Wednesday, December 01, 2021
jgaga

ଜଗନ୍ନାଥ ମନ୍ଦିରର ଆଶ୍ଚର୍ଯ୍ୟଜନକ ରହସ୍ୟ I

FACT

ହିନ୍ଦୁ ଧର୍ମରେ ଜଗନ୍ନାଥ ମନ୍ଦିର ବହୁତ ସୁପରିଚିତ । କାହିଁକି ନା ଚାରିଧାମ ମଧ୍ୟରୁ ଏହା ଗୋଟିଏ ଧାମ ଅଟେ । ଏହା ବହୁତ ପ୍ରସିଦ୍ଧ ମନ୍ଦିର ଅଟେ । ଏଠାକୁ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ ଭକ୍ତଗଣ ପ୍ରଭୁ ଜଗନ୍ନାଥ, ବଳଭଦ୍ର ଓ ସୁଭଦ୍ରାଙ୍କ ଦର୍ଶନ କରିବା ପାଇଁ ଆସନ୍ତି । ଏହି ମନ୍ଦିର ଓଡ଼ିଶାର ସମୁଦ୍ର ଉପକୂଳବର୍ତ୍ତୀ ପୁରୀ ଜିଲ୍ଲାରେ ଆଦ୍ୟବିଧି ଅବସ୍ଥିତ । ଏହା ଭଗବାନ ବିଷ୍ଣୁଙ୍କ ଅଟେ ଯିଏ ନିଜ ବଡ଼ଭାଇ ବଳରାମ ଓ ଭଉଣୀ ସୁଭଦ୍ରାଙ୍କ ସହ ଏଠାରେ ବିରାଜମାନ କରିଛନ୍ତି ।ଏହି ମନ୍ଦିର ପାଖାପାଖି ୮୦୦ ବର୍ଷ ପୁରୁଣା ଅଟେ ଓ ଅନେକ କାରଣ ଯୋଗୁଁ ଏହା ବହୁତ ପ୍ରସିଦ୍ଧ ଅଟେ । ଏହି ମନ୍ଦିରକୁ ଲୋକେ ନିଜର ମନୋବାଞ୍ଛିତ ଫଳ ପାଇବା ଓ ପ୍ରଭୁ ଜଗନ୍ନାଥଙ୍କ ଦର୍ଶନା ପାଇଁ ପ୍ରତିଦିନ ଲକ୍ଷ ଲକ୍ଷ ଭକ୍ତଗଣ ଆସନ୍ତି । ଯଦିଓ ଏହି ମନ୍ଦିର ସହ ଜଡିତ ଏମିତି କିଛି କଥା ରହିଛି, ଯାହାକି ବହୁତ ଚମତ୍କାର ଓ ରହସ୍ୟମୟ ବୋଲି କୁହାଯାଏ । ଆପଣଙ୍କୁ ଜଗନ୍ନାଥ ମନ୍ଦିରର ଏମିତି କିଛି ଚମତ୍କାର କାହାଣୀ ବିଷୟରେ କହିବୁ ।

ଜଗନ୍ନାଥ ମନ୍ଦିରର ଶିଖରରେ ଅବସ୍ଥିତ ପତକା ବା ବାନା ସର୍ବଦା ବିପରୀତ ଦିଗରେ ଉଡେ । ଏହି ମନ୍ଦିରର ଏହା ଏକ ବଡ଼ ରହସ୍ୟ ଏହା ଯେ, ମନ୍ଦିର ଶିଖରରେ ଲାଗିଥିବା ବାନା ପବନ ବୋହିବାର ବିପରୀତ ଦିଗରେ ଉଡୁଥାଏ । ସାଧାରଣତଃ ଦିନବେଳେ ପବନ ସମୁଦ୍ରରୁ ଧରାପୃଷ୍ଠ ଆଡେ ବୋହିଥାଏ ଓ ସନ୍ଧ୍ୟାରେ ଧରାପୃଷ୍ଠରୁ ସମୁଦ୍ର ଆଡ଼କୁ ବହେ କିନ୍ତୁ ଏହି ମନ୍ଦିର ଆଗରେ ବିଜ୍ଞାନ ମଧ୍ୟ ଭୂଲ ପ୍ରମାଣିତ ହୋଇଛି । ଏଠାରେ ଏମିତି କାହିଁକି ହୁଏ ଏବିଷୟରେ କେହି ମଧ୍ୟ ଜାଣିପାରୁ ନାହାନ୍ତି ।

ଏହି ମନ୍ଦିର ଶିଖରରେ ଥିବା କେବଳ ପତକା ହିଁ ନୁହେଁ ବରଂ ସୁଦର୍ଶନ ଚକ୍ର ମଧ୍ୟ ବହୁତ ଚାମତ୍କାରୀ ଅଟେ । ଏହି ସୁଦର୍ଶନ ଚକ୍ର ବିଷୟରେ କୁହାଯାଇଛି ଯେ, ଆପଣ ଯେ କୌଣସି ଦିଗରୁ ଦେଖିଲେ ମଧ୍ୟ ତାହା ଆପଣଙ୍କ ଲାଗିବ ଯେ ଚକ୍ରଟି ଆପଣଙ୍କ ଆଡ଼କୁ ମୁହାଁଇଛି । ଏହା ସହିତ ସବୁଠାରୁ ଆଶ୍ଚର୍ଯ୍ୟକର କଥା ହେଉଛି; ଏହା ସହ କେତେ ଟାଣ ଖରା ହେଲେ ମଧ୍ୟ ମନ୍ଦିର ଶିଖରର ଛାଇ କେବେ ମଧ୍ୟ ଭୂମି ଉପରେ ପଡେ ନାହିଁ । ଆଜି ପର୍ଯ୍ୟନ୍ତ ମନ୍ଦିର ଶିଖରର ଛାଇକୁ କେହି ମଧ୍ୟ ଦେଖି ନାହାନ୍ତି ।

ପୁରୀ ଜଗନ୍ନାଥ ମନ୍ଦିରଟି ସମୁଦ୍ର ନିକଟରେ ଅବସ୍ଥିତ, ଯାହାଦ୍ୱାରା ଏଠାକାର ପରିବେଶିକ ପରିସ୍ଥିତିର ସୌନ୍ଦର୍ଯ୍ୟ ଆହୁରି ଅଧିକ ବଢିଯାଏ । ତଥାପି ଏହା ମଧ୍ୟ ଗୋଟିଏ ଏକ ଆଶ୍ଚର୍ଯ୍ୟଜନକ ଘଟଣା ଅଟେ । ସମୁଦ୍ର ନିକଟରେ ଜଗନ୍ନାଥ ମନ୍ଦିର ଅବସ୍ଥିତ ଥିବା ସତ୍ତ୍ୱେ ଆଜି ପର୍ଯ୍ୟନ୍ତ ମନ୍ଦିର ଭିତରେ କେବେ ହେଲେ ସମୁଦ୍ର ଜୁଆର ଓ ଭଟ୍ଟାର ଶବ୍ଦ ଶୁଣିବାକୁ ମିଳେ ନାହିଁ । ଯେତେବେଳେ ଆପଣ ମନ୍ଦିର ପ୍ରାଙ୍ଗଣରୁ ବାହାରକୁ ବାହାରିବେ, ତେବେ ଆପଣଙ୍କୁ ସମୁଦ୍ରର ଜୁଆର ଓ ଭଟ୍ଟା ଶବ୍ଦ ଖୁବ୍ ଜୋରରେ ଶୁଣିବାକୁ ମିଳେ । କିନ୍ତୁ ମନ୍ଦିର ମଧ୍ୟରେ ପ୍ରବେଶ କରିବା ମାତ୍ରେ ସେହି ଶବ୍ଦ ଆଦୌ କାନକୁ ଶୁଣାଯାଏ ନାହିଁ । ଏଠାକୁ ଦର୍ଶନ କରିବା ପାଇଁ ଆସୁଥିବା ଶ୍ରଦ୍ଧାଳୁମାନଙ୍କୁ ଏହି ସବୁ ଘଟଣା ଆଶ୍ଚର୍ଯ୍ୟ ଲାଗିଥାଏ ।

