kali

ଶେଷରେ ଏମିତି ହେବ କଳିଯୁଗର ଅନ୍ତ,ମଣିଷ କରିବ ଏମିତି ପାପ କାର୍ଯ୍ୟ ଜାଣିଲେ ବିଶ୍ୱାସ ନହେବ |

FACT

ନମସ୍କାର ବନ୍ଧୁଗଣ,ଆପଣଙ୍କୁ ଆମ ୱେବପୋର୍ଟାଲ ରେ ସ୍ୱାଗତ। ବନ୍ଧୁଗଣ, ଭଗବାନ ବିଷ୍ଣୁ ଦ୍ଵାପର ଯୁଗରେ କୃଷ୍ଣ ଅବତାର ନେଇ ଜନ୍ମ ଗ୍ରହଣ କଟିଥିଲେ ଏବଂ ମହାଭାରତ ଯୁଦ୍ଧରେ ପାଣ୍ଡବ ମାନଙ୍କୁ ମାର୍ଗ ଦର୍ଶନ ଦେଖାଇଥିଲେ।ଆଜି ଆମେ ଆପଣଙ୍କୁ ଏକ କାହାଣୀ କହିବୁ ଯାହାକି ମହାଭାରତର ଏକ ଅଜଣା କଥା ଅଟେ। ଦ୍ବାପର ଯୁଗର ଏହି ଅଧ୍ୟାୟ ବିଷୟରେ ଜାଣିଲେ ଆପଣ ମାନେ ଆଶ୍ଚର୍ଯ୍ୟ ହୋଇଯିବେ।ହିନ୍ଦୁ ମାନ୍ୟତା ଓ ପୁରାଣ ଅନୁସାରେ ଏବେ କଳିଯୁଗ ଚାଲିଛି।ଏହି ଯୁଗ ବିଷୟରେ ଆଗରୁ ଲେଖାଯାଇଛି କି ଏ ଯୁଗରେ ପାପ ବହୁତ ବଢିଯିବ।ଲୋକମାନେ ଧର୍ମର ମାର୍ଗ ଛାଡ଼ି ଅଧର୍ମର ମାର୍ଗ ଅପଣେଇବେ।ଚାରିଆଡେ ଅଧର୍ମ ବଢିଚାଲିବ।ଦ୍ୱାପର ଯୁଗରେ କଳିଯୁଗ ବିଷୟରେ ଏପରି କିଛି କଥା ପାଣ୍ଡବ ମାନଙ୍କୁ କୁହାଯାଇଥିଲା ଯାହା ଆଜିର ଦିନରେ ସବୁ ସତ ବୋଲି ସାବ୍ୟସ୍ତ ହଉଛି।

ଯୁଦ୍ଧ ପରେ ପାଣ୍ଡବମାନଙ୍କ ମଧ୍ୟରୁ ଚାରିଭାଇ ମହଲରେ ବସିଥିଲେ।ଯୁଧିଷ୍ଠିର କୌଣସି କାମରେ ବ୍ୟସ୍ତ ଥିଲେ।ସେହି ସମୟରେ ଜଣେ ଲୋକ ଆସି ସହଦେବଙ୍କୁ କହିଲେ କି ଯୁଧିଷ୍ଠିରଙ୍କ ସହ ଦେଖା କରିବା ପାଇଁ।ସହଦେବ କହିଲେକି ମହାରାଜ ବ୍ୟସ୍ତ ଅଛନ୍ତି।ଏହାପରେ ସହଦେବ କହିଲେ କି ଯଦି ମୁଁ ଆପଣଙ୍କର କିଛି ସାହାଯ୍ୟ କରିପାରେ ଯଦି କୁହନ୍ତୁ । ଏହାପରେ ସେ ସହଦେବଙ୍କୁ ପ୍ରଶ୍ନ ପଚାରିଲେ।କହିଲେକି ଗାଁର କ୍ଷେତରେ ପୁତଳା କ୍ଷେତରେ ହଉଥିବା ଚାଷକୁ ରକ୍ଷା କରେ,ହେଲେ ସେହି ପୁତଳା କ୍ଷେତରେ ଚାଷ ନିଜେ ଖାଇଯାଉଛି।

