Tuesday, July 27, 2021
sani

ଶନିବାର ଦିନ ନିଶ୍ଚୟ କରନ୍ତୁ ଏହି ୩ଟି କାମ ସମସ୍ତ ସମସ୍ୟା ଦୂର ହେବ।

FACT

ବନ୍ଧୁଗଣ ଦୁଃଖ କଷ୍ଟ ଏମିତି ଏକ ପକ୍ଷୀ ଯିଏ କି କେତେବେଳେ ନା କେତେବେଳେ ଯେକୌଣସି ବ୍ୟକ୍ତିଙ୍କ ଘରେ ଆସି ବସା ବାନ୍ଧି ନେଇଥାଏ । କହିବାର ତାତ୍ପର୍ଯ୍ୟ ଏହା ଯେ, ଦୁଖଃ ଓ ଅସୁବିଧା ସମସ୍ତଙ୍କ ଜୀବନରେ ଆସିଥାଏ । ଏମିତି ପରିସ୍ଥିତିରେ ସମସ୍ତଙ୍କ ପ୍ରୟାସ ଏହା ଥାଏ ଯେ, ଏହି ଦୁଃଖର ପକ୍ଷୀକୁ ଯେତେ ଶୀଘ୍ର ହେବ ତାକୁ ଉଡେଇ ଦେବ ଉଚିତ । କିନ୍ତୁ ଏହା ସହଜ ମଧ୍ୟ ହୋଇ ନଥାଏ । ଏଥିପାଇଁ ଅନେକ ପ୍ରକାରର କାର୍ଯ୍ୟ କରିବାକୁ ପଡିଥାଏ । ଏହା ଉପରେ ଯଦି ଆପଣଙ୍କ ଦଶା ଖରାପ ଚାଲିଥାଏ; ତେବେ ବୋଝ ଉପରେ ଲଲିତା ବିଡା ପରି ଗୋଟିଏ ପରେ ଗୋଟିଏ ସମସ୍ୟା ଲାଗିରହିଥାଏ । ଏହି ପରିସ୍ଥିତିର ମୁକାବିଲା କରିବା ପାଇଁ କେବଳ ଗୋଟେ ମାତ୍ର ହିଁ ରାସ୍ତା ଅଛି ଏବଂ ତାହା ହେଉଛି ଶନିଦେବଙ୍କ କୃପା । ଶନିଦେବ ହେଉଛନ୍ତି;

sanii

ଏମିତି ଏକ ଭଗବାନ ଯିଏ କି ଲୋକଙ୍କ ଜୀବନର ଦୁଖଃ କଷ୍ଟ ଦୂର କରିବା ପାଇଁ ପରିଚିତ । କେବଳ ଥରେ ମାତ୍ର ଯାହାକୁ ତାଙ୍କର ଆଶୀର୍ବାଦ ମିଳିଯାଏ, ତାଙ୍କର ସମସ୍ତ ସମସ୍ୟା କ୍ଷଣକ ମଧ୍ୟରେ ଦୂର ହୋଇଯାଏ । ଶନିଦେବଙ୍କୁ ପ୍ରସନ୍ନ କରିବାର ଏହା ମଧ୍ୟ ଏକ ଉପାୟ ଯେ, ଆପଣ ଶନିବାର ଦିନ ତାଙ୍କର ନାମ ଧରି ଏହି ୩ଟି କାମ କରନ୍ତୁ । ସୋରିଷ ତେଲ ଦାନ ଶନିଦେବଙ୍କ ପୂଜାରେ ସୋରିଷ ତେଲ ଚଢାଯାଏ ।

