ବନ୍ଧୁଗଣ ଏହି ଦୁନିଆର ଅଧିକାଂଶ ଲୋକଙ୍କର କେଶ ଜନିତ ସମସ୍ଯା ଦେଖାଯାଉଛି । ସାଧାରଣତଃ ସେମାନଙ୍କର କେଶ ଝଡିବା, କେଶ ରୁଖା ହୋଇଯିବା ଓ କେଶ ଧଳା ହୋଇଯିବା ଆଦି ସମସ୍ଯା ଦେଖାଯାଇଥାଏ । ଏଥିପାଇଁ କେତେକ ଲୋକ ମାର୍କେଟରୁ ମିଳୁଥିବା ବିଭିନ୍ନ ତେଲ ଓ ସାମ୍ପୁର ବ୍ୟବହାର କରିଥାନ୍ତି, ହେଲେ ବନ୍ଧୁଗଣ ଏହି ସମସ୍ତ ଜିନିଷରେ କେମିକାଲ ଥାଏ ଯାହା ଆପଣଙ୍କ କେଶକୁ ଅଧିକ ଡ୍ୟାମେଜ କରିଥାଏ ।କିନ୍ତୁ ବନ୍ଧୁଗଣ ଚିନ୍ତା କରିବାର କୌଣସି ଆବଶ୍ୟକତା ନାହିଁ, କାରଣ ଆଜିଆମେ ଆପଣ ମାନଙ୍କ ପାଇଁ ଏପରି ଏକ ଉପାୟ ନେଇ ଆସିଛୁ ଯାହାକୁ ବ୍ୟବହାର କରି ଆପଣ କେଶ ଝଡିବା, କେଶ ରୁଖା ହେବା ଓ କେଶ ଧଳା ହେବା ଆଦି ସମସ୍ତ ସମସ୍ଯାକୁ ଦୂର କରିପାରିବେ ।
ବନ୍ଧୁଗଣ ଏହି ରେମେଡିକୁ ବ୍ୟବହାର କରିଲେ ଆପଣଙ୍କ କେଶ ଜଡରୁ ମଝବୁତ ହେବା ସହିତ ସଂପୂର୍ଣ୍ଣ କଳା ଓ ସୁନ୍ଦର ରହିବ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଆମର ଏହି ରେମେଡି ବିଷୟରେ ବନ୍ଧୁଗଣ ଆମର ଏହି ଉପାୟ ପାଇଁ ସର୍ବ ପ୍ରଥମେ ଆପଣ ଗ୍ଯାସ ଚୁଲା ଉପରେ ଏକ ପାତ୍ର ରଖନ୍ତୁ ଓ ଏଥିରେ ୧୦୦ ଗ୍ରାମ ସୋରିଷ ତେଲ ପକାନ୍ତୁ । ବନ୍ଧୁଗଣ ସୋରିଷ ତେଲ ବହୁତ ପୁରାତନ କାଳରୁ ଆମ କେଶ ଜନିତ ସମସ୍ତ ସମସ୍ଯାକୁ ଦୂର କରିବା ପାଇଁ ସହାୟକ ହୋଇଥାଏ । ବନ୍ଧୁଗଣ ତେଲକୁ ଗରମ କରନ୍ତୁ ଓ ଏହାପରେ ଆପଣ ଏହି ତେଲରେ ଦୁଇ ଚାମଚ କଳା ଜୀରା ପକାଇ ଦିଅନ୍ତୁ । ବନ୍ଧୁଗଣ କଳା ଜୀରା ଆମ କେଶକୁ କଳା ଓ ଘନ କରିବା ପାଇଁ ବହୁତ ଅଧିକ ସହାୟକ ହୋଇଥାଏ ।ଏହାପରେ ଆପଣ ଏହି ମିଶ୍ରଣରେ ଦୁଇ ଚାମଚ ମେଥିଦାନାର ପ୍ରୟୋଗ କରନ୍ତୁ ।
ବନ୍ଧୁଗଣ ମେଥିଦାନା ଆମ କେଶକୁ ଜଡରୁ ମଝବୁତ କରିବା ସହିତ କେଶ ଜନିତ ସମସ୍ତ ସମସ୍ଯାକୁ ଦୂର କରିବା ପାଇଁ ବହୁତ ଲାଭଦାୟକ ହୋଇଥାଏ । ଏହାପରେ ଆପଣ ଏହି ମିଶ୍ରଣକୁ ୧ ମିନିଟ ପର୍ଯ୍ୟନ୍ତ ଗରମ କରନ୍ତୁ ଓ ଶେଷରେ ଏଥିରେ ଦୁଇ ଚାମଚ ମେହେନ୍ଦି ଗୁଣ୍ଡର ପ୍ରୟୋଗ କରନ୍ତୁ ।ଯଦି ଆପଣଙ୍କ ପାଖରେ ମେହେନ୍ଦି ଗୁଣ୍ଡ ନାହିଁ ତାହାଲେ ଆପଣ ମେହେନ୍ଦି ପତ୍ରର ରସ ମଧ୍ୟ ନେଇ ପାରିବେ । ବନ୍ଧୁଗଣ ମେହେନ୍ଦି ଆମ କେଶ ପାଇଁ ବହୁତ ଅଧିକ ଲାଭଦାୟକ ଅଟେ । ବର୍ତ୍ତମାନ ଆପଣ ଗ୍ଯାସକୁ ମିଡିଅମ କରିଦିଅନ୍ତୁ ଓ ୫ ମିନିଟ ପର୍ଯ୍ୟନ୍ତ ଏହାକୁ ଗରମ କରନ୍ତୁ । ୫ ମିନିଟ ଗରମ କରିବା ପରେ ଆପଣ ଗ୍ଯାସକୁ ବନ୍ଦ କରିଦିଅନ୍ତୁ ଓ ୧ ଘଣ୍ଟା ପର୍ଯ୍ୟନ୍ତ ଏହାକୁ ଥଣ୍ଡା ହେବା ପାଇଁ ଛାଡି ଦିଅନ୍ତୁ ।
ବନ୍ଧୁଗଣ ୧ ଘଣ୍ଟା ପରେ ଆପଣ ଏକ ଛଣା ସାହାର୍ଯ୍ୟରେ ଏହାକୁ ଭଲ ଭାବରେ ଛାଣି ଦିଅନ୍ତୁ । ବନ୍ଧୁଗଣ ଏହି ତେଲକୁ ଆପଣ କେବଳ ରାତିରେ ଶୋଇବା ପୂର୍ବରୁ ଲଗାଇ ଦିଅନ୍ତୁ ଓ ସଖାଳ ହେବା ପରେ ଆପଣ କୌଣସି ଆୟୁର୍ବେଦିକ ସାମ୍ପୁ ସାହାର୍ଯ୍ୟରେ କେଶକୁ ଧୋଇ ଦିଅନ୍ତୁ । ବନ୍ଧୁଗଣ ଆପଣ ଏହି ଉପାୟକୁ ସପ୍ତାହକୁ ୩ ଥର ନିଶ୍ଚୟ କରନ୍ତୁ । ଦେଖିବେ ୧ ମାସ ମଧ୍ୟରେ ଆପଣଙ୍କ କେଶ ଜନିତ ସମସ୍ତ ସମସ୍ଯା ଦୂର ହୋଇଯିବ ।
ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ର ଖବର ଆପଣଙ୍କ ପାଇଁ ନେଇ ଆସିବୁ ।ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ।