ada

ଜାଣନ୍ତୁ ଅଦା ପାଣି ପିଇବାର ଫାଇଦା କେତେ? ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ ଆପଣ |

HEALTH

ନମସ୍କାର ବନ୍ଧୁଗଣ,ଆପଣଙ୍କୁ ଆମ ୱେବପୋର୍ଟାଲ ରେ ସ୍ୱାଗତ। ବନ୍ଧୁଗଣ,ଅଦା ର ଆୟୁର୍ବେଦିକ ଗୁଣ ବିଷୟରେ ତ ଆପଣ ନିହାତି ଜାଣିଥିବେ। ପେଟ ସମସ୍ୟା ପାଇଁ ଅଦା ର ବ୍ୟବହାର କରାଯାଏ ଏହା ସହିତ କାଶ,କଫ,ଥଣ୍ଡା ପାଇଁ ଅଦା କୁ ଔଷଧ ରୂପରେ ବ୍ୟବହାର କରାଯାଏ। ଭାରତୀୟ ରୋଷେଇ ରେ ଅଦା ବହୁଳ ମାତ୍ରାରେ ବ୍ୟବହାର କରାଯାଇଥାଏ।

ଅଦାରେ ପ୍ରସ୍ତୁତ ଚା’ ବି ସମସ୍ତଙ୍କୁ ପସନ୍ଦ ଆସିଥାଏ। ଏମିତିରେ ଅଦା କେବଳ ଖାଇବା ପାଇଁ ନୁହେଁ, ସ୍କିନ୍‌ ପାଇଁ ମଧ୍ୟ ବେଶ୍‌ ଲାଭଦାୟକ ହୋଇଥାଏ। ଗ୍ଲୋଇଙ୍ଗ୍‌ ସ୍କିନ୍‌ ପାଇଁ ଅଦା କୌଣସି ବରଦାନଠାରୁ କମ୍‌ ନୁହେଁ। ଗ୍ଲୋଇଙ୍ଗ୍‌ ସ୍କିନ୍‌ ପାଇବା ପାଇଁ ମହିଳାମାନେ ଅନେକ ଘରୋଇ ଉପାୟ ଆପଣାଇ ଥାଆନ୍ତି। କିନ୍ତୁ କୌଣସି ପ୍ରଭାବ ନଜର ଆସି ନ ଥାଏ। ଯଦି ଆପଣ ଅଦା ପାଣି ବ୍ୟବହାର କରିବେ, ତା’ହେଲେ ଗ୍ଲୋଇଙ୍ଗ୍‌ ସ୍କିନ୍‌ ସହଜରେ ପାଇ ପାରିବେ। ଆସନ୍ତୁ ଜାଣିବା ଏ ବିଷୟରେ।

କେମିତି ବନେଇବେ ଅଦା ପାଣି ? ଖଣ୍ଡେ ଅଦା ନେଇ ତାହାକୁ ପାଣିରେ ସଫା କରି ଦିଅନ୍ତୁ।ଏବେ ଏହାକୁ ଛୋଟ ଛୋଟ କରି କାଟି ନିଅନ୍ତୁ।୧ ଗ୍ଲାସ୍‌ ପାଣି ସହିତ ଅଦା ଖଣ୍ଡଗୁଡ଼ିକୁ ପକାଇ ଧିମା ଆଞ୍ଚରେ ସିଝାନ୍ତୁ।୧୦ ମିନିଟ୍‌ ପରେ ପାଣି ଛାଣି ନିଅନ୍ତୁ। ଏଥିରେ ଆପଣ ମହୁ ମିଶାଇ ପିଇ ପାରିବେ।

ଜାଣନ୍ତୁ ଅଦା ପାଣି ପିଇବାର ଆଶ୍ଚର୍ଯ୍ୟ ଜନକ ଫାଇଦା ;- ପ୍ରତିଦିନ ଅଦାର ଏହି ପାଣି ପିଇବା ଦ୍ୱାରା ଚେହେରାରେ ଗ୍ଲୋ ନଜର ଆସିଥାଏ। ଏହି ଡ୍ରିଙ୍କ୍‌କୁ ଦିନରେ କେବଳ ଦୁଇଥର ହିଁ ପିଅନ୍ତୁ। ଧ୍ୟାନ ରଖନ୍ତୁ, ଖରାଦିନେ ଏହି ଡ୍ରିଙ୍କ୍‌ ଅଧିକ ମାତ୍ରାରେ ସେବନ କରିବେ ନାହିଁ। ନଚେତ୍‌ ଏହାଦ୍ୱାରା ଆପଣଙ୍କୁ ଏସିଡିଟି ସମସ୍ୟା ହୋଇପାରେ।

watter

ଏହି ଡ୍ରିଙ୍କ୍‌ ଆପଣଙ୍କ ରକ୍ତକୁ ସଫା କରିଥାଏ। ଏହାଦ୍ୱାରା ସ୍କିନ୍‌ର ନୂଆ କୋଶିକାଗୁଡ଼ିକ ତିଆରି ହେବାର ପ୍ରକ୍ରିୟା ବଢ଼ିଯାଇଥାଏ। ଅଦା ପାଣି ପିଇଲେ ଚିହ୍ନ, ଦାଗ କମି ଯାଇଥାଏ ଏବଂ ତ୍ୱଚାରେ ଚମକ୍‌ ଆସିଥାଏ।ଅଦାରେ ଆଣ୍ଟି-ଅକ୍ସିଡେଣ୍ଟସ୍‌ ଭରପୂର ମାତ୍ରାରେ ରହିଛି। ଏହା ଆପଣଙ୍କ ତ୍ୱଚାକୁ ସମୟ ପୂର୍ବରୁ ବୁଢ଼ା ହେବାକୁ ଦିଏନାହିଁ। ଅର୍ଥାତ୍‌ ତ୍ୱଚାରେ ବୟସର ଛାପ ନଜର ଆସେନି।ଅଦା ପାଣି ପିଇଲେ ମୁଖ ଏବଂ ବେକର ନାଲି ବ୍ରଣ ସମସ୍ୟା ଦୂର ହୋଇଯାଇଥାଏ। କାରଣ, ଏହା ରକ୍ତ ସଫା କରିବା ସହିତ ଆପଣଙ୍କ ତ୍ୱଚାରେ ରକ୍ତ ବଢ଼ାଇବାର କାମ ବି କରିଥାଏ।

ତେବେ ବନ୍ଧୁଗଣ ଆମେ ଆଶା କରୁଅଛୁ ଯେ ଆପଣଙ୍କୁ ଏହି ପୋଷ୍ଟ ଟି ପସନ୍ଦ ଆସିଥିବ। ତେବେ ଏହାକୁ ସେୟାର୍ କରି ଅଧିକରୁ ଅଧିକ ଲୋକଙ୍କ ନିକଟରେ ପହଞ୍ଚାଇବାକୁ ଚେଷ୍ଟା କରନ୍ତୁ।ଏଭଳି ଅଧିକ ସୂଚନା ପାଇଁ ଆମକୁ ଲାଇକ ଏବଂ ଫଲୋ ନିଶ୍ଚିତ କରନ୍ତୁ।ଧନ୍ୟବାଦ।

Leave a Reply

Your email address will not be published. Required fields are marked *