ଏହି ତେଲ ତାଙ୍କର ପ୍ରିୟ ଅଟେ । ଯଦି ଆପଣ ଶନିବାର ଦିନ ସୋରିଷ ତେଲ ଦାନ କରନ୍ତି; ତେବେ ଏହା ଆପଣଙ୍କ ପାଇଁ ବହୁତ ଉପକାରୀ ପ୍ରମାଣିତ ହୋଇପାରେ । ଏହି ଦାନ ଆପଣ କାହାକୁ ମଧ୍ୟ କରିପାରିବେ । ଅର୍ଥାତ କୌଣସି ଗରିବଙ୍କୁ, ବ୍ରାହ୍ମଣଙ୍କୁ କିମ୍ବା କୌଣସି ମନ୍ଦିରରେ ମଧ୍ୟ ଦେଇପାରିବେ । ଗୋଟିଏ କଥା ବିଷୟରେ ଧ୍ୟାନ ରଖନ୍ତୁ ଯେ, ଯେତେବେଳେ ମଧ୍ୟ ଆପଣ ସୋରିଷ ତେଲ ଦାନ କରିବେ, ତେବେ ସର୍ବଦା କଳା ରଙ୍ଗର ବସ୍ତ୍ର ପରିଧାନ ହିଁ କରନ୍ତୁ ।

ଏହା ଦ୍ଵାରା ଆପଣଙ୍କ ଜୀବନର ସମସ୍ତ କଷ୍ଟ ଓ ନକରାତ୍ମକ ଚିନ୍ତାଧାରା ଦୂର ହୋଇଯିବ ।କାଉକୁ ଖାଦ୍ୟ ଶନିବାର ଦିନ କାଉକୁ ଖାଦ୍ୟ ଖୁଆଇବା ବହୁତ ଲାଭନିତ୍ୱ ବୋଲି କୁହାଯାଏ । କାଉ ଶନିଦେବଙ୍କ ବାହାନ ମଧ୍ୟ ହୋଇଥାଏ । ଯଦି ଆପଣ କୌଣସି କାଉକୁ ଖୁସି କରି ଦିଅନ୍ତି; ତେବେ ଆପଣଙ୍କ ଶତ୍ରୁ ଆପଣଙ୍କର କିଛି ଅନିଷ୍ଠ କରିପାରିବ ନାହିଁ । ଏହା ସହିତ ଆପଣଙ୍କ ଜୀବନର ସମସ୍ୟା ଧୀରେ ଧୀରେ କମିଯିବ ।

ଏଥିପାଇଁ ଆପଣ କାଉକୁ ଚାଉଳ ଖାଇବାକୁ ଦିଅନ୍ତୁ । ଯଦିଓ ଅନ୍ୟ କିଛି ଖାଦ୍ୟ ମଧ୍ୟ ଖୁଆଇ ପାରନ୍ତି । ଏହି କାମ କରିବା ପରେ ଶନିଦେବଙ୍କ ଦର୍ଶନ ଥରେ ନିଶ୍ଚିତ ଭାବେ କରନ୍ତୁ । ଯଦି ପାରୁଛନ୍ତି; ତେବେ ସେ ସମୟରେ ଆପଣଙ୍କ ସମସ୍ୟା ମଧ୍ୟ କହି ପାରିବେ ।ଲୁହା କିଣିବା କିମ୍ବା ବିକିବା ଶନିବାର ଦିନ ଲୁହା ନିର୍ମିତ ବସ୍ତୁ କିଣିବା କିମ୍ବା ବିକ୍ରି କରିବା ଦ୍ୱାରା ଖରାପ ସମୟକୁ ଦୂର କରିଦିଏ ।

ଏମିତି କୁହାଯାଏ ଯେ, ଶନିବାର ଦିନ ଆପଣ ନିଜ ଘରକୁ ନୂତନ ଲୁହା ବସ୍ତୁ ଆଣିବା ଉଚିତ ଓ ଏହା ପରିବର୍ତ୍ତେ ଘରର ପୁରୁଣା ଲୁହା ବସ୍ତୁ ବିକ୍ରି କରି ଦିଅନ୍ତୁ । ଏହା ଦ୍ଵାରା ଆପଣଙ୍କ ଘରର ନକରାତ୍ମକ ଉର୍ଜା ଚାଲିଯାଏ । ଆପଣଙ୍କୁ ଗୋଟେ ନୂତନ ସୁଯୋଗ ମିଳେ ।

ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ର ଖବର ଆପଣଙ୍କ ପାଇଁ ନେଇ ଆସିବୁ ।ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ।

Leave a Reply

Your email address will not be published. Required fields are marked *