ରାଜ୍ୟ ସରକାର ଜାରି କଲେ ମାର୍ଚ୍ଚ ମାସ ଗାଇଡ଼ଲାଇନ। ଜିଲ୍ଲାପାଳ, ମ୍ୟୁନିସିପାଲ କମିଶନର ଓ ସ୍ଥାନୀୟ ଅଧିକାରୀ ସତର୍କତାର ସହ ସ୍ବାସ୍ଥ୍ୟ ମନ୍ତ୍ରାଳୟର ଗାଇଡଲାଇନ ମାନି କଣ୍ଟେନମେଣ୍ଟ ଜୋନ ଘୋଷଣା କରିପାରିବେ। କେଉଁ ଜାଗା କେଣ୍ଟେନମଣ୍ଟେ ହେବ ତାହା ବିଷୟରେ ଅଧିକାରୀ ମାନେ ସ୍ବାସ୍ଥ୍ୟ ମନ୍ତ୍ରଳାୟକୁ ଜଣାଇବେ। ଯାହା ସମ୍ପର୍କରେ ସ୍ବାସ୍ଥ୍ୟ ମନ୍ତ୍ରାଳୟର ୱେବ ସାଇଟରେ ବିଜ୍ଞପ୍ତି ପ୍ରକାଶ ପାଇବ। ନଜର ପକାନ୍ତୁ ଗାଇଡ଼ଲାଇନ ଉପରେ ନିବୁଜ ହଲରେ ସର୍ବାଧିକ ୫୦ ପ୍ରତିଶତ ଦର୍ଶକଙ୍କୁ ଅନୁମତି ଖୋଲା ସ୍ଥାନମାନଙ୍କରେ କାର୍ଯ୍ୟକ୍ରମ ଆୟୋଜନ ପାଇଁ ଜାଗାର ଆକାର ନେଇ ଲୋକଙ୍କୁ ସୋସିଆଲ ଡିଷ୍ଟାନ୍ସ ରଖି ବସିବାକୁ ଅନୁମତି ମିଳିଛି ଖୋଲା ଜାଗା ମାନଙ୍କରେ କାର୍ଯ୍ୟକ୍ରମ ଆୟୋଜନରେ ସାମାଜିକ ଦୂରତା ମାସ୍କ ସାନିଟାଇଜର, ଥର୍ମାଲ ସ୍କ୍ରୀନିଂ ବାଧ୍ୟତାମୂଳକ କରାଯାଇଛି।
ସାମାଜିକ କାର୍ଯ୍ୟକ୍ରମ ଓ ଜନସମାଗମ ଆୟୋଜନ ପାଇଁ ସ୍ଥନୀୟ ଅଧିକାରୀଙ୍କ ଅନୁମତି ନେବା ବାଧ୍ୟତାମୂଳକ ବିବାହା କିମ୍ବା ଶୁଦ୍ଧିକ୍ରୀୟାରେ ଯୋଗ ଦେବାପାଇଁ ୫୦୦ ଲୋକଙ୍କୁ ଅନୁମତି ମିଳିବକୌଣସି ହଲ ଭିତରେ ବିବାହା ଓ ଶୁଦ୍ଧିକ୍ରିୟା କାର୍ଯ୍ୟକ୍ରମ ଆୟୋଜନ ହେଉଥିଲେ ସେଠାରେ ୫୦ % ଲୋକଙ୍କୁ ଅନୁମତି ମିଳିବ। ଖୋଲା ଜାଗାରେ ବିବାହା ଓ ଶୁଦ୍ଧିକ୍ରିୟା କାର୍ଯ୍ୟକ୍ରମ ଆୟୋଜନ ହେଉଥିଲେ ସେଠାରେ ସାମାଜିକ ଦୂରତା ଓ ମାସ୍କ ସାନିଟାଇଜରକୁ ବାଧ୍ୟତା ମୂଳକ କରାଯାଇ ଅନୁମତି ମିଳିବ। ବିବାହା କିମ୍ବା ଶୁଦ୍ଧିକ୍ରିୟା ଆୟୋଜନ କରିଥିବା ଆୟୋଜକ ସମସ୍ତ ନିମନ୍ତ୍ରିତ ଅତିଥିଙ୍କୁ ମାସ୍କ ବାଣ୍ଟିବା ସହ ସାମାଜିକ ଦୂରତା ରଖିବା ପାଇଁ କହିବା ବାଧ୍ୟତା ମୂଳକ କରାଯାଇଛି।
ଏହା ସହିତ ଆୟୋଜକ କୋଭିଡ଼ ଗାଇଡ଼ଲାଇନ କେହି ମାନୁଛନ୍ତି କି ନାହିଁ ଯାଞ୍ଚ କରିବେ।ଯାତ୍ରାପାର୍ଟି ପାଇଁ ଅନୁମତି ଯାତ୍ରାପାର୍ଟି ପାଇଁ ସର୍ବାଧିକ ୨୦୦୦ ଦର୍ଶକଙ୍କୁ ଅନୁମତି ମିଳିଛି।ଯାତ୍ରା ଦେଖିବା ସମୟରେ ମାସ୍କ ସାନିଟାଇଜର ଓ ସାମାଜିକ ଦୂରତା ରଖିବା ବଧ୍ୟତାମୂଳକ କରାଯାଇଛି।ସମସ୍ତ ଦର୍ଶକ ୬ ଫୁଟ ଦୂରତାରେ ଛାଡି ଛାଡି ହୋଇ ବସିବେ ,ରୋଗାକ୍ରାନ୍ତ ବ୍ୟକ୍ତି ଯାତ୍ରା ଦେଖିବାକୁ ଯାଇପାରିବେ ନାହିଁ ଓ ଏନଫ୍ଲୁଏଞ୍ଜା ରୋଗୀଙ୍କୁ ଯାତ୍ରା ଦେଖିବାକୁ ବାରଣ କରାଯାଇଛି ଅନଲାଇନରେ ଟିକେଟ କାଉଣ୍ଟର ଓ ଅଧିକରୁ ଅଧିକରୁ ଟିକେଟ କାଉଣ୍ଟର କରିବାକୁ ଯାତ୍ରା ପାର୍ଟି ଆୟୋଜକଙ୍କୁ ପରାମର୍ଶ ଦିଆଯାଇଛି।
ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ ।ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ।