ନମସ୍କାର ବନ୍ଧୁଗଣ, ଆପଣଙ୍କୁ ଆମ ୱେବପୋର୍ଟାଲ ରେ ସ୍ୱାଗତ। ବନ୍ଧୁଗଣ, କଣ ଆପଣଙ୍କ ATM ରୁ କେବେ ହେଲେ କମ ଟଙ୍କା କିମ୍ବା ଚିରା ଫଟା ନୋଟ ବାହାରିଛି କି? ଯଦି ନା ତେବେ ସତର୍କ ରୁହନ୍ତୁ ଆଗକୁ ଆପଣଙ୍କ ଭାଗ୍ୟରେ ମଧ୍ୟ ଚିରା ଫଟା କିମ୍ବା ଖରାପ ନୋଟ ପଡିପାରେ ଆପଣ ଯଦି ଏହି ସବୁ ପଦକ୍ଷେପ ଗ୍ରହଣ ନକରନ୍ତି ତେବେ ଆଗକୁ ଆପଣ ଅସୁବିଧାରେ ପଡ଼ି ପାରନ୍ତି।ତେବେ ଆସନ୍ତୁ ଆଜି ଆମେ ଆପଣଙ୍କୁ ଏଥିରୁ ବଞ୍ଚିବାର ଉପାୟ ଜଣାଇବୁ।
ବର୍ତ୍ତମାନ ନଗଦ ଟଙ୍କା କାରବାର ପାଇଁ ଲୋକମାନେ ପ୍ରାୟତଃ ଏଟିଏମ ବ୍ୟବହାର କରୁଥିବାର ଦେଖାଯାଇଥାଏ। କିନ୍ତୁ ବେଳେ ବେଳେ ଦେଖାଯାଇଛି ଯେ ଯେତେବେଳେଆକାଉଣ୍ଟଧାରୀମାନେ ଏଟିଏମରୁ ନଗଦ ଟଙ୍କା ନେବାକୁ ଯାଇଥାନ୍ତି, ସେତେବେଳେ ମେସିନ୍ ରୁ ଚିରା ଫଟା ନୋଟ ବାହାରିଥାଏ।
କିଛି ନୋଟ୍ ରେ ଟେପ୍ ଦ୍ୱାରା ଆଚ୍ଛାଦିତ ହୋଇଥାଏ ତ କେତେବେଳେ ଏହି ନୋଟ୍ ଗୁଡିକ ଅତ୍ୟଧିକ ଖରାପ ହୋଇଯାଇଥାଏ।ଏଟିଏମରେ ଉନ୍ନତ ମାନର ନୋଟ୍ ରଖିବା ବ୍ୟାଙ୍କ ମାନଙ୍କର ହିଁ କାମ ହୋଇଥାଏ। ବ୍ୟାଙ୍କଗୁଡ଼ିକର ଉଦ୍ୟମ ସତ୍ତ୍ୱେ ପ୍ରାୟତଃ ଖରାପ ନୋଟ୍ ଗ୍ରାହକ ମାନଙ୍କ ହାତରେ ପଡିଯାଇଥାଏ।
ଯଦି ଆପଣ ଏକ ଏଟିଏମରେ ଛିଡା ହୋଇଛନ୍ତି ଏବଂ ନଗଦ ଟଙ୍କା ଉଠାଇବା ପରେ ଏଥିରୁ ଖରାପ ଏବଂ ଚିରା ନୋଟ ବାହାରେ, ତେବେ ସିସିଟିଭି କ୍ୟାମେରା ସାମ୍ନାରେ ଏହି ନୋଟ୍ କୁ ଗଣନ୍ତୁ ଏବଂ ସିସିଟିଭି ସାମ୍ନାରେ ଛିଣ୍ଡି ଯାଇଥିବା ନୋଟଗୁଡ଼ିକୁ ଦେଖାନ୍ତୁ।
ଏହା ପରେ ଆପଣ ବ୍ୟାଙ୍କକୁ ଯାଇ ଚିରା ନୋଟ କୁ ନେଇ ଆପଣ ଅଭିଯୋଗ କରନ୍ତୁ। ଏହା ପରେ ବ୍ୟାଙ୍କ ସିସିଟିଭି ଫୁଟେଜ୍ ଦେଖିବା ସହ ଏହାର ତଦନ୍ତ କରିବ ଏବଂ ଏହାପରେ ବ୍ୟାଙ୍କ ଚିରା ନୋଟଟିକୁ ବଦଳାଇ ଆପଣଙ୍କୁ ନୂଆ ନୋଟ ଦେବ। ଏଠାରେ ଉଲ୍ଲେଖଯୋଗ୍ୟ ଯେ ଭାରତୀୟ ରିଜର୍ଭ ବ୍ୟାଙ୍କ ଡିସେମ୍ବର ୨୦୧୧ ଏଟିଏମ ରୁ ବାହାରି ଥିବା ଖରାପ ନୋଟ ପାଇଁ ବ୍ୟାଙ୍କ ଦାୟୀ ବୋଲି ଘୋଷଣା କରିଥିଲେ।
ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ ।ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ l