ନିକଟରେ ପ୍ରସିଦ୍ଧ ଅଭିନେତ୍ରୀ ଆହାନା ଚର୍ଚ୍ଚାର ବିଷୟ ପାଲଟିଥିଲେ | କାରଣ ଥିଲା ନିଜ ଲଭ ରିଲେସନ, ଆଜ୍ଞା ହଁ ପପୁଲାର ଓଡ଼ିଆ ଅଭିନେତ୍ରୀ ଆହାନା ନିକଟରେ ରାକେଶଙ୍କ ସହ ରିଲେସନରେ ଥିବା ନିଜ ସୋସିଆଲ ମିଡ଼ିଆ ଆକାଉଣ୍ଟରେ ସେୟାର କରିଥିଲେ ଏବଂ ରାକେଶ ମଧ୍ୟ ନିଜ ସୋସିଆଲ ମିଡ଼ିଆ ଆକାଉଣ୍ଟରେ ଅନେଇ ପ୍ରକାଶ କରିଥିଲେ |ଏହାର କିଛି ଦିନ ପରେ ଆହାନା ଏବଂ ରାକେଶ ନିର୍ବନ୍ଧ କରିଥିଲେ, ଯାହାର ଫୋଟ ଏବଂ ଭିଡ଼ିଓ ମଧ୍ୟ ବହୁ ଭାଇରାଲ ହୋଇଥିଲା | ଆହାନା ଜଣେ ଲୋକପ୍ରିୟ ସେଲିବ୍ରେଟି ହୋଇଥିବା କାରଣରୁ ଲୋକଙ୍କ ନଜର ତାଙ୍କ ଉପରେ ଥାଏ ତେବେ ଆହାନା ନିଜ ନିର୍ବନ୍ଧ ଏବଂ ରିଲେସନସିପ ବିଷୟରେ ପ୍ରକାଶ କରି ସମସ୍ତଙ୍କୁ ଝଟକା ଦେଇଥିଲେ |
ଆହାନା ଅନେକ ସିରିଏଲ ଆଲବମରେ ଅଭିନୟ କରିଛନ୍ତି ଏହା ବ୍ୟତୀତ ବ୍ଲାକମେଲ,ଭୈରବ ଭଳି ଦୁଇଟି ହିଟ୍ ମୁଭି ରେ ସେ ସାଇଡ ହିରୋଇନ୍ ଭାବରେ ଅଭିନୟ କରିଥିଲେ ଓ ନିଜ ଅଭିନୟ ମାଧ୍ୟମ ରେ ଲୋକ ମାନଙ୍କ ହୃଦୟ କୁ ଜିତିଥିଲେ ।ଗତ କାଲି ରାତିରେ ସେ ନିଜ ପ୍ରେମିକ ରାକେଶ ଙ୍କ ସହିତ ବିବାହ ବନ୍ଧନ ରେ ବାନ୍ଧି ହୋଇଛନ୍ତି।
ତେବେ ବିବାହ ପରେ ମଧ୍ୟ ଆହାନା ଫିଲ୍ମ୍ ଜଗତ ରେ ନଜର ଆସିବେ ବୋଲି ନିଜ ଫ୍ୟାନ ମାନଙ୍କୁ କହିଛନ୍ତି | ତେବେ ଆହାନା ହିରୋଇନ୍ ଭାବରେ ଖୁବ୍ ଭଲ ଅଭିନୟ କରନ୍ତି ଓ ସେ ନିଜର ଅଭିନୟ ର ଦକ୍ଷତା ଫିଲ୍ମ ବ୍ଲାକମେଲ୍ ଓ ଭୈରବ ରେ ଦେଖାଇଛନ୍ତି । ସେ ରୂପରେ ଯେତେ ସୁନ୍ଦର ତାଙ୍କ ଅଭିନୟ ମଧ୍ୟ ସେହିଭଳି ଖୁବ୍ ସୁନ୍ଦର ।ବର୍ତ୍ତମାନ ତାଙ୍କ ବିବାହ ଫୋଟ ସୋସିଆଲ ମିଡ଼ିଆରେ ଭାଇରଲ ହେଉଛି, ଲୋକେ ନିଜ ପ୍ରିୟ ଅଭିନେତ୍ରୀଙ୍କୁ ଶୁଭେଚ୍ଛା ଜଣାଉଛନ୍ତି |
ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ର ଖବର ଆପଣଙ୍କ ପାଇଁ ନେଇ ଆସିବୁ ।ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ।