tanka

କେଉଁ ଘରେ ଲକ୍ଷ୍ମୀ ପ୍ରବେଶ କରନ୍ତି ନାହିଁ।

HEALTH

ବନ୍ଧୁଗଣ ପ୍ରାୟତଃ ସମସ୍ତଙ୍କ ମନରେ ସର୍ଵଦା ଗୋଟିଏ ପ୍ରଶ୍ନ ଉଙ୍କି ମାରିଥାଏ କି ମୁଁ କେବେ ଧନୀ ହେବି କେବେ ମୋ ପାଖକୁ ବହୁତ ପଇସା ଆସିବ ଆଦି । ଏବଂ ଅନେକ ଜ୍ୟୋତିଷ ଙ୍କୁ ମଧ୍ୟ ପ୍ରଶ୍ନ କରିଥାନ୍ତି । ଏହାର ଏକ ସରଳ ଉପାୟ ମହର୍ଷି ଭୃଗୁ ନିଜର ଭୃଗୁ ସଂହିତା ରେ ଲେଖିଥିଲେ । ଯାହା ଦ୍ୱାରା ଅତି ସହଜରେ ଆପଣ ମାନେ ନିଜ ପ୍ରଶ୍ନ ର ଉତ୍ତର ପାଇଁ ପାରିବେ ଯେଉଁ ଲୋକମାନେ କଥାକଥା ରେ ରାଗି ଯାଆନ୍ତି ଏବଂ ନିଜର ଦୋଷ ଅନ୍ୟ ମାନଙ୍କ ଉପରେ ଲଦି ଦିଅନ୍ତି ସେଭଳି ଘରେ ମାତାଲକ୍ଷ୍ମୀ କେବେବି ବାସ କରନ୍ତି ନାହିଁ ।ଯେଉଁ ଘରେ ଲୋକମାନେ ଶାନ୍ତି ରେ ରହିଥାନ୍ତି ଏବଂ ପରସ୍ପର ମଧ୍ୟରେ ଉତ୍ତମ ସମ୍ପର୍କ ରହିଥାଏ, ସେହି ଘରେ ମାତାଲକ୍ଷ୍ମୀ ବାସ କରନ୍ତି ।ଯେଉଁ ଘରେ ପଣ୍ଡିତ ଓ ଗୁରୁଜନ ମାନଙ୍କର ଅପମାନ ଅଥବା ଅନାଦର ହୋଇଥାଏ, ସେହି ଘରେ ମାତାଲକ୍ଷ୍ମୀ କେବେବି ବାସ କରନ୍ତି ନାହିଁ ।୪. ଯେଉଁ ଘରେ ସକାଳେ ଏବଂ ସନ୍ଧ୍ୟା ରେ ଦୀପ ଜଳା ହୁଏ ନାହିଁ, ସେହି ଘରେ ମାତାଲକ୍ଷ୍ମୀ ପ୍ରବେଶ କରନ୍ତି ନାହିଁ ।ଯେଉଁ ଘରର ଲୋକମାନେ ଅଳସୁଆ ହୋଇଥାନ୍ତି ଏବଂ ଘର ସଫା ସୁତୁରା ରଖନ୍ତି ନାହିଁ ସେହି ଘରକୁ ମାତାଲକ୍ଷ୍ମୀ କେବେବି ପ୍ରବେଶ କରନ୍ତି ନାହିଁ ।

laxmi1

ଯେଉଁ ଘରେ ଅନ୍ୟାୟ ଉପାୟରେ ପଇସା ରୋଜଗାର କରାଯାଇଥାଏ ଏବଂ ଅନ୍ୟକୁ ଧୋକା ଦିଆଯାଏ, ସେହି ଘରେ ମାତାଲକ୍ଷ୍ମୀ ବାସ କରନ୍ତି ନାହିଁ ।ଯେଉଁ ଘରେ ସ୍ତ୍ରୀ ର ଅପମାନ ହୋଇଥାଏ ଅଥବା ସ୍ତ୍ରୀ କୁ ଖରାପ କଥା କୁହାଯାଇ ଥାଏ ସେହି ଘରେ କେବେବି ମାତଲକ୍ଷ୍ମୀ ବାସ କରନ୍ତି ନାହିଁ ।ଯେଉଁ ଘରେ ପ୍ରତ୍ୟେକ ଦିନ ଗାଈକୁ ରୁଟି ଖାଇବାକୁ ଦିଆ ହୋଇଥାଏ ସେହି ଘରେ ମାତାଲକ୍ଷ୍ମୀ ଙ୍କ କୃପା ସର୍ବଦା ରହିଥାଏ ।ଗୁରୁବାର କିମ୍ବା ଶୁକ୍ରବାର ଦିନ କୌଣସି ମନ୍ଦିର ପରିସରରେ କଦଳୀ ଗଛ ଲଗାଇଲେ ଭାଗ୍ୟ ର ଉଦୟ ହୋଇଥାଏ ଏବଂ ମାତଲକ୍ଷ୍ମୀ ଙ୍କ କୃପା ମିଳିଥାଏ ।ଶୁକ୍ରବାର ଦିନ ମାତଲକ୍ଷ୍ମୀ ଙ୍କ ପୂଜାର୍ଚ୍ଚନା କରି ଲବଙ୍ଗ ଅର୍ପଣ କରିବା ଦ୍ୱାରା ବାଣିଜ୍ୟ ବ୍ୟବସାୟ ରେ ଉନ୍ନତି ହୋଇଥାଏ କୌଣସି କନ୍ୟାର ବିବାହ ଅଥବା ଶିକ୍ଷା ରେ ଆର୍ଥିକ ସହାୟତା କରିବା ଦ୍ୱାରା ମାତଲକ୍ଷ୍ମୀ ଙ୍କ କୃପା ଲାଭ ହୋଇଥାଏ ।
କୌଣସି ଶୁଭ ଦିନ ରେ ଅଭାବଗ୍ରସ୍ତ ଓ ଗରିବ ବ୍ୟକ୍ତି ଙ୍କୁ ଅଟା, ଚାଉଳ ଓ ଧଳା ବସ୍ତ୍ର ଦାନ କରିବା ଦ୍ୱାରା ମାତଲକ୍ଷ୍ମୀ ପ୍ରସନ୍ନ ହୋଇଥାନ୍ତି ।

