା ନିଆଁରେ ଜଳି ପାରିବ ।ଜୀବନରେ କର୍ମ ଠାରୁ ବଳି ଆଉ କିଛି ବି ନାହିଁ । ସେଥିପାଇଁ ଯେତେ ସମ୍ଭବ ସେତେ କର୍ମ ଜୀବନରେ କରନ୍ତୁ ।ବୁଦ୍ଧି ନଷ୍ଟ ହେବା ଦ୍ଵାରା ମନୁଷ୍ୟର ବି ଅନ୍ତ ହୋଇଯାଏ ।ଇନ୍ଦ୍ରିୟଗୁଡ଼ିକ ଉପରେ ସଂଯମ ରଖୁଥିବା ମନୁଷ୍ୟମାନଙ୍କୁ ଶାନ୍ତି ପ୍ରାପ୍ତି ହୋଇଥାଏ ।ଦୁଃଖିତ ହୁଅନ୍ତୁ ନାହିଁ, ମୋର ଶରଣରେ ଆସି ଯାଅ, ମୁଁ ତୁମକୁ ସମସ୍ତ ପାପରୁ ମୁକ୍ତି ଦେଇଦେବି ।

ମନୁଷ୍ୟ ମୋତେ ଯେଉଁଭଳି ଭାବରେ ମନେ ପକାଇ ଥାଏ ମୁଁ ତାକୁ ସେହିଭଳି ହିଁ ଫଳ ଦେଇଥାଏ । ସର୍ବଦା ସନ୍ଦେହ କରୁଥିବା ବ୍ୟକ୍ତି ପାଇଁ ପ୍ରସନ୍ନତା ତିନି ଲୋକରେ କେଉଁଠି ବି ମିଳିବ ନାହିଁ ।ଯେଉଁ ବ୍ୟକ୍ତି ନିଜର ମନକୁ ନିୟନ୍ତ୍ରଣ କରି ପାରେ ନାହିଁ ସେ ନିଜର ହିଁ ଶତୃ ହୋଇଯାଏ ।ବ୍ୟକ୍ତି ଯାହା ଚାହିଁବ ତାହା ହୋଇ ପାରିବ, ଯଦି ବିଶ୍ଵାସର ସହିତ ନିଜ କାମରେ ସେ ଧ୍ୟାନ ଦେବ ।ନା ତୁମେ ଏହି ଶରୀରର ଅଟ, ନା ହିଁ ଏହି ଶରୀର ତୁମର ଅଟେ । ଶରୀର ଅଗ୍ନି, ଜଳ, ବାୟୁ, ପୃଥିବୀ, ଆକାଶ କୁ ମିଶାଇ ହୋଇଥାଏ ଓ ଦିନେ ଏହା ଏଥିରେ ହିଁ ମିଶିଯିବ । ପରନ୍ତୁ ଆତ୍ମା ସ୍ଥିର ଅଟେ ।

Leave a Reply

Your email address will not be published. Required fields are marked *