ଏମିତି କାହିଁକି ବୋଲି ପ୍ରଶ୍ନ କଲେ।ସହଦେବଙ୍କୁ ପ୍ରଶ୍ନର ଉତ୍ତର ଆସିଲାନି , ତେଣୁ ସେ କହିଲେକି ନକୁଳଙ୍କୁ ଏହି ପ୍ରଶ୍ନ ପଚାର। ଏହାପରେ ସେହି ଅତିଥି ଜଣକ ନକୁଳ ଙ୍କୁ ପଚାରିଲେକି ଗୋଟେ ସ୍ତ୍ରୀଲୋକ କୂଅରୁ ପାଣି କାଢି ବଡ ମାଠିଆରେ ଭର୍ତି କଲେ।ତାପରେ ତାକୁ ୪ଟି ଛୋଟ ମାଠିଆରେ ଭର୍ତ୍ତି କଲେ।ପୁଣି ସେହି ୪ଟି ମାଠିଆର ପାଣି ନେଇ କୂଅରେ ପକେଇଲେ କୂଅ ପୁର୍ଣ ହେଲାନି କାହିଁକି।ନକୁଳଙ୍କୁ ଆସିଲାନି।ସେ କହିଲେକି ଅର୍ଜୁନଙ୍କୁ ପଚାର।ସେହି ଅତିଥି ଜଣଙ୍କ ଅର୍ଜୁନଙ୍କୁ ପଚାରିଲେକି ଗୋଟେ ଲୋକ ପାଖରେ ଛୁଞ୍ଚି ଥିଲେ।ସେହି ଛୁଞ୍ଚି ର କଣାରେ ହାତୀଟେ ଗଳିଗଲା କିନ୍ତୁ ତାର ଲାଞ୍ଜ ଗଳିଲାଣି କାହିଁକି।ଅର୍ଜୁନଙ୍କୁ ମଧ୍ୟ ଏହାର ଉତ୍ତର ଆସିଲାନି।ସେ କହିଲେ କି ଭୀମଙ୍କୁ ପଚାର। ସେହି ଅତିଥି ଜଣଙ୍କ ଭୀମଙ୍କୁ ପଚାରିଲେକି ଗୋଟେ ୭ବର୍ଷର ପିଲା ସରୁଆ ସୁତାରେ ଗୋଟେ ପର୍ବତକୁ କେମିତି ଟାଣିପାରିବ।

ଭୀମଙ୍କୁ ମଧ୍ୟ ଏହାର ଉତ୍ତର ଆସିଲାନି।ଏହାପରେ ୪ଭାଇ ଯାଇ ଯୁଧିଷ୍ଠିରଙ୍କୁ ଡାକିକି କହିଲେ କି ଜଣେ ଅତିଥି ଆସିକି ଏହିଭଳି ପ୍ରଶ୍ନ ପଚାରୁଛନ୍ତି।ଯୁଧିଷ୍ଠିର ବାହାରକୁ ଆସି ଦେଖିଲାବେଳକୁ କେହିନାହାନ୍ତି।ସେ ଜାଣିପାରିଲେ କି ସେ ବ୍ୟକ୍ତି ଜଣଙ୍କ କଳିଯୁଗ ଥିଲା ବୋଲି।ଏହାପରେ ସେ ପ୍ରଥମେ ସହଦେବ ପ୍ରଶ୍ନର ଉତ୍ତର ଦେଲେ।କହିଲେ କି ଯିଏ ରକ୍ଷକ ସିଏ ହିଁ ଭକ୍ଷକ ହୋଇଯିବ କଳିଯୁଗରେ।ଏହାପରେ ନକୁଳଙ୍କ ପ୍ରଶ୍ନର ଉତ୍ତର ଦେବାକୁ ଯାଇ ଯୁଧିଷ୍ଠିର କହିଲେକି ବାପା ମା ନିଜର ସବୁ ସ୍ନେହ ଦେଇ ପିଲାମାନଙ୍କୁ ବଡ କରନ୍ତି ହେଲେ ପିଲାମାନେ ବଡ ହେଲେ ସେତିକି ସ୍ନେହ ଦିଅନ୍ତିନି।

ଏହାପରେ ଅର୍ଜୁନଙ୍କୁ ଉତ୍ତର ଦେଲେ କି ବଡ଼ବଡ଼ ପାପ କାମକରି ଲୋକ ବଂଚିଯିବେ ହେଲେ ଛୋଟ କାମ କରି ମଣିଷ ଫସିଯିବ।ଭୀମଙ୍କ ପ୍ରଶ୍ନର ଉତ୍ତର ଦେବାକୁ ଯାଇ କହିଲେକି କଳିଯୁଗରେ କେବଳ ଭଗବାନଙ୍କ ଉପାସନା ଦ୍ୱାରା ହିଁ ମଣିଷ ବଂଚିପାରିବ।କଳ୍କୀ ଅବତାର ଦ୍ୱାରା ଭଗବାନ ନିଜେ ଅଧର୍ମୀ ପାପୀ ମାନଙ୍କ ସଂହାର କରିବେ।

ବନ୍ଧୁଗଣ ଯଦି ଆପଣଙ୍କୁ ଏହି ପୋଷ୍ଟ ଟି ଭଲ ଲାଗୁଛି ତେବେ ଏହାକୁ ସେୟାର୍ କରନ୍ତୁ ଏବଂ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରିବାକୁ ଆଦୌ ଭୁଲିବେ ନାହିଁ ,ଧନ୍ୟବାଦ।

Leave a Reply

Your email address will not be published. Required fields are marked *