Thursday, September 23, 2021
bhul

ପୁରୁଷ ମାନେ ଯଦି କରୁଛନ୍ତି ଏହି ଭୂଲ ତେବେ ହୋଇଯାଅନ୍ତୁ ସତର୍କ,ନଚେତ ହେଇଯିବେ ନପୁଂସକ |

HEALTH

ନମସ୍କାର ବନ୍ଧୁଗଣ,ଆପଣଙ୍କୁ ଆମ ୱେବପୋର୍ଟାଲ ରେ ସ୍ୱାଗତ। ବନ୍ଧୁଗଣ,ପରିବର୍ତ୍ତନଶୀଳ ଜୀବନଶୈଳୀ ଓ ସେଥିରେ ଆସୁଥିବା ପରିବର୍ତ୍ତନ, ଆମ ଶରୀର ଉପରେ ଅନେକ ଖରାପ ପ୍ରଭାବ ପକାଉଛି । ବଦଳୁ ଥିବା ଅଭ୍ୟାସ ଓ ଜୀବନ ଶୈଳୀ ଯୋଗୁଁ ପୁରୁଷମାନଙ୍କ ଶରୀର ଉପରେ ବହୁତ ଖରାପ ପ୍ରଭାବ ପଡୁଛି । ଆପଣ ଜାଣି ଆଶ୍ଚର୍ଯ୍ୟ ହୋଇଯିବେ ଯେ, ବଦଳୁଥିବା ଜୀବନ ଶୈଳୀ କାରଣ ଯୋଗୁଁ ପୁରୁଷମାନଙ୍କ ପ୍ରଜନନ କ୍ଷମତା ବହୁତ ଦୁର୍ବଳ ହେବାରେ ଲାଗୁଛି ଯାହା ଏକ ଗମ୍ଭୀର ଚିନ୍ତିତ ବିଷୟ ଅଟେ । ଏହି ଅଭ୍ୟାସ ଓ ଭୁଲ୍ ଗୁଡ଼ିକ ପାଇଁ ପୁରୁଷମାନଙ୍କ ଶୁକ୍ରାଣୁର ଗୁଣ ବହୁତ ତୀବ୍ର ଗତିରେ ଦୁର୍ବଳ ହେବାକୁ ଲାଗୁଛି । ଯେଉଁ କାରଣରୁ ତାଙ୍କର ପ୍ରଜନନ କ୍ଷମତା ଦୁର୍ବଳ ହେବାରେ ଲାଗୁଛି ।

ତେଣୁ ପୁରୁଷମାନଙ୍କୁ ନିଜ ଭିତରେ ସୁଧାର ଆଣିବା ନିହାତି ଆବଶ୍ୟକ ଅଟେ । ଆଜି ଖାସ୍ କରି ଆପଣଙ୍କ ପାଇଁ ଏକ ମହତ୍ୱପୂର୍ଣ୍ଣ ତଥ୍ୟ ଆଣିଛୁ । ଆଜି ଆମେ ଆପଣଙ୍କୁ ପୁରୁଷମାନଙ୍କ ସେହି ଅଭ୍ୟାସ ବିଷୟରେ କହିବୁ ଯେଉଁ କାରଣରୁ ସେମାନଙ୍କ ପ୍ରଜନନ କ୍ଷମତା ଦୁର୍ବଳରେ ଲାଗୁଛି । ଯଦି ଆପଣଙ୍କ ଠାରେ ମଧ୍ୟ ଏହି ଅଭ୍ୟାସ ଗୁଡ଼ିକ ରହିଛି, ତେବେ ଆପଣ ଯଥାଶୀଘ୍ର ଏହି ଅଭ୍ୟାସ ଗୁଡ଼ିକ ବଦଳିବା ନିହାତି ଆବଶ୍ୟକ ।

