Saturday, June 03, 2023
anthu

ଆଣ୍ଠୁ ଗଣ୍ଠି ଯନ୍ତ୍ରଣାର ରାମବାଣ ଚିକିତ୍ସା ହେଉଛି ଲେମ୍ବୁ,କରନ୍ତୁ ଏହି ସାଧାରଣ ଉପାୟ |

HEALTH

ନମସ୍କାର ବନ୍ଧୁଗଣ,ଆପଣଙ୍କୁ ଆମ ୱେବପୋର୍ଟାଲ ରେ ସ୍ୱାଗତ। ବନ୍ଧୁଗଣ, ଆଣ୍ଠୁ ଗଣ୍ଠି ଯନ୍ତ୍ରଣା ଏକ ବଡ଼ ସମସ୍ୟା ଅଟେ ବୟସ ବଢିବା ସହିତ ଏହା ଅନେକ ଲୋକଙ୍କ ଠାରେ ଦେଖାଯାଏ। ଅନେକ ଘରୋଇ ଉପଚାର ମାଧ୍ୟମରେ ବେଳେ ବେଳେ କିଛି ଜଟିଳ ସମସ୍ୟାରୁ ମୁକ୍ତି ମିଳିଥାଏ । ଏମିତି ଅନେକ ଲୋକ ଅଛନ୍ତି ଯେଉଁମାନେ ପ୍ରାୟ ପ୍ରତିଦିନ ଆଣ୍ଠୁଗଣ୍ଠି ସମସ୍ୟାରେ ପୀଡ଼ିତ ହୋଇଥାଆନ୍ତି । ହେଲେ ଲେମ୍ବୁ ଚୋପାର ତେଲ ବ୍ୟବହାର କରି ଏହି ସମସ୍ୟାରୁ ସହଜରେ ମୁକ୍ତି ମିଳିପାରିବ । ଲେମ୍ବୁ ଏକ ଖଟା ଫଳ ହୋଇଥିବା ବେଳେ ଏଥିରେ ପ୍ରଚୁର ପରିମାଣରେ ରହିଛି ଭିଟାମିନ୍ ସି । ଏହାସହ ଏଥିରେ ଆଣ୍ଟିଅକ୍ସିଡାଣ୍ଟ ଓ ମିନେରାଲ୍‌ସ୍ ବି ରହିଛି ।

anthu

ଏହା ରୋଗପ୍ରତିରୋଧକ ଶକ୍ତି ବୃଦ୍ଧି କରିବାରେ ସାହାଯ୍ୟ କରିଥାଏ । ଯେମିତିକି ଫ୍ଲୁ, ସର୍ଦ୍ଦି, କାଶ ଓ ବ୍ୟାକ୍ଟେରିଆ ଇନଫେକ୍ସନରୁ ଏହା ଆମକୁ ସୁରକ୍ଷା ଦେଇଥାଏ । ଏହାସହ ଆଣ୍ଠୁଗଣ୍ଠି ସମସ୍ୟା ବା ଜଏଣ୍ଟ ପେନ୍‌ରୁ ବି ଏହା ମୁକ୍ତି ଦେଇଥାଏ । ତେବେ ଏହାର ପ୍ର୍‌ସ୍ତୁତି ପାଇଁ ଏକ କପ୍ ଅଲିଭ ଅଏଲ, ୨ଟା ବଡ ଲେମ୍ବୁ, ୫ ୟୁକାଲିପଟାସ୍ ପତ୍ର, ୨ ସଫା କପଡା ପଟି, କିଛି ପ୍ଲାଷ୍ଟିକ ସୂତା ଏଥିପାଇଁ ଆବଶ୍ୟକ ହୋଇଥାଏ । ପ୍ରଥମେ ଲେମ୍ବୁର ଚୋପାକୁ ଛଡାଇ ଏହାକୁ ଛୋଟ ଛୋଟ ଖଣ୍ଡରେ କାଟିଦେବା ।

ଏହାପରେ ଏହାକୁ ଏକ ସଫା ଜାର୍‌ରେ ପକାଇ ଏଥିରେ ଅଲିଭ ଅଏଲ ଢାଳିବା ଯେମିତି ଲେମ୍ବୁର ଚୋପା ତେଲରେ ବୁଡିଯିବ । ଏଥିରେ ୟୁକାଲିପଟାସ ପତ୍ରକୁ ଛୋଟ ଛୋଟ କରି କାଟି ପକାଇ ଦେବା । ଜାର୍‌କୁ ବନ୍ଦ କରିନେବା । ଏହାପରେ ଏହାକୁ ଘରର ଏକ ଥଣ୍ଡା ଓ ଅନ୍ଧାରିଆ ସ୍ଥାନରେ ୨ ସପ୍ତାହ ପର୍ଯ୍ୟନ୍ତ ରଖିଦେବା । ୨ ସପ୍ତାହ ପରେ ଜାର୍‌କୁ ବାହାର କରି ଦୁଇଟି ସଫା କପଡା ପଟିକୁ ଏହି ତେଲରେ ବୁଡାଇ ଦରଜ ହେଉଥିବା ସ୍ଥାନରେ ବାନ୍ଧିଲେ ଆରାମ ମିଳିଥାଏ । ଏମିତି ସପ୍ତାହକୁ ୩ଥର କଲେ ଲାଭ ମିଳିଥାଏ ।

ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ ।ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ |

Leave a Reply

Your email address will not be published. Required fields are marked *