ଗ୍ୟାସ ଭଳି ସମସ୍ୟା ସବୁଦିନ ପାଇଁ ଭଲ ହୋଇଯିବ I ବର୍ତ୍ତମାନ ସମୟରେ ପାଚନ କ୍ରିୟା ଠିକ ରୂପରେ କାମ ନ କରିବା କାରଣରୁ ଗ୍ୟାସ ସମସ୍ୟା ହେବା ସାଧାରଣ କଥା ହୋଇ ଯାଇଛି । ଗ୍ୟାସ କାରଣରୁ ବ୍ୟକ୍ତିକୁ ବିଭିନ୍ନ ପ୍ରକାରର ସମସ୍ୟାର ସାମ୍ନା ବି କରିବାକୁ ପଡିଥାଏ । ଗ୍ୟାସ ହେବା କାରଣରୁ ପେଟ ଫୁଲିବାର ସମସ୍ୟା, ଛାତିରେ ବ୍ୟଥା, ମୁଣ୍ଡ ବ୍ୟଥା, ବାନ୍ତି ଭଳି ଆହୁରି ବି କିଛି ସମସ୍ୟା ଦେଖା ଦେଇଥାଏ ।
ଏମିତିରେ ବ୍ୟକ୍ତି ଔଷଧର ସାହାରା ନେଇଥାଏ । କିନ୍ତୁ ଆପଣ କିଛି ଦେଶୀ ଉପାୟ ସାହାର୍ଯ୍ୟରେ ପେଟର ଗ୍ୟାସ ସମସ୍ୟାରୁ ମୁକ୍ତି ପାଇ ପାରିବେ । ତେବେ ଆସନ୍ତୁ ଜାଣିବା ସେହି ଉପାୟ ଗୁଡିକ ବିଷୟରେ ଯାହା ଆପଣଙ୍କର ଗ୍ୟାସ ସମସ୍ୟାକୁ ଦୂର କରି ଦେବ । ଯଦି ଆପଣ ଗ୍ୟାସ ସମସ୍ୟାରେ ପୀଡିତ ଅଛନ୍ତି ତେବେ ଆପଣ ସବୁଦିନ ଖାଲି ପେଟରେ ଏକ ଚାମଚ ବେକିଙ୍ଗ ସୋଢାରେ ଲେମ୍ବୁ ରସ ମିଶାଇ ପିଇବା ଉଚିତ ।
ଏହାକୁ ପିଇବା ମାତ୍ରେ ହିଁ ଗ୍ୟାସର ସମସ୍ୟାରୁ ମୁକ୍ତି ମିଳିଥାଏ ।ହେଙ୍ଗୁ ଖାଦ୍ୟରେ ସ୍ଵାଦ ବଢାଇ ଥାଏ । ଅନ୍ୟ ପଟେ ହେଙ୍ଗୁ ଗ୍ୟାସର ସମସ୍ୟାରେ ବି ବହୁତ ଲାଭଦାୟକ ଅଟେ । ଆପଣ ଏକ ଗ୍ଳାସ ଗରମ ପାଣିରେ ହେଙ୍ଗୁ ମିଶାଇ ସେବନ କରନ୍ତୁ । ଏହା ଦ୍ଵାରା ଆପଣଙ୍କର ଗ୍ୟାସ ସମସ୍ୟା ଦୂର ହୋଇଯିବ । ଦିନରେ ପାଖାପାଖି ଦୁଇ ରୁ ତିନି ଚାମଚ ହେଙ୍ଗୁର ପାଣି ପିଅନ୍ତୁ । ଗୋଲମରିଚ ବି ଗ୍ୟାସର ସମସ୍ୟାକୁ ଦୂର କରିଥାଏ । ଗୋଲମରିଚ ସେବନ କରିବା ଦ୍ଵାରା କେବଳ ଗ୍ୟାସ ସମସ୍ୟାରୁ ମୁକ୍ତି ନଥାଏ ଏହା ଛଡା ହଜମ ଶକ୍ତି ମଧ୍ୟ ବଢିଥାଏ ।
ପେଟରେ ଗ୍ୟାସ ସମସ୍ୟା ହେଲେ ଆପଣ କ୍ଷୀରରେ ଗୋଲମରିଚ ମିଶାଇ ପିଇ ପାରିବେ ।ରସୁଣ ସ୍ୱାସ୍ଥ୍ୟ ପାଇଁ ବହୁତ ଲାଭଦାୟକ ଅଟେ । ଗ୍ୟାସ ସମସ୍ୟାରେ ରସୁଣ ଖାଇବା ଦ୍ଵାରା ମଧ୍ୟ ବହୁତ ଲାଭ ମିଳିଥାଏ । ଯେତେବେଳେ ଆପଣଙ୍କ ପେଟରେ ଗ୍ୟାସର ସମସ୍ୟା ହେବ ତେବେ ସେହି ସମୟରେ ଆପଣ ରସୁଣକୁ ଜୀରା ଓ ଧନିଆ ସହିତ ପାଣିରେ ଗରମ କରି ନିଅନ୍ତୁ । ବର୍ତ୍ତମାନ ସବୁଦିନ ଦୁଇ ଥର ଏହାର ସେବନ କରିବା ଦ୍ଵାରା ଗ୍ୟାସର ସମସ୍ୟା ଦୂର ହୋଇଯିବ |
ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ ।ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ।