Sunday, June 11, 2023
dolo

ଦୋଳ ପୁର୍ଣିମା ରେ କରନ୍ତୁ ଏହି କାର୍ଯ୍ୟ ବଦଳି ଯିବ ଭାଗ୍ୟ |

FACT

ଦୋଳ ଯାତ୍ରା ହିନ୍ଦୁ ମାନଙ୍କର ଗୋଟିଏ ବଡ ପର୍ବ ଅଟେ। ଦୋଳି ବା ଝୁଲଣ ଭଳି ବିମାନରେ ରାଧାକୃଷ୍ଣ ଙ୍କୁ ବସାଇ ପରିକ୍ରମା କରୁଥିବାରୁ ଏହାର ନାମ ଦୋଳଯାତ୍ରା ହୋଇଅଛି। ଫାଲଗୁନ ମାସ ଶୁକ୍ଳ ପକ୍ଷ ଦଶମୀ ଠାରୁ ଏହା ଆରମ୍ଭ ହୋଇ ପୂର୍ଣ୍ଣମୀ ଏବଂ ହୋଲି ପର୍ବରେ ଶେଷ ହୋଇଥାଏ। ଫଗୁ ଦଶମୀ ଦିନ ମନ୍ଦିର ରେ ଥିବା ରାଧାକୃଷ୍ଣଙ୍କୁ ଫଗୁ ଲଗାଇ ବେଶ କରାଇ ବିମାନ ସଜାଇ ବସଯାଇଥାଏ ଏବଂ ବିମାନରେ ଆମ୍ବ ବଉଳ, ନାନା ଜାତିର ଫୁଲରେ ବିମାନଟିକୁ ସଜା ଯାଇଥାଏ।

ଠାକୁରଙ୍କର ବିମାନକୁ ଗୋପାଳ ପିଲାମାନେ ଢୋଲ,ଘଣ୍ଟ,କୀର୍ତ୍ତନର ତାଳରେ କାନ୍ଧେଇ ଘରକୁ ଘର ବୁଲାନ୍ତି। ଦୋଳ ପୂର୍ଣ୍ଣିମା ପର ଦିନ ରଙ୍ଗର ପର୍ବ ହୋଲି ପର୍ବ ପାଳନ କରାଯାଇଥାଏ। ଗାଁ ଠାରୁ ସହର ପର୍ଯନ୍ତ ସମସ୍ତେ ରାଗରୁଷ ଭୁଲି ହୋଲି ଖେଳର ମଜା ନେଇଥାନ୍ତି। ହୋଲିରେ ଅଭୀର ଖେଳ ବସନ୍ତ ଭଳି କେତେକ ରୋଗ ପାଇଁ ପ୍ରତିଷେଧକ ହୋଇଥାଏ। ପୌରାଣିକ ମାନ୍ୟତା ଅନୁସାରେ ଏହି ଦିନ ଶ୍ରୀକୃଷ୍ଣ ମୈତ୍ର ନାମକ ଏକ ରାକ୍ଷସକୁ ବଦ୍ଧ କରିଥିଲେ। ଲୋକମାନଙ୍କ ପ୍ରାଣରେ ଅଭୟ ଏବଂ ଆନନ୍ଦ ଭରିଦେଇଥିଲେ ଏବଂ ଏହିଦିନ ଅଗ୍ନିଦେବ ପୋଲିକା ରାକ୍ଷସୀ ର ବଦ୍ଧ କରି ପ୍ରହଲ୍ଲାଦଙ୍କୁ ମୂର୍ତ୍ୟୁମୁଖରୁ ରକ୍ଷା କରିଥିଲେ।

