Thursday, October 21, 2021
24

୨୪ ଘଣ୍ଟାରେ ସବୁ ରେକର୍ଡ ଭାଙ୍ଗିଲା କୋରୋନା ଦ୍ୱିତୀୟ ଷ୍ଟ୍ରେନ ସଂକ୍ରମଣ।

NEWS

ବନ୍ଧୁଗଣ ଦେଶରେ ପୁଣିଥରେ ଦ୍ରୁତଗତିରେ ମାଡ଼ିଚାଲିଛି କୋରୋନା ସଂକ୍ରମଣ । ଦ୍ୱିତୀୟ ଷ୍ଟ୍ରେନ ଗତବର୍ଷର ସବୁ ରେକର୍ଡକୁ ଭାଙ୍ଗି ଦେଇଛି । ଆଜି ଦୈନିକ ସଂକ୍ରମଣ ଲକ୍ଷେ ପାର୍ ହୋଇଥିବା ବେଳେ ଏବେ ଦେଶର ବିଭିନ୍ନ ରାଜ୍ୟ ଓ ଜିଲ୍ଲାରେ ଆତଙ୍କ ଖେଳିଗଲାଣି । କିଛି ସ୍ଥାନରେ ନାଇଟ୍ କର୍ଫ୍ୟୁ, ଲକ ଡାଉନ, ସଟ୍ ଡାଉନ ସହ ଡେ କର୍ଫ୍ୟୁ ହେବା ନେଇ ମଧ୍ୟ ସଙ୍କେତ ମିଳିଲାଣି । ଏହାରି ମଧ୍ୟରେ ଲୋକଙ୍କ ମଧ୍ୟରେ ଏ ଆତଙ୍କ ମଧ୍ୟ ଖେଳିଗଲାଣି କି ଗତବର୍ଷ ପରି ଏ ବର୍ଷ ମଧ୍ୟ ଲକଡାଉନ ହୋଇଯିବନି ତ କାରଣ ପୂର୍ବବର୍ଷର ଲକଡାଉନ କଷ୍ଟ ଯନ୍ତ୍ରଣା ଏବେ ସୁଦ୍ଧା ଲୋକଙ୍କ ମନରୁ ଲିଭିନଥିବା ବେଳେ ଏମିତି କଳ୍ପନା ଜଳ୍ପନା ଏବେ ସାଧାରଣ ଜନତାଙ୍କ ଛାତିରେ ଛନକା ପୁରାଇଲାଣି ।

ଦେଶରେ ଆଜି କୋରୋନା ଆକଳନ ପୁଣି ଥରେ ରେକର୍ଡ ଭାଙ୍ଗିଛି। ପ୍ରଥମ ଥର ପାଇଁ ଗତ ୨୪ ଘଣ୍ଟା ମଧ୍ୟରେ ୧ ଲକ୍ଷରୁ ଅଧିକ ନୂତନ କୋରୋନା ମାମଲା ସାମ୍ନାକୁ ଆସିଛି । ସେପଟେ ଗୋଟିଏ ଦିନରେ ୪୭୮ ଜଣଙ୍କର ମୃତ୍ୟୁ ହେବା ସହ ୫୨ ହଜାରରୁ ଅଧିକ ଲୋକ ସୁସ୍ଥ ହୋଇଛନ୍ତି । ସେପଟେ ଦେଶରେ ସବୁଠାରୁ ବଡ଼ କୋରୋନା ଟିକା ଅଭିଯାନ ଚାଲିଥିବା ବେଳେ ଲୋକମାନେ ସ୍ବାଭାବିକ ଜୀବନ ବିତାଇବାକୁ ଯାଇ ପୁଣିଥରେ ବିପଦକୁ ଟାଣି ଆଣିଲେଣି । ଯଦି ଏବେଠାରୁ ସତର୍କ ନରହିଲେ ତେବେ ଆଗାମୀ ଦିନରେ ଲକ୍ଷେ ନୁହେଁ ଦୁଇ ଲକ୍ଷ ପାର୍ ହେବ କୋରୋନା ସଂକ୍ରମିତଙ୍କ ସଂଖ୍ୟା । ଯାହା ଏବେ ଚିନ୍ତାର ବିଷୟ।

ଅନ୍ୟପଟେ AIIMS ର ଭ୍ୟାକସିନେସନ ଇନଚାର୍ଜ ଡାକ୍ତର ସଞ୍ଜୟ କୁମାରଙ୍କ କହିବାନୁସାରେ, ସ୍ଥିତି ଆହୁରୀ ଭୟାନକ ହେବାକୁ ଯାଉଛି । କାରଣ ଗୋଟିଏ ବର୍ଷ ଯୁଦ୍ଧ କରିବା ପରେ ଏବେ ଯେତେବେଳେ ଲୋକମାନେ ସାଧାରଣ ଜୀବନ ଯାପନ ଅତିବାହିତ କରିବାକୁ ଚାହୁଁଛନ୍ତି ଠିକ୍ ସେତିକି ବେଳେ କୋରୋନାର ଆଉ ଏକ ଷ୍ଟ୍ରେନ ଭୟର ବାତାବରଣ ସୃଷ୍ଟି କଲାଣି । ଯାହାକୁ ନେଇ ଲକଡାଉନ ଭଳି କଳ୍ପନାଜଳ୍ପନା ଦେଖିବାକୁ ମିଳିଲାଣି । ଦେଶରେ ୮ ରୁ ୧୧ ଟି ରାଜ୍ୟରେ କୋରୋନା ସ୍ଥିତି ଏବେ ଭୟଙ୍କର ଦିଗକୁ ଗତି କରୁଛି । ଡାକ୍ତର ସଞ୍ଜୟ କୁମାର ରାୟଙ୍କ ଅନୁସାରେ, କୋରୋନା ମହାମାରୀ ଅଧାଦେଶକୁ ଗ୍ରାସ କରିସାରିଲାଣି । ତେବେ ଲକଡାଉନ କଲେ ମଧ୍ୟ ଏହାକୁ ରୋକି ହେବନି । ଲକଡାଉନ ସେତେବେଳେ ହିଁ ଲଗାଯାଇ ପାରିବ ଯେତେବେଳେ ସ୍ବାସ୍ଥ୍ୟାବସ୍ଥା ଓ ଇନଫ୍ରାଷ୍ଟ୍ରକଚର୍ କୁ ମଜଭୁତ କରିପାରିବା । ମାତ୍ର ଯେଉଁଠାରେ ମହାମାରୀକୁ ଏକ ବର୍ଷ ହୋଇଗଲାଣି ତା ପରେ ବି ଆମେ ଲକଡାଉନ ପାଇଁ ଚିନ୍ତା କରୁଛେ ତେବେ ଏଥିରୁ ଅନୁମାନ କରିପାରିବା ଯେ, ମହାମାରୀ କେତେ ଭୟଙ୍କର ହୋଇପାରେ ।

covideee

ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ ।ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ |

Leave a Reply

Your email address will not be published. Required fields are marked *