houseee

ନିଜ ଘର ସାମ୍ନାରେ ଭୂଲରେ ମଧ୍ୟ ରଖନ୍ତୁ ନାହିଁ ଏହି ୭ଟି ଜିନିଷ ନଚେତ ହୋଇଯିବେ ଦରିଦ୍ର |

Uncategorized

ନମସ୍କାର ବନ୍ଧୁଗଣ,ଆପଣଙ୍କୁ ଆମ ୱେବପୋର୍ଟାଲ ରେ ସ୍ୱାଗତ। ବନ୍ଧୁଗଣ,କେବଳ ଘର ଭିତରେ ଥିବା ଜିନିଷ ନୁହେଁ, ଘରର ଆଗରେ ବା ଆଖପାଖରେ କୈାଣସି ଜିନିଷ ରଖିଲେ ତାହା ବାସ୍ତୁ ଅନୁଯାୟୀ କୁ ପ୍ରଭାବ ପଡ଼ିଥାଏ। ଏହା ସହିତ ଘରେ ରହୁଥିବା ବ୍ୟକ୍ତିଙ୍କ ଶାରିରୀକ, ମାନସିକ ଓ ଆର୍ଥିକ କ୍ଷତି ପହଞ୍ଚାଇଥାଏ। ବାସ୍ତୁଶାସ୍ତ୍ର ଅନୁସାରେ ଏମିତି ଅନେକ ଜିନିଷ ଅଛି ଯାହା ଆପଣଙ୍କ ଘର ପାଇଁ ଅଶୁଭ ଫଳ ଆଣିଦେଇଥାଏ। ଏମିତି ମଧ୍ୟ କିଛି ଜିନିଷ ଅଛି ଯାହା ଆପଣଙ୍କ ପାଇଁ ଲାଭ ଆଣିଦିଏ।ଏଥିପାଇଁ ଜାଣି ରଖନ୍ତୁ ଘରର ସାମ୍ନାରେ କେଉଁ ଜିନିଷ ରଖିବେ ନାହିଁ।

ଘର ଆଗରେ ପଇଳା ପାଣି ଜମା ହୋଇ ରହିଲେ ଏହା ବୋସ୍ତୁ ଦୋଷ ସୃଷ୍ଟି କରେ। ଯଦି ପଶ୍ଚିମ ଦିଗରେ ଥାଏ ତେବେ ଧନର ସମସ୍ୟା ଦେଖାଯାଏ । ଗୃହର ମୁଖିଆଁଙ୍କ ନାଁ ମଧ୍ୟ ଖରାପ ହେବାର ଦେଖାଯାଏ।ମାନସମ୍ମାନ କମିଥାଏ।ଗୌରବ କୁ କ୍ଷତି ପହଞ୍ଚି ଥାଏ। ଘର ଆଗରେ ପଥର ଗଦା ଜମା ହେବା ଭଲ ନୁହେଁ। ଘରର ସଦସ୍ୟଙ୍କ ଉନ୍ନତିରେ ବାଧା ଆଣେ। ଘର ଆଗରେ ଯଦି କଣ୍ଟା ଜାତୀୟ ଗଛ ଅଛି ତେବେ ତାହାକୁ କାଢ଼ି ଦିଅନ୍ତୁ। ନହେଲେ ବିରୋଧୀଙ୍କ ସଂଖ୍ୟା ବଢ଼ିପାରେ। ଏହା ସହିତ ପାରିବାରିକ ଜୀବନରେ ମତ ଭେଦ ମଧ୍ୟ ସୃଷ୍ଟି କରିବ। ଘରେ ସ୍ବାସ୍ଥ୍ୟ ସମସ୍ୟା ଦେଖାଦେବ।ଘର ଆଗରେ କ୍ଷୀର ଜାତୀୟ ଗଛ ତଥା ଅମୃତଭଣ୍ଡା ଗଛ ରଖନ୍ତୁ ନାହିଁ।

ଘର ଆଗରେ ଅଳିଆ ଡ଼ବା ରଖନ୍ତୁ ନାହିଁ। ଘର ଆଗରେ ବିଜୁଳି ଖୁଣ୍ଟ ରଖନ୍ତୁ ନାହିଁ କି ବନାନ୍ତୁ ନାହିଁ। ଉନ୍ନତିରେ ବାଧା ଆସିବ। ଘରର ଛାତ ଉପରେ ଲଟା ମାଟିବା ଭଲ ନୁହେଁ, ଏହା ଦ୍ବାରା ବିରୋଧୀ ତଥା ଶତୃ ବୃଦ୍ଧି ହୁଏ | ଘର ଆଗରେ ଓସାରିଆ ରାସ୍ତା ତିଆରି କରନ୍ତୁ ନାହିଁ। ସ୍ବାସ୍ଥ୍ୟ ସମସ୍ୟା ଦେଖା ଦେବ।ଘରେ ଥିବା ଛୋଟ ପିଲା ମାନଙ୍କ ସ୍ୱାସ୍ଥ୍ୟ ଲଗାତାର ଖରାପ ହୁଏ।

ତେବେ ବନ୍ଧୁଗଣ ଆମେ ଆଶା କରୁଅଛୁ ଯେ ଆପଣଙ୍କୁ ଏହି ପୋଷ୍ଟ ଟି ପସନ୍ଦ ଆସିଥିବ। ତେବେ ଏହାକୁ ସେୟାର୍ କରି ଅଧିକରୁ ଅଧିକ ଲୋକଙ୍କ ନିକଟରେ ପହଞ୍ଚାଇବାକୁ ଚେଷ୍ଟା କରନ୍ତୁ।ଏଭଳି ଅଧିକ ସୂଚନା ପାଇଁ ଆମକୁ ଲାଇକ ଏବଂ ଫଲୋ ନିଶ୍ଚିତ କରନ୍ତୁ।ଧନ୍ୟବାଦ।

Leave a Reply

Your email address will not be published. Required fields are marked *