ସେହିଦିନଠାରୁ ଏହାକୁ ସ୍ମରଣୀୟ କରିବା ପାଇଁ ଦୋଳ ଏବଂ ହୋଲି ପର୍ବ ଭାବରେ ପାଳନ କରାଯାଇଥାଏ। ତେଣୁ ଏହି ଦୁଇଦିନ ଅତ୍ୟନ୍ତ ପାବନ ଏବଂ ପବିତ୍ର ଦିନ ଅଟେ। ଏହିଦିନ କୌଣସି କାମ କଲେ ସଫଳ ଏବଂ ଫଳଦାୟୀ ହୋଇଥାଏ। ଏହି ଦୋଳ ଏବଂ ହୋଲି ପର୍ବ ଦିନ ଏହିସବୁ କାର୍ଯ୍ୟ କରିବାଦ୍ବାରା ମଣିଷ ରୋଗ,ଶୋକ, ଦୁଖଦୁର୍ଦଶା ରୁ ମୁକ୍ତି ପାଇଥାଏ ଏବଂ ଜୀବନ ଧନ ଐଶ୍ୱର୍ଯ୍ୟପୁର୍ଣ୍ଣ ଭାବରେ ବିତାଇଥାଏ ଏବଂ ମଣିଷର ସମସ୍ତ ମନସ୍କାମନା ପୂରଣ ହୋଇଥାଏ। ସବୁ ଅଭାବ ଦୂର ହୋଇଥାଏ।

ଏହିଦିନ ଲକ୍ଷ୍ମୀମାତା ଙ୍କର ଏକ ପ୍ରତିଛବି ଘରକୁ ଆଣି ଏବଂ ସନ୍ଧ୍ୟା ସମୟରେ ଲକ୍ଷ୍ମୀମାତା ଙ୍କର ସମ୍ମୁଖରେ ନଅ ଗୋଟି ବଳିତାକୁ ଗାଈ ଘିଅ ରେ ଭିଜାଇ ମାଟିଦିପ ରେ ରଖି ତାହାକୁ ଜଳିଦିଅନ୍ତୁ। ଏହା ଅତ୍ୟନ୍ତ ଶୁଭଙ୍କର ହୋଇଥାଏ। ଏହା ଅସମ୍ଭବ ହେଲେ ଗୋଟିଏ ଦୀପରେ ନଅ ଗୋଟି ବଳିତା ଜଳିପାରିବେ। ଏହା ଧନଲାଭର ସବୁଠାରୁ ସରଳ ଉପାୟ ଅଟେ। ଆଉ ଗୋଟିଏ ଉପାୟ ହେଉଛି ଏହିଦିନ ସନ୍ଧ୍ୟା ସମୟରେ ଏକ ନଡ଼ିଆ ଟିଏ ଘରକୁ ଆଣିବେ ଏବଂ ସେଥିରେ ପାଣି ଥିବା ଆବଶ୍ୟକ ଏବଂ ତାହାର ଜଟା ଭାଙ୍ଗି ନ ଥିବ।

krishna

ସେହି ନଡ଼ିଆ ରେ ସିନ୍ଦୁର ଲଗାଇ ଏକ ନାଲି ସୁତା ବାନ୍ଧି ଅରୁଆ ଚାଉଳ ଦ୍ୱାରା ପୂଜା କରି ନଡ଼ିଆ କୁ ହନୁମାନ ମନ୍ଦିରରେ ହନୁମାନଙ୍କ ଚରଣରେ ଚଢାଇ ଦିଅନ୍ତୁ। ଏହାଦ୍ୱାରା ଆପଣଙ୍କୁ ଧନଲାଭ ହୋଇଥାଏ। ତୃତୀୟ ଉପାୟ ଟି ହେଉଛି ସଂଧ୍ୟା ସମୟରେ ଓସ୍ତ ଗଛ ମୂଳରେ ଏକ ସୋରିଷ ତେଲର ଦୀପଟିଏ ଅବଶ୍ୟ ଜଳାନ୍ତୁ। ଏହାପରେ ଘରକୁ ଏକାମୁହଁ ହୋଇ ଫେରିଆସନ୍ତୁ। କେବେବି ଭୁଲିକି ପଛକୁ ଦେଖନ୍ତୁ ନାହିଁ। ଘରକୁ ପ୍ରବେଶ କରିବା ପୂର୍ବରୁ ହାତଗୋଡ ଭଲଭାବରେ ଧୋଇ ଘରକୁ ପ୍ରବେଶ କରନ୍ତୁ। ଏହାଦ୍ୱାରା ଧନଲାଭର ଯୋଗ ବନୀ ଥାଏ ଏବଂ ଧନର ଅଭାବ ଦୂର ହୋଇଥାଏ।

ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ର ଖବର ଆପଣଙ୍କ ପାଇଁ ନେଇ ଆସିବୁ ।ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ।

Leave a Reply

Your email address will not be published. Required fields are marked *