pitala

ଜାଣନ୍ତୁ ପିତଳ ବାସନ ରେ ଭୋଜନ କରିବାର ଲାଭ ବିଷୟରେ, ଘଟିଥାଏ ଏହି ଚମତ୍କାର |

FACT

ନମସ୍କାର ବନ୍ଧୁଗଣ, ଆପଣଙ୍କୁ ଆମ ୱେବପୋର୍ଟାଲ ରେ ସ୍ୱାଗତ। ବନ୍ଧୁଗଣ, ପିତ୍ତଳ ବାସନ ଓ ପାତ୍ର ଘରେ ରଖିବା ଖୁବ ଶୁଭ ବୋଲି ମାନ୍ୟତା ରହିଛି। ଉତ୍ତମ ସ୍ୱାସ୍ଥ୍ୟ ଦୃଷ୍ଟି କୋଣରୁ ପିତ୍ତଳ ପାତ୍ରରେ ପ୍ରସ୍ତୁତ ଭୋଜନ ସ୍ୱାଦିଷ୍ଟ ହେବା ସହ ସ୍ୱାସ୍ଥ୍ୟ ପାଇଁ ଖୁବ ହିତକାରକ। ଏହା ଶରୀରକୁ ଆରୋଗ୍ୟ ରଖିବା ସହ ଆବଶ୍ୟକ ପରିମାଣରେ ଶକ୍ତି ପ୍ରଦାନ କରିଥାଏ। ଅନ୍ୟ ବାସନ ତୁଳନାରେ ଏହି ବାସନ ଖୁବ ଶକ୍ତ।

pitalala

ପିତ୍ତଳ କଳସରେ ରଖାଯାଇଥିବା ଜଳ ଶରୀରକୁ ଖୁବ ଶକ୍ତି ପ୍ରଦାନ କରିବା ସହ ସୁସ୍ଥ ରଖିବାରେ ବେଶ ସହାୟକ ହୋଇଥାଏ। ପିତ୍ତଳ ବାସନ ମଧ୍ୟରେ ଥାଳି, ପାତ୍ର,ଗ୍ଲାସ, ଲୋଟା, ଦେବାଦେବୀଙ୍କ ମୂର୍ତ୍ତି, ସିଂହାସନ, ଘଣ୍ଟ, ବିଭିନ୍ନ ବାଦ୍ୟଯନ୍ତ୍ର ଆଦି ରହିଛି। ଜାଣନ୍ତୁ ପିତ୍ତଳ ବାସନ ସହ ଜଡିତ କିଛି ସରଳ ଉପାୟ ବିଷୟରେ।

ଭାଗ୍ୟରେ ସୁପରିବର୍ତ୍ତନ ପାଇଁ ପିତ୍ତଳର ଏକ ପାତ୍ରରେ ଚଣା ବତୁରାଇ ରାତି ସାରା ନିଜ ମୁଣ୍ଡରେ ନିକଟରେ ରଖନ୍ତୁ। ସକାଳେ ଏହି ଚଣାରେ କିଛି ଗୁଡ ମିଶାଇ ଗାଈଙ୍କୁ ଖାଇବାକୁ ଦିଅନ୍ତୁ।ଧନସମ୍ପତ୍ତି ବୃଦ୍ଧି ଓ ଧନର ଅଭାବ ଦୂର ପାଇଁ ପୂର୍ଣ୍ଣିମା ଦିନ କଳସରେ ଦେଶୀ ଘିଅ ଭଗବାନ ଶ୍ରୀକୃଷ୍ଣଙ୍କ ନିକଟରେ ଅର୍ପଣ କରିବା ପରେ ସେହି ଘିଅକୁ ଅସହାୟଙ୍କୁ ଦାନ କରନ୍ତୁ।

ମା’ଲକ୍ଷ୍ମୀଙ୍କ ବିଶେଷ କୃପା ପ୍ରାପ୍ତି ପାଇଁ ବୈଭବ ଲକ୍ଷ୍ମୀଙ୍କୁ ପୂଜାର୍ଚ୍ଚନା କରିବା ସହ ପିତ୍ତଳର ଦୀପରେ ଶୁଦ୍ଧ ଘିଅ ବ୍ୟବହାର କରି ମା’ଙ୍କ ନିକଟରେ ଦୀପ ଲଗାନ୍ତୁ। ଦୁର୍ଭାଗ୍ୟରୁ ମୁକ୍ତି ପାଇବା ପାଇଁ ପିତ୍ତଳର ଏକ ପାତ୍ରରେ ଦହି ଭର୍ତ୍ତି କରି ଉକ୍ତ ଦହି ପାତ୍ର ସହ ଅଶ୍ୱତ୍ଥ ବୃକ୍ଷ ନିକଟରେ ରଖନ୍ତୁ।ସୌଭାଗ୍ୟ ପ୍ରାପ୍ତି ପାଇଁ ପିତ୍ତଳର କଳସରେ ଚଣାଡାଲି ଭର୍ତ୍ତି କରି ଭଗବାନ ବିଷ୍ଣୁଙ୍କୁ ମନ୍ଦିରରେ ଅର୍ପଣ କରନ୍ତୁ।

dipa

ତେବେ ବନ୍ଧୁଗଣ ଆମେ ଆଶା କରୁଅଛୁ ଯେ ଆପଣଙ୍କୁ ଏହି ପୋଷ୍ଟ ଟି ପସନ୍ଦ ଆସିଥିବ। ତେବେ ଏହାକୁ ସେୟାର୍ କରି ଅଧିକରୁ ଅଧିକ ଲୋକଙ୍କ ନିକଟରେ ପହଞ୍ଚାଇବାକୁ ଚେଷ୍ଟା କରନ୍ତୁ।ଏଭଳି ଅଧିକ ସୂଚନା ପାଇଁ ଆମକୁ ଲାଇକ ଏବଂ ଫଲୋ ନିଶ୍ଚିତ କରନ୍ତୁ।ଧନ୍ୟବାଦ।

Leave a Reply

Your email address will not be published. Required fields are marked *