Wednesday, December 01, 2021
rain

ବଙ୍ଗୋପସାଗର ରେ ସୃଷ୍ଟି ହେଲା ଘୁର୍ଣ୍ଣିବଳୟ ୨୯ରୁ ହେବ ପ୍ରବଳ ବର୍ଷା |

NEWS

ଆସନ୍ତା ୨୯ତାରିଖରେ ବଙ୍ଗୋପସାଗରରେ ସୃଷ୍ଟି ହେବାକୁ ଯାଉଛି ଏକ ବଡ ଘୁର୍ଣ୍ଣି ବଳୟ | ଯାହା ଫଳରେ ୨୯ ତାରିଖ ଠାରୁ ରାଜ୍ୟରେ ଅନେକ ଜିଲ୍ଲା ରେ ପ୍ରବଳରୁ ଅତି ପ୍ରବଳ ମାତ୍ରାରେ ବର୍ଷା ହେବାର ସମ୍ଭାବନା ରହିଛି।ରାଜ୍ୟରେ ପାରଦ ୪୦ଡିଗ୍ରୀ ଅତିକ୍ରମ କରିଥିବା ବେଳେ ସବୁଠାରୁ ଉତ୍ତପ୍ତ ସହର ବୌଦ୍ଧ ଜିଲ୍ଲା ପାଲଟିଛି। ରାଜ୍ୟରେ ସର୍ବାଧିକ ତାପମାତ୍ରା ୪୧ଡିଗ୍ରୀ ରେକର୍ଡ ହୋଇଥିବା ବେଳେ ରାଜଧାନୀ ଭୁବନେଶ୍ବର ର ତାପମାତ୍ରା ୪୦.୨ଡିଗ୍ରୀ ରେକର୍ଡ ହୋଇଥିଲା। ଏଥି ସହ କଟକ, ଅନୁଗୁଳ, ବାରିପଦା,ସମ୍ବଲପୁର, ହୀରାକୁଦ, ଭବାନୀପାଟଣା, ଟିଟିଲାଗଡ଼ ,

 

rainn

ମାଲକାନଗିରି ଓ ନୟାଗଡ଼ ଆଦି ଜିଲ୍ଲା ରେ ତାପମାତ୍ରା ୩୯ଡିଗ୍ରୀ ଉପରେ ରହିଛି। ଆସନ୍ତା ପାଞ୍ଚ ଦିନ ପର୍ଯ୍ୟନ୍ତ ରାଜ୍ୟରେ ଏହିଭଳି ତାପମାତ୍ରା ଜାରି ରହିବା ସହିତ କିଛି ସ୍ଥାନରେ ତାପମାତ୍ରା ରେ ଆହୁରି ବୃଦ୍ଧି ପାଇବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି। ପାଣିପାଗ ବିଶେଷଜ୍ଞ ସୁରେନ୍ଦ୍ରନାଥ ପଶୁପାଳକ ଆସନ୍ତା ୨୯ ତାରିଖରେ ଉପକୂଳ ଓଡିଶାରେ ବର୍ଷା ହେବ ବୋଲି କହିଛନ୍ତି। ୨୯ରୁ ୩୧ତାରିଖରେ ସମଗ୍ର ଉପକୂଳ ଓଡିଶାରେ ଭଲ ବର୍ଷାର ସମ୍ଭାବନା ରହିଛି। ଭୁବନେଶ୍ୱର ରେ ସର୍ବାଧିକ ତାପମାତ୍ରା ୨୪ତାରିଖରେ ୪୧ଡିଗ୍ରୀ ପାଖାପାଖି ରହିବ ବୋଲି ଆକଳନ କରାଯାଇଛି।

୨୬ ତାରିଖରେ ୪୨ଡିଗ୍ରୀ ପାଖାପାଖି ରହିପାରେ। ୨୮ତାରିଖ ପରେ ବାୟୁର ଦିଗ ପରିବର୍ତ୍ତନ ଯୋଗୁ ଉପକୂଳରେ ମେଘୁଆ ପାଗ ଓ ତାପମାତ୍ରା ରେ ହ୍ରାସ ସହିତ ବର୍ଷା ହେବା ପାଇଁ ପାଗ ଅନୁକୂଳ ରହିବ। ଆସନ୍ତା ୨୯ ତାରିଖରେ ଓଡିଶା ଓ ଏହାର ଆଖପାଖ ଉତ୍ତର ବଙ୍ଗୋପସାଗରରେ ଏକ ଘୁର୍ଣ୍ଣି ବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହା ଫଳରେ ଆସନ୍ତା ୨୯ତାରିଖରୁ ୩୧ ତାରିଖ ପର୍ଯ୍ୟନ୍ତ ଓଡ଼ିଶାର ପ୍ରତ୍ୟେକ ଜିଲ୍ଲା ରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ୩୦ ତାରିଖରେ ସବୁଠାରୁ ଅଧିକ ବର୍ଷା ଓ ବାଲେଶ୍ୱରରେ ସବୁଠାରୁ କମ ବର୍ଷା ହୋଇପାରେ। ବଙ୍ଗୋପସାଗରରେ ସୃଷ୍ଟି ହେବାକୁ ଥିବା ଘୁର୍ଣ୍ଣି ବଳୟ ଆଗକୁ ଘୁର୍ଣ୍ଣି ଝଡ ର ରୂପ ନେଇପାରେ ବୋଲି ମଧ୍ୟ ଆଶଙ୍କା କରାଯାଇଛି। ଫଳରେ ଓଡ଼ିଶାରେ କାଳବୈଶାଖୀର ମଧ୍ୟ ସମ୍ଭାବନା ଅଧିକ ରହିଛି। ଆସନ୍ତା ୨୯ ତାରିଖରୁ ବର୍ଷା ହେବାର ସମ୍ଭାବନା ଅଧିକ ଥିବାରୁ ଅନେକ ଜିଲ୍ଲା କୁ ମଧ୍ୟ ସର୍ତକ ସୂଚନା ମଧ୍ୟ ଜାରି କରାଯାଇଛି ।

cyy

ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ର ଖବର ଆପଣଙ୍କ ପାଇଁ ନେଇ ଆସିବୁ ।ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ।

Leave a Reply

Your email address will not be published. Required fields are marked *