Monday, December 06, 2021
ac

ବିନା ଏସିରେ ନିଜକୁ ଓ ଘରକୁ କିଭଳି ଥଣ୍ଡା ରଖିବେ ଜାଣନ୍ତୁ ସାଧାରଣ ଉପାୟ l

FACT

ଗରମ ତାପମାତ୍ରା ଦିନକୁ ଦିନ ବଢ଼ିବାରେ ଲାଗିଛି | ଗରମ ଯୋଗୁଁ ବିଜୁଳି ବିଲ ମଧ୍ୟ ଅଧିକ ଆସିଥାଏ | କାରଣ ଗରମରୁ ଆରାମ ପାଇବା ପାଇଁ ଲୋକେ ବହୁଳ ମାତ୍ରାରେ ଏସି ବ୍ୟବହାର କରୁଛନ୍ତି | କିନ୍ତୁ କିଛି ସାଧାରଣ ଓ କମ ଖର୍ଚ୍ଚରେ ଗରମରୁ ଆରାମ ପାଇପାରିବେ | କିଛି ସାମାନ୍ୟ ଟିପ୍ସ ଅବଲମ୍ବନ କରି ଆପଣ ଗରମରୁ ମୁକ୍ତି ପାଇପାରିବେ |

ପରଦା ବ୍ୟବହାର କରିବା ଝରକାରେ ପରଦା ନ ଲଗାଇଲେ ସୂର୍ଯ୍ୟ କିରଣ ସିଧାସଳଖ ଘର ଭିତରେ ପଡିଥାଏ | ଯାହାଫଳରେ ଘରର ତାପମାତ୍ରା ବଢି ଯାଇଥାଏ | ଆମେରିକା ଉର୍ଜା ବିଭାଗ ଅନୁସାରେ ଘର ଓ ଝରକାରେ ପରଦା ବ୍ୟବହାର କରି ଗରମ ୪୫ ପ୍ରତିଶତ କମ କରାଯାଇପାରେ |

ପୁଦିନା ଚା‘ ଆଉ ଏକ ଉପାୟ ହେଲା ପୁଦିନା | ପୁଦିନା ଚା’ ତିଆରି କରି ଫ୍ରିଜରେ ରଖିଦେବେ ଏବଂ ଥଣ୍ଡା ହେବାପରେ ତାକୁ ସେବନ କରିପାରିବେ | ପାଣିରେ ପୁଦିନା ପତ୍ର ପକାଇ ତାକୁ ଫ୍ରିଜରେ ରଖିଦେବେ | ଏହାକୁ ସ୍ପ୍ରେ ବୋତଲରେ ପୁରାଇ ଶରୀରରେ ସ୍ପ୍ରେ ମଧ୍ୟ କରିପାରିବେ | ଏହାଦ୍ୱାରା ପୁଦିନାରେ ଥିବା ମେଁନ୍ଥଲ ଶରୀରକୁ ଥଣ୍ଡା କରିଥାଏ |

ବରଫ କିମ୍ବା ଥଣ୍ଡା କପଡା ବରଫ କିମ୍ବା କପଡାକୁ ଥଣ୍ଡା କରି ଗଲା ଓ ଗୋଇଠିରେ ୫ ମିନିଟ ପାଇଁ ରଖି ଦିଅନ୍ତୁ | ଏହାଦ୍ୱାରା ଶରୀରର ତାପମାତ୍ରା ୫୦ ପ୍ରତିଶତ ଯାଏଁ କମି ଯାଇଥାଏ | ଗଳାରେ ଏହିଭଳି କଲେ ମଧ୍ୟ ଆରାମ ମିଳିଥାଏ |ଥଣ୍ଡା ପାଣି ବୋତଲ – କିଛି ଥଣ୍ଡା ପାଣି ବୋତଲକୁ ଡେସ୍କ ଫ୍ୟାନ ସାମ୍ନାରେ ରଖି ଦିଅନ୍ତୁ | ବୋତଲ ଦେଇ ଥଣ୍ଡା ପବନ ଆସିବ | ଏହା ମଧ୍ୟ ଗରମରୁ ଆରାମ ଦେବ | କିଛି ବିଶେଷଜ୍ଞଙ୍କ ଅନୁଯାୟୀ ପାଣିରେ ଲୁଣ ପକାଇ ଫ୍ରିଜ କଲେ ଦୀର୍ଘ ସମୟ ଧରି ଗରମରୁ ରକ୍ଷା ପାଇହେବ |

ନୀଳ ରଙ୍ଗ ଆମେରିକାର ଏକ ରିସର୍ଚ୍ଚ ଅନୁଯାୟୀ, ଅନ୍ୟ ରଙ୍ଗ ଅପେକ୍ଷା ନୀଳ ରଙ୍ଗ ଦିଆଯାଇଥିବା କୋଠରୀ ବସିଲେ ଥଣ୍ଡା ଅନୁଭୂତ ହୋଇଥାଏ | ରିସର୍ଚ୍ଚ ଅନୁଯାୟୀ, ନୀଳ ରଙ୍ଗ ମନୋବୈଜ୍ଞାନିକଙ୍କ ଅନୁସାରେ ଲୋକଙ୍କୁ ଶାନ୍ତି ଦେଇଥାଏ | ସେଥିପାଇଁ ଥଣ୍ଡା ଅନୁଭୂତ ହୋଇଥାଏ |ଅଧିକ ମାତ୍ରାରେ ପାଣି – ଶରୀରରେ ସାମାନ୍ୟ ଡି ହାଇଡ୍ରେସନ୍ ଶରୀରର ତାପମାତ୍ରା ନିୟନ୍ତ୍ରଣ କରିବାର କ୍ଷମତା ଉପରେ ମଧ୍ୟ ପ୍ରଭାବ ପକାଇପାରେ |

ଆମେରିକାର ଏକ ରିସର୍ଚ୍ଚ ଅନୁସାରେ ଯଦି ଶରୀରରେ ଡି ହାଇଡ୍ରେସନ୍ ହୁଏ ତାହେଲେ ପରିସ୍ରା ହଳଦିଆ ହୋଇଥାଏ | ସେଥିପାଇଁ ଅଧିକ ପାଣି ପିଇବା ଆବଶ୍ୟକ | ଅତିକମରେ ଦିନକୁ ୪ ଲିଟର ପାଣି ପିଇବା ଆବଶ୍ୟକ |ଥଣ୍ଡା ଚାଦର – ନିଜ ଚାଦର ଓ ତକିଆକୁ ଏକ ପ୍ଲାଷ୍ଟିକ ବ୍ୟାଗରେ ଭର୍ତ୍ତି କରି ତାକୁ କିଛି ସମୟ ଯାଏଁ ଫ୍ରିଜରେ ରଖି ଦିଅନ୍ତୁ | ଶୋଇବାର କିଛି ସମୟ ପୂର୍ବରୁ ଏହାକୁ ବାହାର କରି ବ୍ୟବହାର କରନ୍ତୁ | ଗରମରୁ ଆରାମ ମିଳିବ ସହ ଶୋଇବାକୁ ମଧ୍ୟ ମଜା ଲାଗିବ |

ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ ।ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ l

Leave a Reply

Your email address will not be published. Required fields are marked *