ଶନିବାର ଦିନ ଘର ଦ୍ଵାର ରେ ସୋରିଷ ତେଲ ରେ ଦୀପ ଜଳାଇବା ଏବଂ ବଳକା ତେଲ କୁ ଅଶ୍ୱସ୍ତ ଗଛ ମୂଳରେ ଅର୍ପଣ କରିବା ଦ୍ଵାରା ଧନ ବୃଦ୍ଧି ହୋଇଥାଏ ।ପ୍ରତ୍ୟେକ ଦିନ କିଛି ନା କିଛି ଦାନ କରିବା ଦ୍ୱାରା ମାତଲକ୍ଷ୍ମୀ ଙ୍କ କୃପା ମିଳିଥାଏ ।ଏକ ନଡ଼ିଆ କୁ ହଳଦିଆ କପଡ଼ା ରେ ବାନ୍ଧି ଠାକୁର ଘରେ ଅଥବା ପଇସା ରଖୁଥିବା ସ୍ଥାନରେ ରଖିବା ଦ୍ଵାରା ଶୁଭ ହୋଇଥାଏ ଏବଂ ଧନ ବୃଦ୍ଧି ହୋଇଥାଏ ।କୌଣସି ନିର୍ଧନ, ଗରିବ, ରୋଗଗ୍ରସ୍ତ ବ୍ୟକ୍ତି କୁ ଅର୍ଥ ଦାନ କରିବା ଦ୍ୱାରା ମାତଲକ୍ଷ୍ମୀ ଙ୍କ ଆଶୀର୍ବାଦ ପ୍ରାପ୍ତ ହୋଇଥାଏ ।
କୌଣସି ଶୁଭ ଦିନରେ ବାଦୁଡ଼ି ରହୁଥିବା ସ୍ଥାନର ଡାଳ କୁ ଭାଙ୍ଗି ଆଣି ଘରେ ଲୁଚାଇ ରଖିବା ଦ୍ଵାରା ଧନ ବୃଦ୍ଧି ହୋଇଥାଏ ।ଏକ ଗୁଆ କୁ ହଳଦିଆ କପଡ଼ା ରେ ବାନ୍ଧି ରୋଷେଇ ଘରର ପୂର୍ବ କୋଣରେ ରଖିବା ଦ୍ଵାରା କେବେବି ଅନ୍ନ ଓ ଧନର ଅଭାବ ହୋଇନଥାଏ ।ରବିବାର ଦିନ କୁଶମୂଳ ଆଣି ତାକୁ ଗଙ୍ଗାଜଳ ଛିଞ୍ଚି ଏକ ନାଲି କପଡ଼ା ରେ ଗୁଡ଼ାଇ ପଇସା ରଖୁଥିବା ସ୍ଥାନରେ ରଖିବା ଦ୍ଵାରା ଧନର ବୃଦ୍ଧି ହୋଇଥାଏ ।ଗୁରୁବାର ଦିନ ଗୋଟିଏ ହଳଦିଆ କପଡ଼ା ରେ ଚାଉଳ, ନଡ଼ିଆ, ଗୁଆ, ହଳଦୀ କୁ ବାନ୍ଧି ପୂଜା କରିବା ଦ୍ୱାରା ମାତଲକ୍ଷ୍ମୀ ଙ୍କ କୃପାଦୃଷ୍ଟି ଲାଭ ହୋଇଥାଏ ଏବଂ ଧନ ବୃଦ୍ଧି ହୋଇଥାଏ ।

Leave a Reply

Your email address will not be published. Required fields are marked *