Tuesday, June 15, 2021
budhu

ବୁଧବାର ଭୁଲ୍ ରେ ବି କରନ୍ତୁ ନାହିଁ ଏହି କାମ ଜୀବନରେ ଖରାପ ପ୍ରଭାବ ପଡିଥାଏ I

FACT

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ବୁଧବାରର ସ୍ୱାମୀ ହେଉଛନ୍ତି ବୁଧ ଗ୍ରହ । ଯିଏ ବୁଦ୍ଧି, ବିବେକ, ସଂଚାର, ବାଣୀ ଆଦିର କାରକ । ବୁଧବାର ଦିନ ଗଜାନନଙ୍କ ପୂଜା ଏବଂ ବୁଧ ଗ୍ରହର ଶାନ୍ତି ଉପାୟ କରିବା ଦ୍ୱାରା ଜାତକରେ ବୁଧଗ୍ରହ ମଜବୁତ ହୋଇଥାଏ । ଏହାସହିତ ଜାତକରେ ସମସ୍ତ ସମସ୍ୟା ଦୂର ହୋଇଥାଏ ।

କିନ୍ତୁ କିଛି କାର୍ଯ୍ୟ ରହିଛି ଯାହାକୁ ଭୁଲ୍ ରେ ବି ବୁଧବାର ଦିନ କରିବା ଉଚିତ୍ ନୁହେଁ । ନଚେତ୍ ଜାତକରେ ସମସ୍ୟା ଆହୁରୀ ବଢିଯାଇଥାଏ ।ବୁଧବାର ଦିନ ଉଦ୍ଧାରରେ ନେଣଦେଣ କରିବା ଶୁଭ ହୋଇନଥାଏ । ଏହାଦ୍ୱାରା ଆର୍ଥିକ ମାମଲାରେ ସଫଳତା ମିଳିନଥାଏ ।

copulee

ସେଥିପାଇଁ ଧ୍ୟାନ ରଖିବା ଉଚିତ୍ କି ଏହିଦିନ କାହାରିଠୁ ଉଦ୍ଧାର ନେବ ନାହିଁ କି କାହାରିକୁ ଉଦ୍ଧାର ଦେବ ନାହିଁ ।ବାଣୀର କାରକ ହେଉଛନ୍ତି ବୁଧ ଗ୍ରହ । ସେଥିପାଇଁ ବୁଧବାର ଦିନ କଟୁ ବଚନ ପ୍ରୟୋଗ କରିବା ଉଚିତ୍ ନୁହେଁ । କାରଣ ଏହାଦ୍ୱାରା ବୁଧଗ୍ରହ କମଜୋର ହୋଇଯାଇଥାନ୍ତି । ସେଥିପାଇଁ ଏହିଦିନ ଅପଶବ୍ଧ ବ୍ୟବହାର କରନ୍ତୁ ନାହିଁ ।ନିଜ ଦାମ୍ପତ୍ୟ ଜୀବନକୁ ସୁଖୀ ଏବଂ ପତୀଙ୍କ ଦୀର୍ଘାୟୁ ପାଇଁ ମହିଳାମାନେ ବୁଧବାର ଦିନ କଳା ବସ୍ତ୍ର ବ୍ୟବହାର କରିବା ଉଚିତ୍ ନୁହେଁ ।

ଜ୍ୟୋତିଷଶାସ୍ତ୍ର ଅନୁସାରେ ବୁଧବାର ଦିନ ପଶ୍ଚିମ କୋଣ ଆଡକୁ ଯାତ୍ରା କରିବା ଅଶୁଭ ହୋଇଥାଏ । ସେଥିପାଇଁ ଏହିଦିନ ପଶ୍ଚିମକୋଣ ଆଡକୁ ଯାତ୍ରା କରିବା ଉଚିତ୍ ନୁହେଁ ।ସେହିପରି ବୁଧବାର ଦିନ ଆର୍ଥିକ ନିବେଶ କରିବା ହାନିକାରକ ହୋଇପାରେ । ଆର୍ଥିକ ହାନିରୁ ରକ୍ଷା ପାଇବା ପାଇଁ ଏହିଦିନ ଭୁଲ୍ ରେ ବି ନିବେଶ କରନ୍ତୁ ନାହିଁ । ନିବେଶ କରିବାର ସବୁଠାରୁ ଭଲ ଦିନ ହେଉଛି ଶୁକ୍ରବାର ।

copule

ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ ।ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ l

Leave a Reply

Your email address will not be published. Required fields are marked *