Friday, May 14, 2021
khadyaa

ଭୂଲରେ ମଧ୍ୟ ଦ୍ୱିତୀୟ ଥର ଗରମ କରି ଖାଆନ୍ତୁ ନାହିଁ ଏହି ଖାଦ୍ୟ,ନଚେତ ହେବ ସମସ୍ୟା |

HEALTH

ନମସ୍କାର ବନ୍ଧୁଗଣ ଆପଣଙ୍କୁ ଆମ ୱେବପୋର୍ଟାଲ ରେ ସ୍ୱାଗତ।ବ୍ୟସ୍ତବହୁଳ ଜୀବନଶୈଳୀ ଯୋଗୁଁ ଲୋକଙ୍କ ଖାଇବା ପିଇବା ଅଭ୍ୟାସ ବହୁତ ବଦଳି ଯାଇଛି। ସେଥିପାଇଁ ଲୋକେ ଏକାଥରେ ଅଧିକ ରୋଷେଇ କରିଦେଇ ତାକୁ ଦୁଇ ତିନି ଥର ଗରମ କରି ଖାଉଛନ୍ତି। ଲୋକେ ଭାବନ୍ତି ଫ୍ରିଜରେ ରଖାଯାଇଥିବା ଖାଦ୍ୟ ଖରାପ ହୁଏନାହିଁ। କିନ୍ତୁ ଖାଦ୍ୟ ଖରାପ ନ ହେଲେ ବି ଏହା ସ୍ୱାସ୍ଥ୍ୟ ପାଇଁ ହାନିକାରକ। ସେଥିପାଇଁ କୌଣସି ବି ଜିନିଷ ବାସି ଖାଇବା ଉଚିତ ନୁହେଁ। କିନ୍ତୁ କିଛି ଜିନିଷ ଭୁଲରେ ବି ବାସି ଖାଇବା ଉଚିତ ନୁହେଁ। ଏହିଭଳି ଜିନିଷ ବାସି ଖାଇଲେ ସ୍ୱାସ୍ଥ୍ୟ ସମସ୍ୟା ଦେଖା ଦେଇଥାଏ। ତାଛଡା ଝାଡା, ବାନ୍ତି, ପେଟରେ ଯନ୍ତ୍ରଣା ଆଦି ମଧ୍ୟ ହୋଇଥାଏ। କେଉଁ କେଉଁ ଜିନିଷ ବାସି ଖାଇବା ଉଚିତ ନୁହେଁ ଜାଣନ୍ତୁ :

ଆଳୁ – ଆଳୁରେ ତିଆରି କୌଣସି ବ୍ୟଞ୍ଜନ କେବେ ବି ବାସି ଖାଇବା ଉଚିତ ନୁହେଁ। ଏପରିକି ତାକୁ ପୁଣି ଗରମ କରି ବି ଖାଇବା କଥା ନୁହେଁ। ଆଳୁକୁ ବାସି ଖାଇଲେ କିମ୍ବା ପୁଣି ଗରମ କରି ଖାଇଲେ ତାର ପୋଷାକ ତତ୍ତ୍ୱ ନଷ୍ଟ ହୋଇଯାଇଥାଏ। ଏହା ଶରୀରର ପାଚନ କ୍ରିୟା ଉପରେ ଖରାପ ପ୍ରଭାବ ପକାଇଥାଏ।

patato

ଅଣ୍ଡା – ଅଣ୍ଡାକୁ ବି ପୁଣିଥରେ ଗରମ କରି ଖାଇବା ଉଚିତ ନୁହେଁ। ଅଣ୍ଡାରେ ଭରପୁର ମାତ୍ରାରେ ପ୍ରୋଟିନ ରହିଛି। ତାକୁ ପୁଣି ଗରମ କଲେ ତାହା ବିଷାକ୍ତ ହୋଇଯାଇଥାଏ। ଯାହାଫଳରେ ତାକୁ ଖାଇବା ଦ୍ୱାରା ସ୍ୱାସ୍ଥ୍ୟ ବିଗିଡ଼ିବାର ପୁରା ସମ୍ଭାବନା ଥାଏ।

ବିଟ୍ ରୁଟ୍ – ସ୍ୱାସ୍ଥ୍ୟ ପାଇଁ ଉପାଦେୟ ବିଟ୍ ରୁଟ୍ ବି କେବେ ବାସି ଖାଇବା ଉଚିତ ନୁହେଁ। ଏଥିରେ ପ୍ରଚୁର ମାତ୍ରାରେ ନାଇଟ୍ରେଟ୍ ରହିଛି। ସେଥିପାଇଁ ତାକୁ ପୁଣି ଗରମ କଲେ ନାଇଟ୍ରେଟ ସମାପ୍ତ ହୋଇଯାଇଥାଏ। ଚିକେନ୍ – ଚିକେନ୍ ବି କେବେ ବାସି କିମ୍ବା ପୁଣିଥରେ ଗରମ କରି ଖାଇବା ଉଚିତ ନୁହେଁ। ବାସି ଚିକେନ୍ ଖାଇବା ଦ୍ୱାରା ପାଚନ ସମ୍ବନ୍ଧୀୟ ସମସ୍ୟା ହୋଇଥାଏ। ଚିକେନକୁ ଗରମ କରିବା ଦ୍ୱାରା ଏଥିରେ ଥିବା ପ୍ରୋଟିନ୍ କମ୍ପୋଜିସନ୍ ବଦଳି ଯାଇଥାଏ।

ପାଳଙ୍ଗ ଶାଗ – ପାଳଙ୍ଗ ଶାଗ ବି କେବେ ବାସି କିମ୍ବା ପୁଣି ଗରମ କରି ଖାଇବା ଉଚିତ ନୁହେଁ। ପୁଣିଥରେ ଗରମ କରିବା ଦ୍ୱାରା ଏଥିରେ ଥିବା ନାଇଟ୍ରେଟ୍ ଏମିତି ତତ୍ତ୍ୱରେ ବଦଳି ଯାଇଥାଏ ଯାହାଦ୍ୱାରା କ୍ୟାନ୍ସର ହେବାର ସମ୍ଭାବନା ବଢି ଯାଇଥାଏ।

palanga

ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ ।ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ |

Leave a Reply

Your email address will not be published. Required fields are marked *