Sunday, June 11, 2023
brana

ମୁହଁରୁ କେମିତି ଯିବ ବ୍ରଣ ।

HEALTH

ଆଜିକାଲ ସମୟରେ ପିଲାଙ୍କଠାରେ ବ୍ରଣ ହେଲେ ସେମାନେ ବଜାରରେ ମିଳୁଥିବା ବିଭିନ୍ନ ପ୍ରକାର କ୍ରିମ୍‌ ଆଣି ବ୍ୟବହାର କରିଥାଆନ୍ତି। ଯେଉଁ କ୍ରିମ୍‌ରେ ଷ୍ଟେରୋଏଡ୍‌ର ମାତ୍ରା ଅଧିକ ଥାଏ। ଷ୍ଟେରୋଏଡ୍‌ ମୁହଁରେ ବ୍ରଣର ସଂଖ୍ୟା ବଢ଼ାଇ ଦେଇଥାଏ।ପିସିଓଡି ହେଲେ ହରମୋନ୍‌ରେ ଅସନ୍ତୁଳନ ହୋଇ ମୁହଁରେ ବ୍ରଣ ବାହାରିଥାଏ। ଏହାସହ ଯେଉଁମାନଙ୍କର ଖାଦ୍ୟପେୟରେ ଅନିୟମିତତା, ଫାଷ୍ଟଫୁଡ୍‌ ବା ଜଙ୍କଫୁଡ୍‌, ଚିନି, କ୍ଷୀର ଅଧିକ ମାତ୍ରାରେ ସେବନ କରିଥାଆନ୍ତି |

brana

ସେମାନଙ୍କଠାରେ ହରମୋନ୍‌ ଅସନ୍ତୁଳନ ହୋଇଥାଏ। ଫଳରେ ବ୍ରଣ ଅଧିକ ମାତ୍ରାରେ ବାହାରିଥାଏ କାଠ ବ୍ରଣ କ’ଣ କାଠ ବ୍ରଣ ସାଧାରଣତଃ ଛୋଟ ଛୋଟ ଦାନା ଭଳି ହୋଇଥାଏ। ଏହା ମୁହଁ, ପିଠି, କହୁଣୀ ଓ ଛାତିରେ ହୋଇପାରେ। କାଠ ବ୍ରଣ ଦୁଇ ପ୍ରକାରର। ଯଥା: ବ୍ଲାକ୍‌ କୋମେଡନ୍‌ ଏବଂ ହ୍ୱାଇଟ୍‌ କୋମେଡୋନ୍‌।

ବ୍ରଣ ହେଉଥିଲେ ମୁହଁର ଯତ୍ନ କେମିତି ନେବେ ବ୍ରଣରେ ହାତ ମାରନ୍ତୁ ନାହିଁ। ବ୍ରଣରେ ହାତ ମାରିଲେ ତାହା ଦାଗ ହୋଇପାରେ କିମ୍ବା ସେହି ସ୍ଥାନରେ ଖାଲ ହୋଇପାରେ।ଆଜିକାଲି ପୁରୁଷ ହୁଅନ୍ତୁ ବା ମହିଳା ମୁହଁରେ ଅଯଥା କ୍ରିମ୍‌, ମେକ୍‌ଅପ୍‌ ଲଗାଇଥାଆନ୍ତି। ତାହା କରନ୍ତୁ ନାହିଁ। ମୁହଁରେ ଅଧିକ ମେକ୍‌ଅପ୍‌ ଲଗାଇଲେ ମୁହଁର ଛିଦ୍ର ବନ୍ଦ ହୋଇଯାଏ, ଫଳରେ ବ୍ରଣ ବାହାରେ।ଯଦି କୌଣସି ପାର୍ଟିକୁ ମେକ୍‌ଅପ୍‌ ଲଗାଇ ଯାଉଛନ୍ତି, ତେବେ ଘରକୁ ଆସି ମେକ୍‌ଅପ୍‌କୁ ଭଲ ଭାବରେ ଛଡ଼ାନ୍ତୁ। ମେକ୍‌ଅପ୍‌ ଛଡ଼ାଇବା ପାଇଁ ମେକ୍‌ଅପ୍‌ ରିମୁଭର, ଗୋଲାପ ଜଳ, ନଡ଼ିଆ ତେଲର ବ୍ୟବହାର କରିବେ।

ଇଆଡ଼ୁସିଆଡ଼ୁ କ୍ରିମ୍‌ ଲଗାନ୍ତୁ ନାହିଁ।ଫାଷ୍ଟଫୁଡ୍‌, ଜଙ୍କ୍‌ଫୁଡ୍‌ର ମାତ୍ରା କମ୍‌ କରିବେ।କ୍ଷୀର ତିଆରି ଖାଦ୍ୟ ଯେପରିକି ପନିର, ଛେନା, ଦହି, ଆଇସ୍‌କ୍ରିମ୍‌ ଖାଇବା କମ୍‌ କରିବେ।ଖାଦ୍ୟରେ ଚିନିର ମାତ୍ରା କମ୍‌ କରନ୍ତୁ।୭ରୁ ୮ ଘଣ୍ଟା ଶୁଅନ୍ତୁ ଏବଂ ମାନସିକ ଚାପରୁ ନିଜକୁ ଦୂରେଇ ରଖନ୍ତୁ।ମୁହଁକୁ ଧୋଇବା ପାଇଁ ସାଲିସାଇକ୍ଲିକ୍‌ ତତ୍ଵ ଥିବା ଫେସ୍‌ଓ୍ୱାସ୍‌ ବ୍ୟବହାର କରନ୍ତୁ। ଏହା ମୁହଁରେ ତେଲ ଅଂଶକୁ ନିୟନ୍ତ୍ରଣ କରିଥାଏ। ଫେସ୍‌ଓ୍ୱାସ୍‌କୁ ମୁହଁରେ ଲଗାଇ ୩୦ ସେକେଣ୍ଡ ପାଇଁ ମସାଜ କରନ୍ତୁ ଓ ସାଧା ପାଣିରେ ଧୋଇ ଦିଅନ୍ତୁ। ଏହାପରେ ଜେଲ୍‌ ବେସ୍‌ ମଇଶ୍ଚରାଇଜର ବ୍ୟବହାର କରନ୍ତୁ।
ମୁହଁରେ ତେଲ, ତେଲ ବେସ୍‌ ମଇଶ୍ଚରାଇଜର ବ୍ୟବହାର କରନ୍ତୁ ନାହିଁ।ସନ୍‌ସ୍କ୍ରିନ୍‌ର ବ୍ୟବହାର କରନ୍ତୁ।ମୁହଁରେ ବ୍ରଣ ବାହାରିଲେ ନିକଟସ୍ଥ ଡାକ୍ତରଙ୍କୁ ପରାମର୍ଶ କରନ୍ତୁ।

branna

ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ ।ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ।

Leave a Reply

Your email address will not be published. Required fields are marked *