Saturday, September 18, 2021
bharat

ମାର୍ଚ୍ଚ ୨୬ ତାରିଖରେ ହେବ ସମ୍ପୂର୍ଣ୍ଣ ରୂପେ ଭାରତ ବନ୍ଦ। ତ ଏହି ଭାରତ ବନ୍ଦରେ କଣ ଖୋଲା ରହିବ |

NEWS

ଆସିଲା ବଡ ଖବର ମାର୍ଚ୍ଚ ୨୬ ତାରିଖରେ ହେବ ସମ୍ପୂର୍ଣ୍ଣ ରୂପେ ଭାରତ ବନ୍ଦ। ତ ଏହି ଭାରତ ବନ୍ଦରେ କଣ ଖୋଲା ରହିବ ଏବଂ କଣ ବନ୍ଦ ରହିବ ଏହାର ସମ୍ପୂର୍ଣ୍ଣ ରିପୋର୍ଟଟି ଜାଣିବା । ବର୍ତ୍ତମାନର ସବୁଠାରୁ ବଡ ଖବର ପୁଣି ମାର୍ଚ୍ଚ ୨୬ ରେ ସାରା ଭାରତ ବନ୍ଦ ଡାକରା ଦେଇଛନ୍ତି କୃଷକ ସଂଘ । ଏହା ସହିତ ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚି ଚାଷୀ ନେତା ରାକେଶ ସ୍ତିକାଲ କହିଛନ୍ତି କିଛି ଏପରି ।

କେନ୍ଦ୍ର ସରକାର ଙ୍କ ତିନି କୃଷକ ଆଇନ ବିରୁଦ୍ଧରେ ଦୀର୍ଘଦିନ ହେଲା ଜାରି ରହିଥିବା ଆନ୍ଦୋଳନରେ ହଜାର ହଜାର ସଂଖ୍ୟକ କୃଷକମାନେ ଦେଇଛନ୍ତି ଯୋଗଦାନ। ଯୋଗଦାନ ଦେଇ ଧର୍ମଘଟ ମଧ୍ୟ ଜାରି ରଖିଛନ୍ତି । ଏମ ଏସ ପ ଉପରେ ସ୍ୱତନ୍ତ୍ର ଆଇନ ଆଣିବା ଏବଂ ତିନି କୃଷି ଆଇନ ପ୍ରତ୍ୟାହାର କରିବା ଉପରେ ଅଡ଼ି ବସିଛନ୍ତି କୃଷକମାନେ। ଦେଶରେ ପେଟ୍ରୋଲ, ଡିଜେଲ ଏବଂ ଗ୍ୟାସ ଦରର ବୃଦ୍ଧି ପାଇଁ ଚାଷୀମାନେ ରେଳଧାରଣା ଜାମ କରିବେ ବୋଲି ବୈଠକରେ କୁହାଯାଇଛି। ତେବେ କେନ୍ଦ୍ରର ନୂଆ କୃଷି ଆଇନ କୁ ନେଇ ପୁଣି ତେଜିଲା କୃଷି ଆନ୍ଦୋଳନ । ମାର୍ଚ୍ଚ୨୬ ରେ ଭାରତ ବନ୍ଦ ଡାକରା ଦେଲେ ବିଭିନ୍ନ ଚାଷୀ ସଂଗଠନ। କୃଷକ ସଙ୍ଗଠନର ବୈଠକ ପରେ ଏହି ନିଷ୍ପତ୍ତି ନିଆଯାଇଛି ।

stric

ତେବେ କୃଷି ଆଇନକୁ ନେଇ ବର୍ତ୍ତମାନ ସମୟରେ ତେଜୁଛି କୃଷି ଆନ୍ଦୋଳନ। ସରକାରଙ୍କ ପ୍ରସ୍ତାବକୁ ନାମଞ୍ଜୁର କରିଛନ୍ତି କୃଷି ସଂଗଠନ । ସେମାନେ ସରକାରଙ୍କ ପ୍ରସ୍ତାବକୁ ଖାରଜ କରିବା ସହିତ ପୁଣି ମାର୍ଚ୍ଚ ୨୬ରେ ସାରା ଦେଶରେ ଆନ୍ଦୋଳନ ପାଇଁ ଡାକରା ଦେଇଛନ୍ତି । ସାରା ଦେଶରେ ଧାରଣା ଏବଂ ପ୍ରତିବାଦ ସହିତ ଜୟପୁର ଏବଂ ଦିଲ୍ଲୀ ରେ ଏବେ ବିକ୍ଷୋଭ ପ୍ରଦର୍ଶନ କରାଯିବ ବୋଲି ସୂଚନା ରହିଛି।

ଅଲ ଇଣ୍ଡିଆ କୃଷି ସେବାର ନେତା କୃଷ୍ଣ ପ୍ରସାଦ କହିଛନ୍ତି ଯେ ୧୧୨ଦିନ ଲଗାତାର ଏହି ଆନ୍ଦୋଳନ ଜାରି ରହିବ। ଏହାଦ୍ୱାରା ଏହି ଆନ୍ଦୋଳନ ଆହୁରି ମଜବୁତ ମଧ୍ୟ କରାଯିବ। ସେଥିପାଇଁ ଏହାକୁ ସମସ୍ତେ ସମର୍ଥନ କରନ୍ତୁ । ଯେଉଁ ଭାରତ ବନ୍ଦ ହେବାକୁ ଯାଉଛି ତାହା ରାଜ୍ୟ, ଜିଲ୍ଲା, ତହସିଲ ଏବଂ ଗ୍ରାମସ୍ତରରେ ମଧ୍ୟ କରାଯିବ। ଆସନ୍ତା ମାର୍ଚ୍ଚ ୨୬ତାରିଖରେ ଭାରତ ବନ୍ଦ ହେବାକୁ ଯାଉଛି। ଏଥିରେ କେବଳ ଜରୁରୀକାଳୀନ ସେବାକୁ ଛାଡି ଦେଇ ଅନ୍ୟ ସମସ୍ତ ସେବାଗୁଡିକ ବନ୍ଦ ରହିବ।

ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ର ଖବର ଆପଣଙ୍କ ପାଇଁ ନେଇ ଆସିବୁ ।ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ।

Leave a Reply

Your email address will not be published. Required fields are marked *