ଏହି ବସ୍ତୁକୁ ଦାନ କରିବା ଦ୍ୱାରା ଘରକୁ ଆସିଥାଏ ।

FACT

ବନ୍ଧୁଗଣ ଆମେ ଆମ ନୀତିଦିନ ଜୀବନରେ କେତେକ ବସ୍ତୁ ଅନ୍ୟକୁ ଦାନ କରିଥାଉ । ଦାନ କରିବା ଏକ ମହତ କାର୍ଯ୍ୟ ହୋଇଥାଏ ସତ ମାତ୍ର ଶାସ୍ତ୍ର ଅନୁଯାଇ କିଛି ଏଭଳି ବସ୍ତୁ ଅଛି ଯାହାକୁ ଦାନ କଲେ ଅନର୍ଥ କିମ୍ବା ଆମର କ୍ଷତି ହୋଇଥାଏ । ବନ୍ଧୁଗଣ ହିନ୍ଦୁ ଧର୍ମରେ ଶାସ୍ତ୍ର ମାନଙ୍କୁ ବହୁତ ମହତ୍ଵ ଦିଆଯାଇଛି । ଶାସ୍ତ୍ରରେ ଦାନ କରିବାକୁ ମହତ ବୋଲି କୁହାଯାଇଛି । ଏହା ମାନ୍ୟତା ମଧ୍ୟ ରହିଛି, ଦାନ କରିବା ଦ୍ଵାରା ବ୍ୟକ୍ତିର କେତେକ ପ୍ରକାରର ସମସ୍ୟାର ସାମାଧାନ ମଧ୍ୟ ହୋଇଯାଏ ।ଏହା ସହିତ ବହୁତ ପୂଣ୍ୟ ମଧ୍ୟ ମିଳିଥାଏ ।

ଏହା ସହିତ ଭଗବାନଙ୍କ ଆଶୀର୍ବାଦ ମଧ୍ୟ ପ୍ରାପ୍ତ ହୋଇଥାଏ । କିନ୍ତୁ ବ୍ୟକ୍ତି ଭୁଲ ବଶତ ଏଭଳି କେତେକ ଜିନିଷ ଦାନ କରିଥାନ୍ତି, ଯାହାଦ୍ୱାରା ତାର ବହୁତ କିଛି କ୍ଷୟ ହୋଇଥାଏ । ଶାସ୍ତ୍ର ଅନୁଯାୟୀ ଏହିସବୁ ଜିନିଷକୁ ଦାନ କରିବା ମହାପାପ ହୋଇଥାଏ । କେତେକ ବ୍ୟକ୍ତି ଅଛନ୍ତି ଯେଉଁମାନେ ଶାସ୍ତ୍ର ଅନୁଯାଇ ସମସ୍ତ କାର୍ଯ୍ୟ କରିଥାନ୍ତି । ମାତ୍ର କେତେକ ବ୍ୟକ୍ତି ଏଭଳି ଅଛନ୍ତି ଯେଉଁମାନେ ଏ ସବୁକୁ ବିଶ୍ଵାସ କରନ୍ତି ନାହିଁ ।

ଆସନ୍ତୁ ଆଜି ଆମେ ଜାଣିବା ଯେ ଶାସ୍ତ୍ର ଅନୁଯାଇ କେଉଁ କେଉଁ ବସ୍ତୁକୁ ଦାନ କରିବା କଥା ନୁହେଁ ଭୁଲରେ ମଧ୍ୟ କୌଣସି ଧାରୁଆ ଅସ୍ତ୍ର କିମ୍ବା ଜିନିଷର ଦାନ କରିବା କଥା ନୁହେଁ । ଏପରି କରିବା ଦ୍ଵାରା ସୁଖ ଶାନ୍ତି ଭଙ୍ଗ ହୋଇଥାଏ । ଯେଉଁ ବ୍ୟକ୍ତି ମାନଙ୍କର କୁଣ୍ଡଳୀରେ ଶନି-ଦୋଷ ରହିଥାଏ ସେମାନେ ତେଲ ଦାନ କରିବା ଶୁଭ କୁହାଯାଇଛି, ମାତ୍ର ଏହି ତେଲ ଖରାପ ହେବା ଉଚିତ ନୁହେଁ, ଖରାପ ତେଲର ଦାନ କରିବା ଅଶୁଭ ବୋଲି କୁହାଯାଇଛି । ଏଣୁ ଆପଣ ଧ୍ୟାନ ରଖିବେ ଖରାପ ତେଲ କାହାକୁ ଦାନ କରିବେ ନାହିଁ ।ଶାସ୍ତ୍ର ମାନଙ୍କରେ କୁହା ଯାଇଛି ପ୍ଲାଷ୍ଟିକ ଏବଂ ସ୍ଟୀଲ ବାସନ ଅଥବା ଜିନିଷ କାହାକୁ ଦାନ କରିବା ଉଚିତ ନୁହେଁ ।

ଷ୍ଟିଲର ବାସନ ଦାନ କରିବା ଦ୍ଵାରା ସୁଖ ଶାନ୍ତି ଭଙ୍ଗ ହୋଇଥାଏ, ସେହିଭଳି ପ୍ଲାଷ୍ଟିକ ବାସନ ଦାନ ଦେବା ଦ୍ଵାରା ବ୍ୟାପାର ଚପଟ ହୋଇଥାଏ । ବନ୍ଧୁଗଣ ବାସୀ ଖାଦ୍ଯ କାହାକୁ ଦାନ କରିବା ଉଚିତ ନୁହେଁ । କାହାକୁ ବାସୀ ଖାଇବା ଦାନ କରିବା ଦ୍ଵାରା ଆପଣଙ୍କ ଘରେ ବିମାରୀ ଘର ବନାଇଥାଏ, ଆପଣ ଅସୁସ୍ଥ ହୋଇଥାନ୍ତି ଏପରି କରିବା ଦ୍ଵାରା ।ବନ୍ଧୁଗଣ ଝାଡୁକୁ ମାତା ଲକ୍ଷ୍ମୀଙ୍କର ପ୍ରତୀକ ବୋଲି କୁହାଯାଇଛି । ଏଥିପାଇଁ କେବେ ମଧ୍ୟ ଝାଡୁର ଦାନ କରିବା ଉଚିତ ନୁହେଁ । ଏପରି କରିବା ଦ୍ଵାରା ମାତା ଲକ୍ଷ୍ମୀ ରୁଷ୍ଟ ହୋଇଥାନ୍ତି ।

Leave a Reply

Your email address will not be published. Required fields are marked *