ltnit

ବିଳମ୍ବିତ ରାତିର ଶଯ୍ୟା କୁ ଯାଉଥିଲେ ସତର୍କ ରହନ୍ତୁ, ଏହି ସବୁ ରୋଗ ମାଡ଼ି ଆସିବ।

HEALTH

ହାଲୋ ହାଏ ଆପଣମାନଙ୍କୁ ଆମର ଏହି ଓଡ଼ିଆ ପୋର୍ଟାଲକୁ ସ୍ୱାଗତ ଜଣାଉଛୁ ପୁଣି ଏକ ନୂଆ ଟପିକ ସହିତ ଆଶା କରୁଛି ଆପଣମାନେ ସମସ୍ତେ ଭଲରେ ଥିବେ ତେବେ ଚାଲନ୍ତୁ ଜାଣିବା ଆଜିର ଏହି ଟପିକ। ବନ୍ଧୁଗଣ ଅନେକ ଲୋକ ବିଳମ୍ବିତ ରାତିରେ ଶୋଉଥିବାର ଶୁଣିବାକୁ ମିଳେ ଏ ସଂପର୍କରେ ଗବେଷଣା କରି କୋଲୋରାଡୋ-ବୋଲଡର ବିଶ୍ୱବିଦ୍ୟାଳୟର ନିର୍ଦ୍ଦେଶକ ତଥା ଲେଖକ ସେଲିନ୍ ବେଟର କହିଛନ୍ତି ଯେ ଯେଉଁମାନେ ବିଳମ୍ବିତ ରାତିରେ ଶୋଉଛନ୍ତି , ସେମାନଙ୍କଠାରେ ମାନସିକ ଅବସାଦର ଆଶଙ୍କା ଅଧିକ, ଭୋର୍ରୁ ଉଠିବା ଲାଭଦାୟକ।

sleep

ସେ ନିଜର ଗବେଷଣାରୁ ଜାଣିପାରିଛନ୍ତି ଯେ, ସକାଳୁ ଉଠୁଥିବା ଲୋକଙ୍କଠାରେ ମାନସିକ ଅବସାଦ ବା ଡିପ୍ରେସନ୍ ହେବାର ଆଶଙ୍କା କମ୍ ଥାଏ , ଯେଉଁମାନେ ଅନିୟମିତ ଶୈଳୀରେ ଶୟନ କରୁଛନ୍ତି, ସେମାନଙ୍କଠାରେ ବି ମାନସିକ ଅବସାଦର ଆଶଙ୍କା ରହିଛି।ଏହି ଗବେଷଣାର ସନ୍ଦର୍ଭ ‘ସାଇକିଆଟ୍ରିକ୍ ରିସର୍ଚ୍ଚ’ ପତ୍ରିକାରେ ପ୍ରକାଶିତ ହୋଇଛି। ଏହି ଗବେଷଣାରେ ୩୨ ହଜାର ମହିଳାମାନଙ୍କୁ ସାମିଲ୍ କରାଯାଇଥିଲା। ଏମାନଙ୍କ ମଧ୍ୟରୁ କେତେକ ଠିକ୍ ସମୟରେ ଶୋଉନଥିବା ମହିଳା ଓ କେତେକ ବଡ଼ିଭୋର୍ରୁ ଉଠୁଥିବା ମହିଳା ଥିଲେ। ଏମାନଙ୍କୁ ୨୪ ଘଣ୍ଟା ଯାଏଁ ପରୀକ୍ଷଣ ଭିତରେ ରଖାଯାଇ ଗବେଷଣା କରାଯାଇଥିଲା।

sleepp

ଅବଶେଷରେ ଜଣାପଡିଥିଲା ଯେ, ଯେଉଁମାନେ ବଡିଭୋରୁ ଉଠନ୍ତି ସେମାନେ ମାନସିକ ଅବସାଦଗ୍ରସ୍ତ ହୋଇନଥାନ୍ତି। ଏଥିଲାଗି ଅନେକ ସମୟରେ ସମସ୍ତଙ୍କୁ ସକାଳୁ ଉଠିବା ଲାଗି ପରାମର୍ଶ ଦିଆଯାଇଥାଏ। ମୁ ଆଶା କରୁଛି ଆମର ଏହି ଖବରଟି ଆପଣଙ୍କୁ ଭଲ ଲାଗିଥିବ ଯଦି ଟିକିଏ ଭଲ ଲାଗିଥାଏ ଆମକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ଏବଂ ତଳ ପେଜରେ ଲାଇକଟିଏ କରିଦିଅନ୍ତୁ ଧନ୍ୟବାଦ।

Leave a Reply

Your email address will not be published. Required fields are marked *