Tuesday, July 27, 2021
rama

‘ରାମ ନାମ ସତ୍ୟ ହେ’ କାହିଁକି କୁହାଯାଏ।

Uncategorized

ଜନ୍ମ ଓ ମୃ-ତ୍ୟୁ, ଏହି ଦୁଇଟି ଜିନିଷ ହିଁ ଦୁନିଆରେ ଶାଶ୍ବତ ସତ୍ୟ ଯାହାକୁ କେହି ପରିବର୍ତ୍ତନ କରିପାରିବେ ନାହିଁ । ଯଦି କାହାର ଜନ୍ମ ହୋଇଥାଏ ତେବେ ମୃ-ତ୍ୟୁ ନିଶ୍ଚିତ । ସେହିପରି ମୃତ୍ୟୁ ପରେ ପୁଣି ଥରେ ନୂଆ ଶରୀର ମିଳିବ ଏହା ମଧ୍ୟ ସତ୍ୟ । ତେବେ ଶବଯାତ୍ରା ସମୟରେ ଆପଣମାନେ ‘ରାମ ନାମ ସତ୍ୟ ହେ’ କହୁଥିବାର ନିଶ୍ଚୟ ଶୁଣିଥିବେ । କିନ୍ତୁ ଏହା କୌଣସି ଖୁସି ମୁହୂର୍ତ୍ତରେ କୁହାଯାଏ ନାହିଁ । ତେବେ ଜାଣନ୍ତୁ ଏହା ପଛର କାରଣ କଣ ?

ଜୀବକୁ ମୁକ୍ତି କୌଣସି ବ୍ୟକ୍ତିର ମୃ-ତ୍ୟୁ ହେଲେ ରାମ ନାମ ସତ୍ୟ ହେ କୁହାଯାଏ । ଏହାର ଅର୍ଥ ହେଉଛି ଏବେ ଏହି ବ୍ୟକ୍ତିଙ୍କୁ ମୁ-କ୍ତି ମିଳିଯାଇଛି । ଏବେ ଆତ୍ମା ଏହି ସଂସାର ଚକ୍ରରୁ ସ୍ବାଧୀନ ହୋଇଯାଇଛି । ଆଉ ସାଂସାରିକ ମୋହମାୟାରେ ନାହିଁ । ଶକ୍ତିର ଅଭିବ୍ୟକ୍ତି ରାମ ନାମ ସତ୍ୟ ହେ ଅର୍ଥାତ୍ ସତ୍ୟ ଭଗବାନ୍ ରାମଙ୍କ ନାମ ।

ଏଠାରେ ସର୍ବୋଚ୍ଚ ଶକ୍ତିର ଅଭିବ୍ୟକ୍ତି କରିବା ପାଇଁ ବାହାରିଥାଏ । ଏହି ସମୟରେ ମୃ-ତ ଶରୀରର କୌଣସି ଅର୍ଥ ରହିଯାଇନଥାଏ । ଆତ୍ମା ସବୁକିଛି ଛାଡି ଭଗବାନଙ୍କ ନିକଟକୁ ଚାଲିଯାଇଥାଏ । ଆଉ ଏହା ହିଁ ପରମ ସତ୍ୟ । ଅନ୍ୟମାନଙ୍କ ପାଇଁ ଏହି ଜପ ଜାଣି ଆଶ୍ଚର୍ଯ୍ୟ ହେବେ ଶବ ଯାତ୍ରା ସମୟରେ ରାମ ନାମ ସତ୍ୟ ହେ ମୃ-ତ ବ୍ୟକ୍ତିଙ୍କୁ ନୁହେଁ ଅନ୍ୟ ମାନଙ୍କୁ ଶୁଣାଇବା ପାଇଁ କୁହାଯାଇଥାଏ ।

କାରଣ ଜନ୍ମ ହୋଇଛେ ମାନେ ଦିନେ ନା ଦିନେ ଦୁନିଆରୁ ଯିବାକୁ ପଡିବ । ଆଉ ଏହା ମଧ୍ୟରେ ଗୋଟିଏ ଜିନିଷ ସତ୍ୟ ତାହା ହେଲା ରାମ ନାମ । ତେଣୁ ଏହି ନାଁ କୁ କେବେ ଭୁଲିବା ଅନୁଚିତ୍ । ଏହି ସଂସାରକୁ ଆସିଥିବା ବ୍ୟକ୍ତିକୁ ଦିନେ ନା ଦିନେ ଫେରିଯିବାକୁ ପଡିବ ।ସବୁ କିଛି ଏକ ଭ୍ରମ ଏହି ମନ୍ତ୍ରକୁ ଜପ କରିବା ଦ୍ବାରା ଅନୁଭବ ହୋଇଥାଏ ଯେ ବ୍ୟକ୍ତି ଜଣକ ଦୁନିଆ ଛାଡି ଭଗବାନଙ୍କ ନିକଟକୁ ଚାଲିଯାଇଛି ।

ଯେଉଁଥିରୁ ସ୍ପଷ୍ଟ ହୋଇଥାଏ ଭଗବାନଙ୍କୁ ଛାଡି ଅନ୍ୟ ସବୁକିଛି ଏକ ଭ୍ରମ ।ପରିଜନଙ୍କୁ ଶାନ୍ତି କିଛି ଲୋକଙ୍କ ବିଶ୍ବାସ, ଏହା ଜପ ଦ୍ବାରା ମୃତକଙ୍କ ପରିଜନଙ୍କୁ ମାନସିକ ଶାନ୍ତି ମିଳିଥାଏ । କାରଣ ପ୍ରିୟ ବ୍ୟକ୍ତିଙ୍କ ମୃ-ତ୍ୟୁ ପରେ ପରିଜନ ଦୁଃଖ ଏବଂ ବେଦନାରେ ବୁଡି ଯାଇଥାନ୍ତି । ଯାହା ଫଳରେ ରାମ ନାମ ସତ୍ୟ ହେ ଜପ ଦ୍ବାରା ସଂସାର ବ୍ୟର୍ଥ ବୋଲି ସେମାନଙ୍କ ଭିତରେ ଅନୁଭବ ହୋଇଥାଏ ।

ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ ।ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ |

Leave a Reply

Your email address will not be published. Required fields are marked *