Monday, October 25, 2021
35

ଆସନ୍ତୁ ଜାଣିବା ତୁଳସୀର ମାହାତ୍ମ୍ୟ, କଣ।

FACT

ତୁଳସୀ ଗଛର ମାଟି କପାଳରେ ଧାରଣ କଲେ ଜୟ ହୋଇଥାଏ । ତୁଳସୀ ମୂଳ ଧାରଣ କରିଥିବା ବ୍ୟକ୍ତିକୁ ଯିଏ ଦର୍ଶନ କରେ ସେ ଵଶ୍ୟ ହୋଇଥାଏ ଏବଂ ବର୍ଷକର ପାପ ମୁକ୍ତ ହୋଇଥାଏ ତୁଳସୀକୁ ପୂଜା କରିବା ଦ୍ୱାରା ମୋକ୍ଷ ମିଳିଥାଏ । ତୁଳସୀ କାଠରେ ଚନ୍ଦନ ଘୋରି ବିଷଣ୍ଟୁକୁ ଦେଲେ ସ୍ୱର୍ଗ ପ୍ରାପ୍ତି ହୋଇଥାଏ ।

tulsii

ବାସି ତୁଳସୀ ପତ୍ର ମଧ୍ୟ ପୂଜାରେ ଲାଗିପାରେ ତୁଳସୀ ଧୋଆ ଜଳ ଓ ଶାଳଗ୍ରାମ ଧୋଆ ଜଳ ସେବନ କଲେ ମନୁଷ୍ୟ ବୈକୁଣ୍ଠ ପ୍ରାପ୍ତି ହୋଇଥାଏ । ସଂସାର ବନ୍ଧନରୁ ମୁକ୍ତି ମିଳେ ଏବଂ ସେ ବ୍ୟକ୍ତି ପୁନର୍ଜନ୍ମ ପାଇ ନଥାଏ ।ତୁଳସୀ କାଠ ସବର ଶିରରେ ଦେଲେ ସେ ମୋକ୍ଷ ଲାଭ କରେ । ତୁଳସୀ ସର୍ବାଂଗ ଔଷଧ ରୂପରେ ବ୍ୟବହାର ହୋଇଥାଏ ।ତୁଳସୀ ପାପହାରିଣୀ,ବିଷ୍ଣୁପ୍ରାପ୍ତିର ମାଧ୍ୟମଭାବରେ ପ୍ରତ୍ୟେକ ହିନ୍ଦୁନାରୀର ମାନ୍ୟତା ରହିଛି।

ପ୍ରତ୍ୟେକ ହିନ୍ଦୁନାରୀ ସ୍ନାନସାରି ଭକ୍ତିରସହ ତୁଳସୀମୂଳରେ ଜଳଢାଳି ପରିବାରର ଶୁଭ ମନାସେ।ତୁଳସୀପୁରାଣ ଅନୁସାରେ ସଧବାନାରୀ ତୁଳସୀମୂଳରେ ସନ୍ଧ୍ୟାଦୀପ ଜାଳିଲେ ସେ ଅଖଣ୍ଡ ସୌଭାଗ୍ୟବତୀ ହୁଏ ଏବଂ ବିଧବାନାରୀ ତୁଳସୀପୂଜନଦ୍ବାରା ଜୀବନ୍ମୁକ୍ତି ପାଇଥାଏ ବୋଲି ଉଲ୍ଲେଖ ରହିଛି।କାର୍ତ୍ତିକମାସରେ ଯେଉଁନାରୀ ତୁଳସୀ ଉପାସନା କରେ ତା ଗୃହରେ ଶ୍ରୀ ଓ ସନ୍ତାନ ବୃଦ୍ଧି ହୋଇଥାଏ।ନିଜଗୃହାଙ୍ଗନରେ ତୁଳସୀ ନିତ୍ୟ ଦର୍ଶନକଲେ ବ୍ରହ୍ମହତ୍ୟାଭଳି ପାପରୁ ବି ମୁକ୍ତି ମିଳେ ଓ ପ୍ରେତବାଧା ଦୂର ହୋଇଥାଏ।

ହଜାରେ ଆମ୍ରବୃକ୍ଷ ବା ଅଶ୍ବତ୍ଥବୃକ୍ଷ ରୋପଣକଲେ ଯେତିକିପୂଣ୍ୟପ୍ରାପ୍ତି ହୁଏ ଗୋଟିଏ ତୁଳସୀ ରୋପଣରେ ସେତିକିପଫଳ ମିଳିଥାଏ।ତୁଳସୀମୃତ୍ତିକା ମଥାରେ ମାରିଲେ ତେଜସ୍ବିତା ବଢେ ଓ କାର୍ଯ୍ୟସିଦ୍ଧି ହୋଇଥାଏ।ବୈଜ୍ଞାନିକ ପରୀକ୍ଷଣରୁ ବି ଜଣାଯାଏ ଯେ ତୁଳସୀ ଆମର ସର୍ବଇଚ୍ଛାପୂରଣକାରୀ ବୃକ୍ଷ।

ଆୟୁର୍ବେଦରେ ଏହାର ଉପକାରିତା ସବୁଠୁ ଅଧିକ।ଏହାର ପ୍ରୟୋଗବିଧି ଜାଣିଗଲେ ଏହା ପ୍ରାୟସବୁରୋଗ ଉପଶମକାରୀ ବୃକ୍ଷ।ତେଣୁଏହା ପ୍ରତ୍ୟେକଗୃହିଣୀର ଅତି ଆବଶ୍ୟକ ବୃକ୍ଷ।ଏହା ପିତନାଶକ,କୁଷ୍ଠ ,ପଥୁରି,ରକ୍ତଦୋଷ,ଚର୍ମାରୋଗ, କଫଓ ବାୟୁଜନିତ ରୋଗର ନାଶକାରୀ।ତୁଳସୀଗଛରେ ପ୍ରବଳ ବିଦ୍ୟୁତଶକ୍ତି ଥାଏ,ତେଣୁ ତୁଳସୀମାଳା ଧାରଣକଲେ ଶରୀରରୁ ବିଦ୍ୟୁତଶକ୍ତି ନଷ୍ଟ ହୁଏନାହିଁ।ଯାହାର ଅଗଣାରେ ଲହଲହକା ତୁଳସୀବୃକ୍ଷ ଥାଏ ସେଠାରେ ବଜ୍ରପାତ ହୁଏନାହିଁ। ତେଣୁ ପ୍ରତ୍ୟେକ ଗୃହିଣୀ ତୁଳସୀର ଧାର୍ମିକ ଓ ଔଷଧୀୟ ମହତ୍ବକୁ ଜାଣି ଏହାର ଲାଭ ଉଠେଇବା ଉଚିତ।

ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ ।ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ l

Leave a Reply

Your email address will not be published. Required fields are marked *