ନମସ୍କାର ବନ୍ଧୁଗଣ,ଆପଣଙ୍କୁ ଆମ ୱେବପୋର୍ଟାଲ ରେ ସ୍ୱାଗତ।ବନ୍ଧୁଗଣ,ଶନିଦେଵ ସୂର୍ଯ୍ୟ ଦେବଙ୍କ ପୁତ୍ର ଅଟନ୍ତି। ଶନି ଦେବଙ୍କ ଗୁରୁ ମହାଦେବ ଅଟନ୍ତି। ମହାଦେବ ଶନି ଦେବଙ୍କୁ ନ୍ୟାୟର ଦେବତା ଭାବରେ ଦାୟିତ୍ୱ ଦେଇଥିଲେ।ପୁରାଣ କଥା ଅନୁସାରେ ଶନିଦେଵ ଟିକେ ଛୋଟା ଅଟନ୍ତି ତେଣୁ ଶନିଦଶା ପଡିବା ମାତ୍ରେ ବହୁତ ମନ୍ଥର ଗତିରେ ଶନି ଜାତକ ରୁ ଯାଆନ୍ତି।
ସର୍ବାଧିକ ସାଢ଼େ ସାତ ବର୍ଷ ଲାଗିଯାଏ।ତେଣୁ ଏହାକୁ ସବୁଠାରୁ ଦୀର୍ଘ ଦଶା ବା ଶନି ସାଢ଼େ ସାତି ବୋଲି କୁହାଯାଏ। କୁହାଯାଏ ଶନି ସାଢ଼େ ସାତି ବହୁତ କଷ୍ଟ ଯନ୍ତ୍ରଣା ଦାୟକ ହୋଇଥାଏ। ଶନି ଦେବ ନ୍ୟାୟର ଦେବତା ତେଣୁ ସେ ପୂର୍ବ ଜନ୍ମ ଏବଂ ଚଳିତ ଜନ୍ମର ଫଳ ବ୍ୟକ୍ତିଙ୍କୁ ପ୍ରଦାନ କରିଥାନ୍ତି।
ଶନି ଙ୍କ କୋପ ଦୃଷ୍ଟି ରୁ ରକ୍ଷା ପାଇବା ପାଇଁ ଅନେକ ପ୍ରତିକାର କରାଯାଏ। ଭଗବାନ ଶନିଦେବଙ୍କ ଦୃଷ୍ଟି ଏଡ଼ାଇବା ପାଇଁ ସର୍ବଦା ଶନିଦେବଙ୍କୁ ସନ୍ତୁଷ୍ଟ କରିବା ଦରକାର । ଆମର ଖାଦ୍ୟପେୟକୁ ନେଇ ମଧ୍ୟ ଶନିଦେବଙ୍କର ପ୍ରଭାବ ରହିଛି । ଏଣୁ ଶନିବାର ଦିନ ଏପରି ଖାଦ୍ୟପେୟ ଗ୍ରହଣ କରନ୍ତୁ ନାହିଁ, ଯାହାଦ୍ୱାରା ଶନିଙ୍କ କୋପର ଶିକାର ହେବେ ।
କ୍ଷୀର ଓ ଦହି : ଶନିବାର ଦିନ କ୍ଷୀର ଓ ଦହି ଖାଇବେନି । ଯଦି ଖାଉଥାନ୍ତି ତେବେ କ୍ଷୀର ଓ ଦହିରେ ହଳଦୀ କିମ୍ବା ଗୁଡ଼ ମିଶାଇ ପିଅନ୍ତୁ। ଆମ୍ବ ଆଚାର : ଶନିବାର ଦିନ ଆମ୍ବ ଆଚାର ଖାଆନ୍ତୁ ନାହିଁ । କାରଣ ଭଗବାନ ଶନିଦେବଙ୍କୁ ଖଟା ଭଲ ଲାଗେ ନାହିଁ । ନାଲି ଲଙ୍କା : ଶନିବାର ଦିନ ପାଲି ଲଙ୍କା କିମ୍ବା ଲଙ୍କା ଗୁଣ୍ଡ ବ୍ୟବହାର କରନ୍ତୁ ନାହିଁ । କାରଣଏହାଦ୍ୱାରା ଭଗବାନ ଶନିଦେବ କୋପ କରନ୍ତି ।
ମସୁର ଡାଲି : ଶନିବାର ଦିନ ମସୁର ଡାଲି ଖାଆନ୍ତୁ ନାହିଁ । ମସୁର ଡାଲି ଖାଇଲେ ମଙ୍ଗଳ ଗ୍ରହର ପ୍ରଭାବ ପଡ଼ିଥାଏ । ଏହାଦ୍ୱାରା ମଙ୍ଗଳ ଶନି ଦୋଷକୁ ପ୍ରଭାବିତ କରିଥାଏ । ମଦ : ଶନିବାର ଦିନ ମଦ୍ୟ ପାନ ଅତ୍ୟନ୍ତଖରାପ । ଏହି ଦିନ ମଦ୍ୟ ପାନ କରୁଥିବା ବ୍ୟକ୍ତିଙ୍କର ଦୁର୍ଘଟଣା ହେବାର ଆଶଙ୍କା ରହିଥାଏ ।
ତେବେ ବନ୍ଧୁଗଣ ଆମେ ଆଶା କରୁଅଛୁ ଯେ ଆପଣଙ୍କୁ ଏହି ପୋଷ୍ଟ ଟି ପସନ୍ଦ ଆସିଥିବ। ତେବେ ଏହାକୁ ସେୟାର୍ କରି ଅଧିକରୁ ଅଧିକ ଲୋକଙ୍କ ନିକଟରେ ପହଞ୍ଚାଇବାକୁ ଚେଷ୍ଟା କରନ୍ତୁ।ଏଭଳି ଅଧିକ ସୂଚନା ପାଇଁ ଆମକୁ ଲାଇକ ଏବଂ ଫଲୋ ନିଶ୍ଚିତ କରନ୍ତୁ।ଧନ୍ୟବାଦ।