ବନ୍ଧୁଗଣ ରଙ୍ଗର ପର୍ବ ହୋଲି ଖୁସି ଓ ପ୍ରେମ ବାଣ୍ଟିବାର ପର୍ବ ଅଟେ। ଏହି ଦିନ ସମସ୍ତେ ପରସ୍ପରଙ୍କୁ ରଙ୍ଗ ବୋଳି ଖୁସି ପାଳନ କରିଥାନ୍ତି। ଲୋକେ ପରସ୍ପର ସହ ହୋଲି ଖେଳିବା ସାଙ୍ଗକୁ ଅନ୍ୟମାନଙ୍କ ଘରକୁ ଯାଇ ଏହି ପର୍ବ ପାଳନ କରିଥାନ୍ତି। କିନ୍ତୁ କୋରୋନାର ପ୍ରକୋପ ପୁଣିଥରେ ବଢ଼ିବା କାରଣରୁ ସମସ୍ତେ ଚିନ୍ତାରେ ଅଛନ୍ତି।
ଏପରିସ୍ଥଳେ ହୋଲି ଖେଳିବା କେତେ ସୁରକ୍ଷିତ ତାହା ସମସ୍ତଙ୍କ ମନରେ ଏବେ ଏକ ବିରାଟ ପ୍ରଶ୍ନ। ଚାଲନ୍ତୁ ଜାଣିବା କୋରୋନା କାଳରେ ସୁରକ୍ଷିତ ହୋଲି ଖେଳିବାର ସହଜ ଟିପ୍ସ। ହୋଲି ଖେଳିବା ଲାଗି ଗ୍ରୁପରେ ଅଧିକ ଲୋକଙ୍କୁ ସାମିଲ କରନ୍ତୁ ନାହିଁ। ଛୋଟ ଛୋଟ ଗ୍ରୁପ କରି ହୋଲି ଖେଳନ୍ତୁ। ଆଲିଙ୍ଗନ ଓ ହାତ ମିଳାଇବା ଠାରୁ ଦୂରେଇ ରହନ୍ତୁ। ହୋଲି ଖେଳିବା ସମୟରେ ପରିଚ୍ଛନ୍ନତା ପ୍ରତି ଧ୍ୟାନ ଦିଅନ୍ତୁ।
ରୋଗୀଙ୍କ ଠାରୁ ଦୂରେଇ ରହନ୍ତୁ। ବାରମ୍ବାର ସାନିଟାଇଜର ବ୍ୟବହାର କରିବା ସହିତ ସାବୁନରେ ହାତ ଧୁଅନ୍ତୁ। ଆଖି, ନାକ ଓ ପାଟିରେ ହାତ ଲଗାନ୍ତୁ ନାହିଁ। ହାତ ମଇଳା ହେଲା ମାତ୍ରେ ସଙ୍ଗେ ସଙ୍ଗେ ହାତ ପରିସ୍କାର କରନ୍ତୁ। ବାଥରୁମ ଯିବା ପରେ, ଖାଇବା ପୂର୍ବରୁ ଓ କାଶିବା, ଛିଙ୍କିବା କିମ୍ବା ନାକ ପୋଛିବା ପରେ ହାତକୁ ସଫା କରିବା ଉପରେ ବିଶେଷ ଧ୍ୟାନ ଦେବା ଜରୁରୀ।
ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ ।ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ।