Tuesday, June 15, 2021
bharatt

ଆସନ୍ତା ମାର୍ଚ୍ଚ ୨୬ ରେ ହେବ ଭାରତ ବନ୍ଦ।

NEWS

ପୁଣି ହବ ଭାରତ ବନ୍ଦ । ହଁ ବନ୍ଧୁ କେନ୍ଦ୍ର ସରକାର ଙ୍କ ନୂଆ କୃଷି ଆଇନ ବିରୋଧ ରେ ତେଜିଲା ଆନ୍ଦୋଳନ ମାର୍ଚ୍ଚ ୨୬ ରେ ବନ୍ଦ ର ଡାକରା ଦେଲେ ବିଭିନ୍ନ କୃଷକ ସଂଗଠନ । ଗତ କାଲି ବିଭିନ୍ନ କୃଷକ ସଂଗଠନ ସହ ଦେଶ ର ବିଭିନ୍ନ ଶ୍ରମିକ ଏବଂ ଟ୍ରାନ୍ସପୋର୍ଟ ସଂଗଠନ ଆଲୋଚନା ପରେ ଏହି ନିଷ୍ପତି ନିଆ ଯାଇଛି ।ବୈଠକ ରେ ମାର୍ଚ୍ଚ ୨୬ ରେ ଭାରତ ବନ୍ଦ ହବ ବୋଲି ଚର୍ଚ୍ଚା ହୋଇଥିବା ଜଣା ପଡ଼ିଛି ।

କୃଷି ଆଇନ ପ୍ରତ୍ୟାହାର ଦାବି ରେ ଗତ ଚାରି ମାସ ଧରି ଦିଲ୍ଲୀ ର ସୀମା ରେ ବିଭିନ୍ନ କୃଷକ ସଂଗଠନ ଆନ୍ଦୋଳନ ଚଲେଇଆସୁଛନ୍ତି । ଆସନ୍ତା ମାର୍ଚ୍ଚ ୨୬ ତାରିଖ ରେ ଚକା ଜାମ୍ କରି ଶକ୍ତି ପ୍ରଦର୍ଶନ କରିବେ । ସକାଳ ୬:୦୦ ଟା ରୁ ସନ୍ଧ୍ୟା ୬:୦୦ ତ ପର୍ଯ୍ୟନ୍ତ ବନ୍ଦ ହେବ ।

ଏହା ତୈଳ ଓ ଗ୍ୟାସ ଦର ବୃଦ୍ଧି ବିଭିନ୍ନ ସରକାରୀ ଉଦ୍ୟୋଗ ର ଘରୋଇ କରଣ ଆଦି ପ୍ରତିବାଦ ରେ ସମ୍ପୂର୍ଣ ବନ୍ଦ ହବ ବୋଲି କୃଷକ ସଂଗଠନ ପକ୍ଷରୁ ସୂଚନା ମିଳିଛି ।ସେପଟେ ଗ୍ରୀଷ୍ମ ଯୋଗୁ ତାପମାତ୍ରା ବୃଦ୍ଧି ପାଇଛି ଓ ଚାଷୀ ମାନେ ସଡ଼କ କର ରେ ପକା ଘର ନିର୍ମାଣ କରୁଛନ୍ତି । ଚାଷୀ ଆନ୍ଦୋଳନ ଏବଂ ତୈଳ ବୃଦ୍ଧି ନେଇ ଗତ ଚାରି ମାସ ମଧ୍ୟ ରେ ଦେଶ ଅନେକ ଥର ବନ୍ଦ ଡାକରା ଦିଆ ଯାଇ ଥିବା ବେଳେ ତାହା ଫଳ ପ୍ରଦ୍ ହୋଇ ନଥିଲା ।

ସେଥିପାଇଁ ପୁଣି ଥରେ ଭାରତ ବନ୍ଦ ଡାକରା କୁ ସଫଳ କରିବା ପାଇଁ କୃଷକ ସଂଗଠନ ର ଅନୁରୋଧ ରହିଛି ।କେନ୍ଦ୍ର ସରକାରଙ୍କ ନୂଆ କୃଷି ଆଇନକୁ ବିରୋଧ କରି ପୁଣି କୃଷକ ସଙ୍ଗଠନର ଭାରତ ବନ୍ଦ ଡାକରା। ଆସନ୍ତା ମାର୍ଚ୍ଚ ୨୬ ତାରିଖରେ କୃଷକ ସଙ୍ଗଠନ ପକ୍ଷରୁ ବନ୍ଦ ଡାକରା ଦିଆଯାଇଛି। ସକାଳ ୬ରୁ ସନ୍ଧ୍ୟା ୬ ପର୍ଯ୍ୟନ୍ତ ଏହି ବନ୍ଦ ପାଳନ କରାଯିବ । ଏନେଇ ବୁଧବାର ବିଭିନ୍ନ କୃଷକ ସଙ୍ଗଠନ ସହ ଦେଶର ଅନେକ ଶ୍ରମିକ ଓ ଟ୍ରାନ୍ସପୋର୍ଟ ସଙ୍ଗଠନର ବୈଠକ ହୋଇଥିଲା। ଏହି ବୈଠକରେ ମାର୍ଚ୍ଚ ୨୬ରେ ଚକ୍କା ଜାମ କରିବା ନେଇ ନିଷ୍ପତ୍ତି ହୋଇଥିବା ଜଣାପଡିଛି।

ତୈଳ ଓ ଗ୍ୟାସ ଦର ବୃଦ୍ଧି, ବିଭିନ୍ନ ସରକାରୀ ଉଦ୍ୟୋଗର ଘରୋଇକରଣ ଆଦି ପ୍ରତିବାଦରେ ଏହି ବନ୍ଦ ପାଳନ କରାଯିବ ବୋଲି କିଷାନ ମୋର୍ଚ୍ଚା ପକ୍ଷରୁ ସୂଚନା ଦିଆଯାଇଛି। କୃଷି ଆଇନ ପ୍ରତ୍ୟାହାର ଦାବିରେ ଗତ ୪ ମାସ ଧରି ଦିଲ୍ଲୀ ସୀମାରେ ବିଭିନ୍ନ କୃଷକ ସଙ୍ଗଠନ ଆନ୍ଦୋଳନ ଚଳାଇଛନ୍ତି। ସେପଟେ ଚାଷୀମାନେ ରାସ୍ତା ଉପରେ ଘର ନିର୍ମାଣ କରିବା ଆରମ୍ଭ କରିଛନ୍ତି।

ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ ।ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ।

Leave a Reply

Your email address will not be published. Required fields are marked *