corona

ରୂପ ବଦଳାଇଲା କରୋନା ଭାଇରସ, କାମ କରୁନାହିଁ ଔଷଧ , କରୋନା 2.0 ତାଣ୍ଡବ |

NEWS

ନମସ୍କାର ବନ୍ଧୁଗଣ ଆପଣଙ୍କୁ ଆମ ୱେବପୋର୍ଟାଲରେ ସ୍ୱାଗତ। ବନ୍ଧୁଗଣ, ବ୍ରିଟେନରେ କରୋନା ଭାଇରସର ଏକ ନୂଆ ରୂପ ଠାବ ହୋଇଛି । ଏନେଇ ବ୍ରିଟେନ ସ୍ୱାସ୍ଥ୍ୟ ସଚିବ ମେଟ ହେଙ୍ଗକକ ସୂଚନା ଦେଇଛନ୍ତି । ଆଉ ଏହି ଭାଇରସ ଇଂଲଣ୍ଡର ଦକ୍ଷିଣ ପୂର୍ବ ଅଂଚଳରେ ଖୁବ ଜୋରରେ ବ୍ୟାପୁଥିବା ନେଇ ସେ କହିଛନ୍ତି । ଏହି ନୂଆ ଭାଇରସର ନାଁ ସାର୍ଶକୋବ-2 ରଖାଯାଇଥିବା ବେଳେ ଏଯାବତ ବ୍ରିଟେନର ବିଭିନ୍ନ ଅଂଚଳରୁ ୧୦୦୦ ଜଣ ଆକ୍ରାନ୍ତ ଚିହ୍ନଟ ହୋଇସାରିଥିବା ନେଇ ଜଣାଯାଇଛି ।

covideee

ଯେବେକି ଗତ ସପ୍ତାହରେ ହିଁ ଏହାର ପ୍ରଥମ ମାମଲା ସାମ୍ନାକୁ ଆସିଥିଲା । ଆଉ ଏହି କାରଣରୁ ହିଁ ଆଗକୁ ଏହି ସ୍ଥାନ ମାନଙ୍କରେ ଲକଡାଉନ ଜାରି କରାଯିବା ନେଇ ନିଷ୍ପତ୍ତି ନିଆଯାଇଛି । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ କୁ ମଧ୍ୟ ବ୍ରିଟେନ ସରକାର ଜଣାଇ ସାରିଛନ୍ତି । ବର୍ତ୍ତମାନର କରୋନା ଭାଇରସ ସ୍ଟ୍ରେନ୍ରୁ ତୁଳନାରେ ଏହି ନୂଆ ଭାଇରସ ତୀବ୍ର ଗତିରେ ବ୍ୟାପୁଥିବା ନେଇ ଜଣାଯାଇଛି ।

କିନ୍ତୁ ଏହାର ପ୍ରସାର କେଉଁ ପର୍ଯ୍ୟନ୍ତ ହୋଇଛି ସେ ବାବଦରେ ବୈଜ୍ଞାନିକ ମାନେ ସଠିକ ଭାବେ ଜାଣି ପାରିନାହାନ୍ତି । କିନ୍ତୁ ଏହି ଭାଇରସ କାରଣରୁ ଆଗକୁ କରୋନା ସ୍ଥିତି ଗମ୍ଭୀର ହୋଇପାରେ ସେନେଇ ସ୍ପଷ୍ଟ ଭାବେ ଜଣା ପଡ଼ିନାହିଁ । କିନ୍ତୁ ଆଶ୍ଵସ୍ତିକର କଥା ଯେ ପୂର୍ବ ଭାଇରସ ପାଇଁ ଅବିସ୍କୃତ ହୋଇଥିବା ଭ୍ୟାକସିନ ନୂଆ ଭାଇରସକୁ ରୋକିବାରେ ମଧ୍ୟ କାମ କରିପାରିବ ।

କିନ୍ତୁ ମହାମାରୀର ପ୍ରସାରକୁ ସମ୍ପୂର୍ଣ୍ଣ ରୂପେ ରୋକିବା ପାଇଁ ଉନ୍ନତ ଧରଣର ଭ୍ୟାକସିନ ଆବଶ୍ୟକତା ରହିଛି ବୋଲି ବ୍ରିଟେନ ଚିକିତ୍ସକ ସୂଚନା ଦେଇଛନ୍ତି । ହାଉସ୍‌ ଅଫ୍‌ କମନ୍ସରେ ଏନେଇ ଘୋଷଣା କରିଛନ୍ତି ବ୍ରିଟିଶ ସ୍ୱାସ୍ଥ୍ୟ ସଚିବ ମ୍ୟାଟ୍‌ ହାନ୍‌କକ୍‌ । ଆମେ ଆପଣ ମାନଙ୍କ ପାଇଁ ସବୁବେଳେ ଓଡ଼ିଆ ଖବର,ଭାଇରଲ ନ୍ୟୁଜ, ଭଲ ଭଲ ରୋଚକ ତଥ୍ୟ,ସମାଚାର, ରାଶିଫଳ, ଜରୁରୀ ସୂଚନା,ରାଜନୀତି,କ୍ରୀଡ଼ା ସମ୍ବନ୍ଧୀୟ ତଥ୍ୟ ଆଣିଥାଉ । ଯଦି ଆପଣଙ୍କୁ ଆମ ଲେଖା ପସନ୍ଦ ଆସେ ତେବେ ଆପଣ ଆମକୁ ଲାଇକ ଏବଂ ଫଲୋ କରନ୍ତୁ।ଏହାକୁ ସେୟାର୍ କରି ଅଧିକରୁ ଅଧିକ ଲୋକଙ୍କ ନିକଟରେ ପହଞ୍ଚାନ୍ତୁ,ଆପଣଙ୍କୁ ଧନ୍ୟବାଦ।

Leave a Reply

Your email address will not be published. Required fields are marked *