ଆପଣ ଅନେକଥର ଦେଖିଥିବେ ଯେ, ଆକାଶରେ ଉଡୁଥିବା ପକ୍ଷୀମାନେ ବେଳେ ବେଳେ ନିଜ ଆଖପାଖ ମନ୍ଦିର ଶିଖରରେ ବସିଯାଆନ୍ତି । ଜଗନ୍ନାଥ ମନ୍ଦିରରେ ଏହି ଦୃଶ୍ୟ ମଧ୍ୟ ଆପଣଙ୍କୁ କେବେ ଦେଖିବାକୁ ମିଳିବ ନାହିଁ । ଏହା ମଧ୍ୟ ଗୋଟେ ପ୍ରକାରର ରହସ୍ୟ ଅଟେ ଯାହାକି ଆଜି ପର୍ଯ୍ୟନ୍ତ ଏହି ମନ୍ଦିର ଉପର ଦେଇ କୌଣସି ପକ୍ଷୀ ନା କେବେ ଉଡିଛନ୍ତି ନା କେବେ କୌଣସି ପକ୍ଷୀ ମନ୍ଦିର ଶିଖର ଉପରେ ବସିବାର ଦେଖିବାକୁ ମିଳିଛି । କେବଳ ଏତିକି ହିଁ ନାହିଁ ମନ୍ଦିର ଉପର ଦେଇ ଉଡାଯାହାଜ ମଧ୍ୟ ଉଡିନାହିଁ ଯାହାକି ବଡ ଆଶ୍ଚର୍ଯ୍ୟଜନକ କଥା ।

ପ୍ରତ୍ୟେକ ମନ୍ଦିରରେ ଭକ୍ତଙ୍କ ପାଇଁ ଯଥେଷ୍ଟ ପ୍ରସାଦ ଖାଦ୍ୟ ପ୍ରସ୍ତୁତ ହୋଇଥାଏ କିନ୍ତୁ ଏହି ମନ୍ଦିରର ରୋଷେଇ ମଧ୍ୟ ଆପଣଙ୍କୁ ଆଶ୍ଚର୍ଯ୍ୟ କରିଦେବ । ଆପଣଙ୍କୁ କହି ରଖୁଛୁ ଯେ ଏଠାରେ ଭକ୍ତଙ୍କ ପାଇଁ ଖାଦ୍ୟ ପ୍ରସ୍ତୁତ କରିବା ପାଇଁ ୭ଟି ପାତ୍ରକୁ ଗୋଟେ ପରେ ଗୋଟେ ଥାକ କରି ରୋଷେଇ କରାଯାଏ । ଆଶ୍ଚର୍ଯ୍ୟର କଥା ଏହା ଯେ ସର୍ବଦା ସେହି ପାତ୍ରର ଖାଦ୍ୟ ପ୍ରଥମେ ହୋଇଥାଏ ଯେଉଁ ପାତ୍ରଟି ସବୁଠାରୁ ଉପରେ ଥାଏ ଓ ଶେଷରେ ଶେଷ ପାତ୍ରର ଖାଦ୍ୟ ପ୍ରସ୍ତୁତି ସଂପୂର୍ଣ୍ଣ ହୋଇଥାଏ । ଏହା ବ୍ୟତୀତ ଏମିତି ମଧ୍ୟ କୁହାଯାଏ ଯେ, ଏଠାରେ କେବେ ମଧ୍ୟ ଭକ୍ତଙ୍କ ପାଇଁ ପ୍ରସାଦ ଅଭାବ ହୋଇନଥାଏ । ଯଦି ହଠାତ ୨୦ ହଜାର ଲୋକ ମଧ୍ୟ ଆସି ଯାଆନ୍ତି, ତଥାପି ଏଠାରେ ରନ୍ଧା ହୋଇଥିବା ଖାଦ୍ୟ ଭକ୍ତଙ୍କ ପାଇଁ କମ ହୋଇନଥାଏ । ଏହା ଜାଣି ଆପଣ ଆଶ୍ଚର୍ଯ୍ୟ ହୋଇଯିବେ ଯେ, ଯେତେବେଳେ ମନ୍ଦିରର ଦ୍ୱାର ବନ୍ଦ ହୁଏ, ଠିକ ସେହି ସମୟରେ ହିଁ ପ୍ରସାଦ ମଧ୍ୟ ସରିଯାଏ । ମନ୍ଦିରର ଏହି ସବୁକଥା ଚମତ୍କାରୀ ଓ ରହସ୍ୟମୟ ଅଟେ ।

ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ର ଖବର ଆପଣଙ୍କ ପାଇଁ ନେଇ ଆସିବୁ ।ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ।

Leave a Reply

Your email address will not be published. Required fields are marked *