ନମସ୍କାର ବନ୍ଧୁଗଣ,ଆପଣଙ୍କୁ ଆମ ୱେବପୋର୍ଟାଲ ରେ ସ୍ୱାଗତ। ବନ୍ଧୁଗଣ,ସମସ୍ତ ବ୍ୟକ୍ତିଙ୍କ ଇଚ୍ଛା ଥାଏ ଯେ, ତାଙ୍କ ପର୍ସରେ ସର୍ବଦା ଧନ ଭରପୂର ରହିଥାଉ କିନ୍ତୁ ଯେବେ ଏହା ଖାଲି ହୋଇଯାଏ, ତେବେ ବହୁତ ଦୁଃଖ ମଧ୍ୟ ଲାଗିଥାଏ।ଭଲ ରୋଜଗାର ସଭିଏଁ ଚାହଁନ୍ତି ଆମର ଅନେକ ଭୂଲ ଯୋଗୁଁ ଆମକୁ ଲକ୍ଷ୍ମୀ କୃପା କରନ୍ତି ନାହିଁ। କେବେ କେବେ ଟଙ୍କା ଏତେ ଶୀଘ୍ର ଖର୍ଚ୍ଚ ହୋଇଥାଏ ଯେ ଆପଣଙ୍କୁ ଏହା ବିଷୟରେ ଜଣା ମଧ୍ୟ ପଡେନାହିଁ । ଆପଣଙ୍କ ପର୍ସରେ କିଛି ଏପରି ଜିନିଷ ରହିଥାଏ ଯାହା ଆପଣଙ୍କ ଧନକୁ କମ କରିପାରେ । ଜ୍ୟୋତିଷ ଶାସ୍ତ୍ର ଅନୁସାରେ କିଛି ଜିନିଷ ପର୍ସରେ ରଖିବା ଦ୍ୱାରା ନା କେବଳ ଧନର ଅଭାବ ହୋଇଥାଏ ବରଂ ସ୍ୱାସ୍ଥ୍ୟ ଉପରେ ମଧ୍ୟ ପ୍ରଭାବ ପଡ଼ିଥାଏ ।
୧) ଯଦି ଆପଣଙ୍କ ପର୍ସରେ ଦେବୀ ଦେବତାଙ୍କ ଫୋଟୋ ରହିଛି; ତେବେ ଏହାକୁ ମଧ୍ୟ ପର୍ସରୁ ବାହାର କରି ଦିଅନ୍ତୁ । ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଆପଣ ଭଗବାନଙ୍କ ଯନ୍ତ୍ର ପର୍ସରେ ରଖିପାରିବେ କିନ୍ତୁ କୌଣସି ଜିନିଷକୁ ପର୍ସରେ ରଖନ୍ତୁ ନାହିଁ ।
୨) ପର୍ସ ଯେତେ ପୁରୁଣା ହୋଇଯାଏ, ସେଥିରେ କାଗଜର ବଡ଼ ବଣ୍ଡଳ ବଢ଼ି ବଢ଼ି ଯାଏ । ପର୍ସରେ ପୁରାତନ କାଗଜକୁ ରଖିବା ଦ୍ୱାରା ଧନ ରହେନାହିଁ ଏବଂ ମାଁ ଲକ୍ଷ୍ମୀଙ୍କୁ ମଧ୍ୟ ଏପରି ସାମଗ୍ରୀ ବା ବସ୍ତୁ ପସନ୍ଦ ଆସେନାହିଁ । ମାଁ ଲକ୍ଷ୍ମୀଙ୍କୁ ପରିଷ୍କାର ପରିଚ୍ଛନ୍ନତା ବହୁତ ପସନ୍ଦ ଆସେ ଏବଂ ଏଥିପାଇଁ ପର୍ସରେ ରଖିଥିବା ବେକାର କାଗଜକୁ ଆଜି ହିଁ କାଢ଼ି ଫିଙ୍ଗି ଦିଅନ୍ତୁ ।
୩) ଯଦି ଆପଣଙ୍କ ପର୍ସରେ ଚିରା ଫଟା ନୋଟ ଅଛି ଯାହାକି ଚଳିବାର ସ୍ଥିତିରେ ନାହିଁ, ତାକୁ ବାହାର କରି ଆପଣ ଫିଙ୍ଗି ଦିଅନ୍ତୁ । ଚିରା ନୋଟ ଆପଣଙ୍କ କୌଣସି କାମରେ ଲାଗିବ ନାହିଁ । ତେଣୁ ଏହା ଉତ୍ତମ ହେବ ଯେ ଆପଣ ଏହାକୁ ନିଜ ପର୍ସ ଠାରୁ ଦୂରେଇ ଦିଅନ୍ତୁ । ଏହା ଆପଣଙ୍କ ପର୍ସରେ ରହିଲେ ଆପଣଙ୍କ ଠାରେ ନକାରତ୍ମକତାକୁ ବୃଦ୍ଧି କରିବାର କାର୍ଯ୍ୟ କରେ ଆଉ କିଛି ନୁହଁ ।
୪) ନିଜ ପର୍ସରେ ଭୁଲରେ ମଧ୍ୟ ଲୁହ ନିର୍ମିତ ଜିନିଷ ବା ବ୍ଲେଡ଼,ଛୁରୀ କିମ୍ବା କୌଣସି ଧାରୁଆ ବସ୍ତୁ ରଖନ୍ତୁ ନାହିଁ । କଇଁଚି କିମ୍ବା ଲୁହା ନିର୍ମିତ ଜିନିଷ ରଖିବା ଦ୍ୱାରା ନକାରତ୍ମକ ଉର୍ଜାର ସଞ୍ଚାର ହୋଇଥାଏ । ଏହା ସହିତ ଏହି ଜିନିଷ ଆପଣଙ୍କ ପାଇଁ ଭୟଙ୍କର ସାବ୍ୟସ୍ତ ହେବ ।
୫) ଯଦି କୌଣସି ମନୁଷ୍ୟ ଏହି ଦୁନିଆରେ ନାହାଁନ୍ତି ଏବଂ ଏହା ସତ୍ତ୍ୱେ ମଧ୍ୟ ଆପଣ ତାଙ୍କର ଫୋଟୋକୁ ନିଜ ପର୍ସରେ ଆଜି ମଧ୍ୟ ସମ୍ଭାଳି ରଖିଛନ୍ତି; ତେବେ ଏହାକୁ ଆଜି ହିଁ ବାହାର କରି ଦିଅନ୍ତୁ । ପର୍ସରେ କୌଣସି ମୃତ ବ୍ୟକ୍ତିଙ୍କ ଫୋଟୋ ରଖିବା ଅଶୁଭ ବୋଲି ଧରାଯାଏ ଏବଂ ଏଥିରୁ ମାଁ ଲକ୍ଷ୍ମୀ ମଧ୍ୟ ଆଗମନ କରିବାକୁ ପସନ୍ଦ କରନ୍ତି ନାହିଁ ।
ତେବେ ବନ୍ଧୁଗଣ ଆମେ ଆଶା କରୁଅଛୁ ଯେ ଆପଣଙ୍କୁ ଏହି ପୋଷ୍ଟ ଟି ପସନ୍ଦ ଆସିଥିବ। ତେବେ ଏହାକୁ ସେୟାର୍ କରି ଅଧିକରୁ ଅଧିକ ଲୋକଙ୍କ ନିକଟରେ ପହଞ୍ଚାଇବାକୁ ଚେଷ୍ଟା କରନ୍ତୁ।ଏଭଳି ଅଧିକ ସୂଚନା ପାଇଁ ଆମକୁ ଲାଇକ ଏବଂ ଫଲୋ ନିଶ୍ଚିତ କରନ୍ତୁ।ଧନ୍ୟବାଦ।