janajati

ଭାରତର ସବୁଠି ବେଶି ବିପଦ ପୂର୍ଣ୍ଣ ଆଇଲାଣ୍ଡ । ଯାଇ ପରେ ଜୀବନ ।

NEWS

ଭାରତର ଅଣ୍ଡାମାନନିକୋବର ଦ୍ବୀପପୁଞ୍ଜ ଆଉ ସେ ଅଣ୍ଡାମାନନିକୋବର ଦ୍ବୀପପୁଞ୍ଜ ପାଖରେ ସେଣ୍ଟିନେଣ୍ଟାଲ ଆଇଲାଣ୍ଡ।ଏହି ସେଣ୍ଟିନେଣ୍ଟାଲ ଅଇଲାଣ୍ଡଟି ଏତେ ସୁନ୍ଦର ଯେ ଏହାକୁ ଯଦି ଆପଣ ଉପରୁ ଫୋକସ କରି ଦେଖିବାକୁ ଚେଷ୍ଟା କରିବେ ତେବେ ଏହା ଆପଣଙ୍କୁ ବହୁତ ସୁନ୍ଦର ଦେଖାଯିବ।ଖାଲି ସେତିକି ନୁହେଁ ତା ଭିତରେ ମଧ୍ୟ ବହୁତ ସୁନ୍ଦର ସୁନ୍ଦର ଜାଗା ରହିଛି ,ଏବଂ ସେ ଦ୍ବୀପକୁ ଯିବା ପାଇଁ ପର୍ଯ୍ୟଟକ ମାନେ ବହୁତ ଆସା କରିଥାନ୍ତି। କିନ୍ତୁ ଆଜ୍ଞା ସେ ଜାଗା କୁ ଯିବା ପୁରା ପୁରି ଅସମ୍ଭବ ।

ଅପଣମାନେ ଭାବୁଥିବେ ଯେ କଣ ପାଇଁ ସେ ଜାଗାରେ କିଛି ବିପଦ ଥିବ କି କିଛି ବିପଦ ସଂକୁଳ ଅବସ୍ଥାରେ ଥିବ ବା ସେ ଜାଗାରେ ଏମିତି କିଛି ଜଙ୍ଗଲୀ ଜୀବ ଜନ୍ତୁ ରହିଥିବେ ଯେଉଁମାନେ ସେଠାକାର ଲୋକମାନଙ୍କୁ ସେଠାରେ ପଶିବାକୁ ବା ପର୍ଯ୍ୟଟକ ମାନଙ୍କୁ ବୁଲିବାରେ ଅସୁବିଧା ସୃଷ୍ଟି କରୁଥିବେ କିନ୍ତୁ ନାଇଁ ଆଜ୍ଞା ସେ ଜାଗାରେ ଜନଜାତି ବା ସେଠାରେ ରହୁଥିବା ଆସିବାସୀ ସମ୍ପ୍ରଦାୟର ଲୋକ ସେମାନେ ବହୁତ ପୁରୁଣା କାଳରୁ ସେଠି ରହିଛନ୍ତି ।

କିନ୍ତୁ ସେମାନେ ତିଳେ ହେଲେ ଚାହାନ୍ତିନି ତାଙ୍କର ମାନ୍ୟତା ତାଙ୍କର ପରମ୍ପରା ତାଙ୍କର ରୀତିନୀତି ବଦଳେଇବା ପାଇଁ ।ମାନେ ସେମାନେ ଯୋଉ ଭଳି ଢଙ୍ଗ ରେ ପୂର୍ବ ରୁ ବଞ୍ଚି ଆସିଛନ୍ତି ଆଜିବି ଏଇ ଆଧୁନିକ ଯୁଗରେ ମଧ୍ୟ ଠିକ ସେଇଭଳି ବଞ୍ଚିବାକୁ ଚାହାନ୍ତି , ଆଉ ସେଇ ଭଳି ମଧ୍ୟ ସେଇମାନେ ବଞ୍ଚନ୍ତି ।

ଏମିତିକି ଆମ ଭାରତ ସରକାର ସେମାନଙ୍କ ସହ ଯୋଡି ହେବାପାଇଁ ,ତାଙ୍କୁ ସେଇ ନିର୍ଜନ ଦ୍ବୀପରୁ ଆମ ଦେଶକୁ ଆଣିବା ପାଇଁ ବହୁତ ସମୟରେ ଚେଷ୍ଟା କରିଛନ୍ତି । କିନ୍ତୁ ସେଥିରେ ମଧ୍ୟ ଆମ ଭାରତ ସରକାର ବିଫଳ ହୋଇଛନ୍ତି। ବିଫଳ ହେବାର ଗୋଟିଏ କରଣ କଣ ,ନା ସେମାନେ ଜମା ବି ଚାହାନ୍ତିନି ତାଙ୍କ ଦ୍ବୀପ ଭିତରକୁ ବାହାରୁ କି ଆମ ଦେଶର କୌଣସି ସିଷ୍ଟମ ସେଇ ଜାଗାରେ ଯାଇ ପହଞ୍ଚୁ।

୨୦୦୬ ମସିହା ରେ ସେହିଭଳି ଜଣେ ମାଛ ଧରାଳି ଯିଏକି ଯାଇ ସେ ଦ୍ବୀପରେ ପହଞ୍ଚିଥିଲେ, ଅଜାଣତରେ ପହଞ୍ଚି ଯାଇଥିଲେ ଏବଂ ସେଠାରେ ଯାଇ ପହଞ୍ଚିବା ପରେ ସେ ତ ଭାବିଥିଲେ ତାହା ଏକ ଟାପୁ ବା ଦ୍ବୀପ ବୋଲି କିନ୍ତୁ ସେ ଦ୍ବୀପରୁ ଯେତେବେଳେ ଏ ଜନଜାତି ସମ୍ପ୍ରଦାୟର ଲୋକ ଲୋକମାନେ ବାହାରିଲେ ଓ ତାଙ୍କୁ ଘେରି ଯାଇ ମରିଦେଇଥିଲେ। ଆଜ୍ଞା ହଁ ସେ କେବେ ବି ଭାବିନଥିଲେ କି ତାଙ୍କ ସହ ଏମିତି ଘଟଣା ଘଟିବ ବୋଲି ।

କିନ୍ତୁ ସେଇ ଆଦିବାସୀ ମାନେ ବାହାରର କୌଣସି ଲୋକକୁ ବିଶ୍ୱାସ କରନ୍ତି ନାହିଁ। କିନ୍ତୁ ହେଲିକ୍ୟାପ୍ଟର ଦ୍ୱାରା ସେମାନଙ୍କ ସହ ଯୋଗାଯୋଗ କରିବା ପାଇଁ ବହୁତ ଲୋକ ଚେଷ୍ଟା କରିଛନ୍ତି। ହେଲେ ସେମାନେ କଣ କରନ୍ତି ଜାଣିଛନ୍ତି ତୀରରେ ନିଆଁ ଲାଗେଇକି କିମ୍ବା ପଥର ମାଡ଼ କରି ସେ ହେଲିକ୍ୟାପ୍ଟରକୁ ଆଘାତ କରନ୍ତି। ଥରେ ସୁନାମି ମଧ୍ୟ ଆସିଥିଲା ,ଆଉ ସେ ସୁନାମି ସମୟରେ ବହୁତ ଲୋକ ଭାବିଥିଲେ ସେ ଜନଜାତି ପୁରା ପୁରି ବିନାଶ ହୋଇଯାଇଥିବ ଓ ସେ ଜନଜାତି ମାନେ ସେ ସୁନାମି ରେ ଭାସିଯାଇଥିବେ।

Leave a Reply

Your email address will not be published. Required fields are marked *