girl

ମଦ୍ୟପାନ ଏବଂ ଧୂମ୍ରପାନ; ମଦ ପିଇବା ଏବଂ ସିଗରେଟ ର ନିଶା ବାରମ୍ବାର ପୁରୁଷଙ୍କୁ ଆକର୍ଷିତ କରିଥାଏ। ଯାହାକି ସ୍ୱାସ୍ଥ୍ୟ ପାଇଁ ସମ୍ପୂର୍ଣ୍ଣ ହାନିକର ଅଟେ।ମଦ ଓ ସିଗାରେଟ କାରଣରୁ ଶରୀରରେ ଅନେକ ପ୍ରକାରର ରୋଗ ହେବାର ସମ୍ଭାବନା ବଢିଯାଏ । ଏହା ସହ ସିଗାରେଟ ଯୋଗୁଁ ଆମ ଶରୀରରେ ଥିବା ହୋରମନ୍ ପରିବର୍ତ୍ତନ ଆସିବାକୁ ଲାଗିଥାଏ । ଯେଉଁ କାରଣରୁ ନଫୁସକତା ହେବାର ସମ୍ଭାବନା ଅଧିକ ବଢିଯାଏ । ଯାହାକି ଏକ ଗମ୍ଭୀର ରୋଗ ଅଟେ ।

ଅଧିକ ଚିନ୍ତା ; ଜୀବନରେ ପ୍ରତିଦିନ କିଛି ନା କିଛି ନୂଆ ଅସୁବିଧାର ସମ୍ମୁଖୀନ ହେବାକୁ ପଡିଥାଏ । ଏଭଳି ସ୍ଥିତିରେ ପୁରୁଷ ନିଜ କ୍ୟାରିୟର ଓ ନିଜ କାମକୁ ନେଇ ଚିନ୍ତା କରିବାକୁ ଲାଗିଥାଏ । ଯାହାକି ସେମାନଙ୍କୁ ଗଭୀର ଚିନ୍ତା ଭିତରେ ଠେଲି ନେଇଯାଇଥାଏ । ଆଗାମୀ ଭବିଷ୍ୟତକୁ ନେଇ ଚିନ୍ତା, ପରିବାରର ଚିନ୍ତା ଏହି ସବୁ କଥା ଗୁଡ଼ିକ ପୁରୁଷମାନଙ୍କୁ ଅଧିକ ଚିନ୍ତାରେ ପକାଇଥାଏ । ଏଭଳି ସ୍ଥିତିରେ ପୁରୁଷମାନଙ୍କୁ ଏହି ବିଷୟରେ ଅଧିକ ଚିନ୍ତା କରିବା ଉଚିତ ନୁହେଁ ଓ ପ୍ରତ୍ୟେକ ଦିନ ଯୋଗ କରିବା ନିହାତି ଆବଶ୍ୟକ।

ନିଦ୍ରା ହୀନତା ;ବଦଳୁଥିବା ଜୀବନଶୈଳୀ ଓ ଅଧିକ କାମ ଗୁଡ଼ିକ ଯୋଗୁଁ ଅଧିକାଂଶ ସମୟରେ ଭଲରୁପେ ନିଦ ନ ହେବା ଆଦି ଶରୀରର କାର୍ଯ୍ୟ କ୍ଷମତା ଉପରେ ପ୍ରଭାବ ପକାଇଥାଏ।ସୁସ୍ଥ ଶରୀର ପାଇଁ ମନୁଷ୍ୟକୁ ୭ ରୁ ୮ ଘଣ୍ଟାର ନିଦ ନିହାତି ଆବଶ୍ୟକ ଅଟେ । ଏହା ଯୋଗୁଁ ପ୍ରତିରକ୍ଷା ତନ୍ତ୍ର ମଧ୍ୟ ଦୁର୍ବଳ ହୋଇଯାଏ । ଏହା ଆମ ଶରୀରରେ ଏକ ଘାତକ ଅସୁବିଧାରେ ପକାଇପାରେ ଯେଉଁଥିରେ କି ପ୍ରଜନନ କ୍ଷମତା ଦୁର୍ବଳ ହେବା ମଧ୍ୟ ସ୍ଵାଭାବିକ ହୋଇଥାଏ । ତେଣୁ ଆପଣ ଶୋଇବା ପାଇଁ ଏକ ସମୟ ନିର୍ଦ୍ଧାରିତ କରି ପୂର୍ଣ୍ଣ ନିଦ ନେବା ଆବଶ୍ୟକ।

ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ ।ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ l

Leave a Reply

Your email address will not be published. Required fields are marked *