ବନ୍ଧୁଗଣ ଆଜିକୁ ଠିକ ବର୍ଷେ ତଳର ଏହି ଘଟଣାକୁ ନେଇ ସମସ୍ତଙ୍କ ଛାତିରେ ଛନକା ପଶିଥିଲା । ସେଦିନ ରାଜ୍ୟରେ ୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ, କିନ୍ତୁ ବିଶ୍ୱ ମହାମାରୀର ଆଶଙ୍କା ମାଡି ଆସୁଥିଲା । ବର୍ଷେ ପରେ ପୁଣି ଥରେ ଫେରିଛି ସେହି ଭୟ ।ସବୁଠୁ ଚିନ୍ତାଜନକ କଥା ହେଉଛି, ଭୁବନେଶ୍ୱରର ଜାଭିୟର ଇନଷ୍ଟିଚ୍ୟୁଟ୍ ଅଫ ମ୍ୟାନେଜମେଂଟ ର ୪୫ ଜଣ ଛାତ୍ରଛାତ୍ରୀ କରୋନା ସଂକ୍ରମିତ ହୋଇଛନ୍ତି ।
ନିକଟରେ ଏହି ଅନୁଷ୍ଠାନର କନଭୋକେସନ୍ ଉତ୍ସବ ଚାଲିଥିଲା, ରାଜ୍ୟ ବାହାରୁ ମଧ୍ୟ ଅନେକ ଛାତ୍ରଛାତ୍ରୀ ଭୁବନେଶ୍ୱର ଆସିଥିଲେ । ବିଏମସି କଂଟାକ୍ଟ ଟ୍ରେସିଂ କରୁଥିବା ବେଳେ କାହିଁକି ଏତେ ସଂଖ୍ୟକ କରୋନା ଆକ୍ରାନ୍ତ ଚିହ୍ନଟ ହେଲେ, କାରଣ ଖୋଜା ଚାଲିଛି । ତେବେ ଗୋଟିଏ ଇନଷ୍ଟିଚ୍ୟୁଟରୁ ଚିହ୍ନଟ ହେବା ପରେ ପ୍ରଶାସନର ଚିନ୍ତା ବଢ଼ିଯାଇଛି ଜାଭିୟର ଇନଷ୍ଟିଚ୍ୟୁଟ୍ ଅଫ ମ୍ୟାନେଜମେଂଟକୁ ସିଲ କରି ଦିଆଯାଇଛି । ଇନଷ୍ଟିଚ୍ୟୁଟ୍ ଭିତରକୁ ଓ ବାହାରକୁ ଯିବା ଆସିବା ବନ୍ଦ କରାଯାଇଛି ।
କେବଳ ବିଏମସିର ଅଧିକୃତ ଅଧିକାରୀ ଓ କର୍ମଚାରୀଙ୍କୁ ପ୍ରବେଶ ଅନୁମତି ମିଳିବ । ଜରୁରୀ ସାମଗ୍ରୀ ବିଏମସି ଦ୍ୱାରା ଯୋଗାଇ ଦିଆଯିବ । ଏହାରି ଭିତରେ ଇନଷ୍ଟିଚ୍ୟୁଟ୍ର ସମସ୍ତ କର୍ମଚାରୀ ଓ ଛାତ୍ରଛାତ୍ରୀଙ୍କ କରୋନା ପରୀକ୍ଷା କରାଯିବ । ପଜିଟିଭ ଚିହ୍ନଟ ହେଲେ ଗୋଟିଏ ହଷ୍ଟେଲର ନିର୍ଦ୍ଦିଷ୍ଟ ରୁମରେ ସଙ୍ଗରୋଧରେ ରଖାଯିବ । ଖାଦ୍ୟ ଓ ଅନ୍ୟାନ୍ୟ ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଇ ଦେବାକୁ ବ୍ୟବସ୍ଥା କରିବେ ଇନଷ୍ଟିଚ୍ୟୁଟ୍ କର୍ତୃପକ୍ଷ ।
ଔଷଧ କିମ୍ବା ଅନ୍ୟ ସ୍ୱାସ୍ଥ୍ୟ ସେବା ପାଇଁ ଇନଷ୍ଟିଚ୍ୟୁଟ୍ କର୍ତୃପକ୍ଷ, ବିଏମସି ହେଲ୍ପଲାଇନ ନମ୍ବରରେ ଯୋଗାଯୋଗ କରିପାରିବେ ବୋଲି ନିର୍ଦ୍ଦେଶ ରହିଛି ।କରୋନା ଚିହ୍ନଟ ପରେ କଟକଣା ଜାଭିୟର ଇନଷ୍ଟିଚ୍ୟୁଟ୍ ଅଫ ମ୍ୟାନେଜମେଂଟକୁ ସିଲ ଇନଷ୍ଟିଚ୍ୟୁଟକୁ ଯିବା ଆସିବା ବନ୍ଦ ଯୋଗାଇ ଦିଆଯିବ ଜରୁରୀ ସାମଗ୍ରୀ ଓ ଔଷଧ ସମସ୍ତ କର୍ମଚାରୀ ଓ ଛାତ୍ରଛାତ୍ରୀଙ୍କ କରାଯିବ କରୋନା ପରୀକ୍ଷା ଏତେ ସଂଖ୍ୟକ ସଂକ୍ରମିତ ଚିହ୍ନଟ ହେବା ପରେ ସ୍ୱାସ୍ଥ୍ୟ ସଚିବ, ସ୍ୱତନ୍ତ୍ର ରିଲିଫ କମିସନର ଏବଂ ଡିଏମଇଟି କରୋନା ମୁକାବିଲା ନେଇ ଆଲୋଚନା କରିଛନ୍ତି ।
କରୋନ ସଂପର୍କୀତ ଗାଇଡନାଇନ୍କୁ କିଭଳି କଡାକଡି ଭାବେ ପାଳନ କରାଯିବ, କିଭଳି ସଂକ୍ରମଣକୁ ନିୟନ୍ତ୍ରଣ କରାଯିବ ସେନେଇ ଭିଡିଓ କନ୍ଫରେନ୍ସିଂ ଜରିଆରେ ସମସ୍ତ ଜିଲ୍ଲାର ଜିଲ୍ଲାପାଳଙ୍କ ସହ ଆଲୋଚନା କରାଯାଇଛି । ଏବଂ ଗାଇଡଲାଇନ୍କୁ କଡ଼ାକଡ଼ି ପାଳନ କରିବା ପାଇଁ ଏସପିଙ୍କୁ ନିର୍ଦେଶ ଦିଆଯାଇଛି ।ସେପଟେ ଭୁବନେଶ୍ୱର ଉପକଣ୍ଠ ଗଙ୍ଗପଡ଼ା ସ୍ଥିତ ଏକ ଘରୋଇ ଇଂଜିନିୟରିଂ କଲେଜରେ ମଧ୍ୟ ଏକାଧିକ ଛାତ୍ରଛାତ୍ରୀ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ସୂଚନା ମିଳୁଛି ।
ଏବଂ ଆହୁରି ଅନେକ ଜଣ ଥଣ୍ଡା ଜ୍ୱରରେ ଆକ୍ରାନ୍ତ ହୋଇଥିବା ଜଣାପଡିଛି । ତେବେ କଲେଜ କର୍ତୃପକ୍ଷ ସେମାନଙ୍କୁ ହଷ୍ଟେଲ ଛାଡି ଘରକୁ ଚାଲିଯିବାକୁ କହୁଛନ୍ତି । ଏ ନେଇ ସ୍ଥାନୀୟ ପ୍ରଶାସନ ତୁରନ୍ତ ପଦକ୍ଷେପ ନେବାକୁ ଦାବି ହେଉଛି । ଆମର ଉଦ୍ଦେଶ୍ୟ ଏଠାରେ ଜ୍ଞାନ ବୃଦ୍ଧି କରିବା ପାଇଁ, ଏଠାରେ ଆମେ ଅମୂଲ୍ୟ ଚିନ୍ତାଧାରା, ଓଡ଼ିଆ ଖବର, ସ୍ୱାସ୍ଥ୍ୟ ଟିପ୍ସ, ପ୍ରେରଣାଦାୟକ ଭକ୍ତି ଓଡ଼ିଆ ବିଚାର, ମୂଲ୍ୟବାନ ସୂଚନା ଏବଂ ଆକର୍ଷଣୀୟ ଖବର ସୂଚନା ମାଧ୍ୟମରେ ଜ୍ଞାନ ବୃଦ୍ଧି କରିବାକୁ ଚେଷ୍ଟା କରୁଛନ୍ତି। ଯଦି ଆପଣ ଏଥିରେ କୌଣସି ଭୁଲ ଦେଖନ୍ତି, ତୁରନ୍ତ ଆମକୁ ଜଣାନ୍ତୁ ଏବଂ ଆମେ ଏହାକୁ ଅପଡେଟ୍ କରିବୁ। ଆମକୁ ଲାଇକ ଏବଂ ଫଲୋ କରିବାକୁ ଆଦୌ ଭୁଲନ୍ତୁ ନାହିଁ। ତଳେ ନିଶ୍ଚୟ ଲାଇକ୍ କରନ୍ତୁ। ଧନ୍ୟବାଦ।