Thursday, September 23, 2021
libhar

ଲିଭର ଜନିତ କୌଣସି ସମସ୍ୟା ପାଇଁ କେବଳ ଏହି ଜୁସ ପିଅନ୍ତୁ, ତାପରେ ଦେଖନ୍ତୁ କମାଲ।

HEALTH

ବନ୍ଧୁଗଣ ପ୍ରାୟତଃ ବ୍ୟକ୍ତି ଙ୍କୁ ବର୍ତ୍ତମାନ ସମୟରେ ପେଟ ଜନିତ ବିଭିନ୍ନ ପ୍ରକାର ସମସ୍ୟା ରହିଛି । ଯାହା ଫଳରେ ଖାଦ୍ୟ ସଠିକ ଭାବରେ ହଜମ ହୋଇନଥାଏ, ଗ୍ୟାସ ସମସ୍ୟା ସୃଷ୍ଟି ହୋଇଥାଏ, ଖଟା ହାକୁଠି ହୋଇଥାଏ, ପେଟ ବିନ୍ଧା ମଧ୍ୟ ହୋଇଥାଏ । ଏହିଭଳି ଅନେକ ପ୍ରକାର ସମସ୍ୟା ଦେଖା ଯାଇଥାଏ ।

ତେବେ ବନ୍ଧୁଗଣ ଏହି ସବୁ ସମସ୍ୟା ଲିବର କୁ ଖରାପ କରିଥାଏ ଏବଂ ଏହାଦ୍ଵାରା ଲିବର ଖରାପ ହେବା ପୂର୍ବରୁ ସଂକେତ ମିଳିଥାଏ ।ତେବେ ଆଜି ଆମେ ଆପଣ ମାନଙ୍କୁ ଏଭଳି ଏକ ଘରୋଇ ଉପଚାର ସମ୍ବନ୍ଧରେ ଆପଣ ମାନଙ୍କୁ କହିବୁ ଯାହାର ପ୍ରୟୋଗ ଦ୍ବାରା ଆପଣଙ୍କୁ ଏହି ସମସ୍ତ ସମସ୍ୟା ରୁ ମୁକ୍ତି ମିଳିବ ଏବଂ ଆପଣଙ୍କ ଲିବର କେବେବି ଖରାପ ହେବ ନାହିଁ ।

ତେବେ ଆସନ୍ତୁ ଏହି ଘରୋଇ ଉପଚାର ସମ୍ବନ୍ଧରେ ବିସ୍ତାର ରୂପରେ ଜାଣିବା । ବନ୍ଧୁଗଣ ଏହି ଘରୋଇ ଉପଚାର ନିମନ୍ତେ ପ୍ରଥମେ ଆପଣ ଗ୍ରାଇଣ୍ଡିଙ୍ଗ ପାଇଁ ପ୍ରଥମ ସାମଗ୍ରୀ ଗାଜର କୁ ଗ୍ରାଇଣ୍ଡର ରେ ପକାନ୍ତୁ । ଏହାପରେ ଦ୍ଵିତୀୟ ସାମଗ୍ରୀ ଲାଉ ପକାନ୍ତୁ । ଏହାପରେ ତୃତୀୟ ସାମଗ୍ରୀ ଅଳ୍ପ କିଛି ପାଳଙ୍ଗ ପତ୍ର ପକାନ୍ତୁ ।

ଏହାପରେ ଚତୁର୍ଥ ସାମଗ୍ରୀ ଟମାଟୋ କୁ ଛୋଟ ଛୋଟ ଖଣ୍ଡ କରି ପକାଇ ଦିଅନ୍ତୁ । ଏହାପରେ ଏଥିରେ ଅଦା ର ଏଜ ଖଣ୍ଡ ପକାନ୍ତୁ ଏବଂ ଏଥିରେ ଏକ ଲେମ୍ବୁ କୁ ଚୋପା ସହିତ ପକାଇ ଦିଅନ୍ତୁ । ଏହାପରେ ଏଥିରେ ଶେଷ ସାମଗ୍ରୀ ବିଟରୁଟ କୁ ନେଇ ପକାଇ ଦିଅନ୍ତୁ । ଆପଣ ଅନ୍ୟ ସବୁଜ ପରିବା ମଧ୍ୟ ନେଇପାରିବେ ।ତେବେ ଏହି ସବୁ ସାମଗ୍ରୀ ଗ୍ରାଇଣ୍ଡର ରେ ପକାଇବା ପରେ ସେଥିରେ ଅଳ୍ପ ପାଣି ଦେଇ ଭଲ ଭାବରେ ଗ୍ରାଇଣ୍ଡିଙ୍ଗ କରନ୍ତୁ ଏବଂ ଗ୍ରୀନ ଜୁସ ପ୍ରସ୍ତୁତ କରନ୍ତୁ ।

କିଛି ସମୟ ପରେ ଆପଣଙ୍କ ଗ୍ରୀନ ଜୁସ ପ୍ରସ୍ତୁତ ହୋଇଯିବ ।ତେବେ ବନ୍ଧୁଗଣ ଏହି ଗ୍ରୀନ ଜୁସ କୁ ଆପଣ ପ୍ରତିଦିନ ସକାଳେ ଖାଲି ପେଟରେ ୩୦୦ ମିଲି ଲିଟର ମାତ୍ରାରେ ପିଅନ୍ତୁ ଏବଂ ଏହି ଜୁସ କୁ ପିଇବାର ଏକ ଘଣ୍ଟା ପର୍ଯ୍ୟନ୍ତ କିଛି ବି ଖାଆନ୍ତୁ ନାହିଁ । ଏପରି ପ୍ରତିଦିନ ଏହି ଜୁସ କୁ ପିଅନ୍ତୁ । ଆପଣ ଦେଖିବେ ଯେ ଆପଣଙ୍କ ପେଟ ସଫା ରହିବ ଏବଂ ଲିବର ରେ କୌଣସି ପ୍ରକାର ରୋଗ ହେବ ନାହିଁ । ତେଣୁ ଲିବର ଜନିତ ସମସ୍ୟା ରୁ ମୁକ୍ତି ପାଇବା ନିମନ୍ତେ ଏହି ଘରୋଇ ଉପଚାର ର ପ୍ରୟୋଗ ନିଶ୍ଚିତ ଭାବରେ କରନ୍ତୁ ।

ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ ।ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ l

Leave a Reply

Your email address will not be published. Required fields are marked *