5

ଘରେ ରଖନ୍ତୁ ନାହିଁ ଏହି ୫ଟି ଜିନିଷ, ସୁଖ ସମୃଦ୍ଧିରେ ଲାଗିପାରେ ପ୍ରତିବନ୍ଧକ।

FACT

ବନ୍ଧୁଗଣ ସୁଖ ସମୃଦ୍ଧି ପାଇଁ ଘରେ ରହିଥିବା ସମସ୍ତ ଜିନିଷକୁ ବାସ୍ତୁ ଆନୁସାରେ ସଜାଡ଼ି ରଖିବା ଜରୁରୀ ହୋଇଥାଏ । ଉପନିଷଦ ଅନୁସାରେ ଘରେ ରଖିଥିବା କିଛି ଜିନିଷକୁ ଅଶୁଭ ବୋଲି ଧରାଯାଏ । ଏହି ଜିନିଷ ଘରେ ରହିଲେ ପରିବାରରେ ଅଶାନ୍ତି ଲାଗିରହେ । ତେବେ ଆସନ୍ତୁ ଜାଣିବା ୫ଟି ଅଶୁଭ ଜିନିଷ କଣ ବନ୍ଦ ଘଣ୍ଟା ଘଣ୍ଟା ଆପଣଙ୍କ ଜୀବନକୁ ଆଗକୁ ନେଇଯାଇଥାଏ । ଏହା ଆପଣଙ୍କ ଖରାପ ସମୟକୁ ଟାଳି ଦେଇଥାଏ । ଘରେ ବନ୍ଦ ଘଣ୍ଟା ବନ୍ଦ କରି ରଖିବା ଉଚିତ୍‌ ନୁହେଁ । କୁହାଯାଏ ଆପଣଙ୍କ ଭାଗ୍ୟ ଅଥିପାଇଁ ଗୋଟିଏ ଜାଗାରେ ହିଁ ଅଟକି ଯାଇପାରେ । ଆପଣଙ୍କ ଖରାପ ସମୟ ସରିବାର ନାଁ ମଧ୍ୟ ନେଇ ନପାରେ ।

ଖରାପ ଜୋତା ବା ଚପଲ ଏହା ଆପଣଙ୍କ ଜୀବନରେ ଆସୁଥିବା ସଂଘର୍ଷକୁ ବୃଦ୍ଧି କରିବାରେ ଦାୟୀ ହୋଇଥାଏ । ପ୍ରତି କାମ ପାଇଁ ଆପଣଙ୍କୁ ଅଧିକ ପରିଶ୍ରମ କରିବାକୁ ପଡ଼ିପାରେ ।ଏହି ପରି ଜୋତା ବା ଚପଲ୍‌ ଥିଲେ ଏହାକୁ ଖୁବ୍ ଶୀଘ୍ର ଘରୁ ଦୂରେଇ ରଖନ୍ତୁ ବା ଶନିବାରରେ ଲୋକଙ୍କୁ ବାଣ୍ଟି ଦିଅନ୍ତୁ ।ପୁରୁଣା ଫଟା କପଡ଼ା କପଡ଼ାର ସିଧା ପ୍ରଭାବ ଆପଣଙ୍କ ଭାଗ୍ୟ ଉପରେ ପଡ଼ିପାରେ । ଘରେ ଥିବା ଫଟା ପୁରୁଣା କପଡ଼ା ସର୍ବଦା ଆପଣଙ୍କ ପାଇଁ ଦୁର୍ଭାଗ୍ୟ ଆଣି ଦେଇଥାଏ ।

ଏହି କପଡ଼ାକୁ ଘରୁ ଅନ୍ୟ ଆଡ଼କୁ ଫୋପାଡ଼ି ଦେବା ଆପଣଙ୍କ ପାଇଁ ଶୁଭ ହୋଇଥାଏ ।ଦେବୀ ଦେବତାଙ୍କ ପୁରୁଣା ମୂର୍ତ୍ତୀ ବା ଚିତ୍ର ଏହି ଆପଣଙ୍କୁ ନିର୍ଦ୍ଧିଷ୍ଟ ସମୟ ପର୍ଯ୍ୟନ୍ତ ଶୁଭ ଫଳ ଦେଇଥାନ୍ତି । ଏହାପରେ ଏଥିରୁ ନକରାତ୍ମକ ତରଙ୍ଗ ସୃଷ୍ଟି ହୋଇଥାଏ । ତେଣୁ ପୁରୁଣା ମୁର୍ତ୍ତି ଏବଂ ଚିତ୍ରକୁ ଠିକ୍‌ ସମୟ ବଦଳାଇବା ଦରକାର ।ବନ୍ଦ ତାଲା ତାଲା ଆପଣଙ୍କ ଭାଗ୍ୟକୁ ଖୋଲିପାରେ ଆଉ ଅସମୟରେ ସବୁଦିନ ପାଇଁ ବନ୍ଦ କରିଦେଇପାରେ । ତେଣୁ ଘରେ ବନ୍ଦ ତାଲା ରଖନ୍ତୁ ନାହିଁ । ଏହା ଫଳରେ କ୍ୟାରିୟର୍‌ରେ ପ୍ରଭାବ ପଡ଼ିବା ସହିତ ବିବାହ ଆଦିରେ ପ୍ରତିବନ୍ଧକ ଦେଖାଯାଇପାରେ ।

ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ ।ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ।

Leave a Reply

Your email address will not be published. Required fields are marked *