aagaru

ଏ ହେଉଛନ୍ତି ରାମାୟଣ ସିରିଏଲର ସୀତା, ତାଙ୍କର ଲେଟେଷ୍ଟ ଲୁକ୍ ଦେଖିବେତ ଆପଣ ଚିହ୍ନି ପାରିବେ ନାହିଁ।

NEWS

ପ୍ରଯୋଜକ ରମାନନ୍ଦ ସାଗରଙ୍କ ୮୦ ଦଶକରେ ଟେଲିଭିଜନରେ ପ୍ରସାରିତ ହୋଇଥିବା ପୌରାଣିକ ନାଟକ ‘ରାମାୟଣ’ ସାରା ବିଶ୍ୱରେ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରି ପାରିଥିଲା । ଆଉ ଏହି ନାଟକର ଚରିତ୍ରରେ ଅଭିନୟ କରିଥିବା କଳାକାରଙ୍କୁ ବେଶ୍ ଆଦରିଥିଲେ ଦର୍ଶକ । କେବଳ ଭାରତରେ ନୁହେଁ ସାରା ବିଶ୍ୱରେ ପାଖାପାଖି ୬୫୦ ଲକ୍ଷ ଲୋକ ବା ୬୫ କୋଟି ଲୋକ ଏହି ଚରିତ୍ରକୁ ବେଶ୍ ପ୍ରଶଂସା କରିଥିଲେ । କ’ଣ ଆପଣ ଜାଣିଛନ୍ତି ରାମାୟଣ ନାଟକରେ ସୀତାଙ୍କ ଭୂମିକାରେ ଅଭିନୟ କରିଥିବା ଅଭିନେତ୍ରୀ କିଭଳି ଦେଖାଯାଉଛନ୍ତି ଏବେ ଦେବୀ ସୀତାଙ୍କ ଚରିତ୍ରରେ ଅଭିନୟ କରିଥିବା ଦୀପିକା ଚିଖାଲିଆଙ୍କ ବର୍ତ୍ତମାନର ଫଟୋ ସୋସିଆଲ ମିଡିଆରେ ଘୁରି ବୁଲୁଛି ।

sita

ସୁଚନା ମୁତାବକ ନୂତନ ରାମାୟଣ ସିରିୟଲରେ ଅଭିନୟ କରିବାକୁ ଯାଉଥିବା ଅଭିନେତ୍ରୀ ଦେବୀନା ବାନାର୍ଜୀ ୮୦ ଦଶକର ରାମାୟଣ ସିରିୟଲର ସୀତାଙ୍କୁ ଭେଟିଥିଲେ । ଏବେ ତାଙ୍କ ସହ ଫଟୋ ଊଙ୍ଖାଇ ନିଜର ଇନଷ୍ଟାଗ୍ରାମରେ ପୋଷ୍ଟ କରିଛନ୍ତି ।୧୯୮୯ ଅଗଷ୍ଟ ୨୮ ତାରିଖରେ ‘ରମାୟଣ’ ସିରିଏଲର କି-ଫ୍ୟାକ୍ଟର ତଥା ନାୟକ ପ୍ରଭୁ ଶ୍ରୀରାମ ଓ ଦେବୀ ସୀତା ଚରିତ୍ରରେ ଅଭିନୟ କରିଥିବା କଳାକାରଙ୍କ ରୂପ ବେଶ ଅଲୌକିକ ଥିଲା ।

ପୌରାଣିକ ଗାଥା ଅନୁସାରେ ‘ରାମାୟଣ’ର ଚିତ୍ରଣକୁ ପ୍ରଦର୍ଶିତ କରାଇବା ପାଇଁ ପ୍ରୟାସ କରିଥିଲେ ସିରିୟଲ ନିର୍ମାତା । ତେଣୁ ସେହି ଭୂମିକାର ନାଟ୍ୟ ରୂପାନ୍ତର ଚିତ୍ରଣ ପାଇଁ ପ୍ରଯୋଜକ ରମାନନ୍ଦ ସାଗର ବେଶ ପ୍ରାଧାନ୍ୟ ଦେଇଥିଲେ । ଦେବାଦେବୀଙ୍କ ଭୂମିକା ଯଥା ପ୍ରଭୁ ଶ୍ରୀରାମଙ୍କ ଭୁମିକାରେ ଅରୁଣ ଗୋବିଲ ଏବଂ ସୀତା ଭୂମିକାରେ ଦିପିକା ଚିଖାଲିଆଙ୍କୁ ଚିତ୍ରଣ କରାଇଥିଲେ ପ୍ରଯୋଜକ । ଉଭୟଙ୍କ ରୂପକୁ ଦର୍ଶକ ପୌରାଣିକ ରାମାୟଣ ସହିତ ଅନୁଭବ ମଧ୍ୟ କରୁଥିବା ଦେଖିବାକୁ ମିଳିଥିଲା ।

sssss

ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ ।ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ।

Leave a Reply

Your email address will not be published. Required fields are marked *